ରାଜ୍ୟ

ଜଳେଶ୍ୱରରେ ଅନୁଷ୍ଠିତ ହୋଇଛି ଦେଢ଼ ଶହ ବର୍ଷ ପୁରୁଣା ପ୍ରସିଦ୍ଧ ବାରୁଣୀ ମେଳା, ମହୋତ୍ସବର ମଜା ଉଠାଉଛନ୍ତି ଅନେକ ଲୋକ

ବାଲେଶ୍ୱରର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ରାଜଘାଟ ଠାରେ ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ବାରୁଣୀ ଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ କରୋନା କଟକଣା ପରେ ଅନୁଷ୍ଠିତ ହୋଇଛି ଏହି ଯାତ୍ରା। ଯେଉଁଥିରେ ଯୋଗଦେଇଛନ୍ତି ଅନେକ ଲୋକ। ସୁବର୍ଣ୍ଣରେଖା ନଦୀ କୂଳରେ ଏହି ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଛି। ଏହି ମେଳାରେ ପସରା ମେଲାଇଛନ୍ତି ୪୦୦ରୁ ଅଧିକ ବ୍ୟବସାୟୀ। ଦୁଇ ବର୍ଷ ପରେ ଏହି ମେଳା ଅନୁଷ୍ଠିତ ହୋଇଥିବାରୁ ଲୋକେ ଖୁସିରେ ମେଳାର ଆନନ୍ଦ ନେଉଛନ୍ତି ।

ଏହି ମେଳାରେ ବିଭିନ୍ନ ପ୍ରକାର ଘର କରଣା ଜିନିଷ ସାଙ୍ଗକୁୁ ନୂଆ ନୂଆ ଡିଜାଇନର ଅଳଙ୍କାରର ଷ୍ଟଲ, ମୀନା ବଜାର , ଇଲେକ୍ଟି୍ର ଦୋଳି, ଟୟ ଟ୍ରେନ ରେ ବଶି ସମସ୍ତ ଲୋକ ମଜା ଉଠାଉଛନ୍ତି । କେବଳ ଏତିକି ନୂୁହେଁ ମେଳାରେ ଭଳିକି ଭଳି ଫୁଡ ଷ୍ଟଲ ମଧ୍ୟ ପଡ଼ିଛି। କରୋନା ପାଇଁ ପାଖାପାଖି ଦୁଇ ବର୍ଷ ଧରି ବେପାରୀଙ୍କ ବ୍ୟବସାୟ ମାନ୍ଦା ପଡ଼ିଥିବା ବେଳେ ଏଥର ଯାତ୍ରା ଦୋକାନୀ ମାନଙ୍କ ମନରେ ଖୁସି ଭରିଦେଇଛି। ଅନ୍ୟ ପକ୍ଷରେ ଲୋକମାନେ ମଧ୍ୟ ଏହି ମେଳାରୁ ଢ଼େର ମଜା ଉଠାଉଛନ୍ତି।

ଏହି ମେଳା ଦୀର୍ଘ ଦେଢ଼ ଶହ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି। ପ୍ରତିବର୍ଷ ଚୈତ୍ର ମାସରେ ସୁବର୍ଣ୍ଣରେଖା ନଦୀର ରାଜଘାଟ ବାରୁଣୀ ଘାଟରେ ଏହି ମେଳା ଅନୁଷ୍ଠିତ ହୁଏ। ପାଖରେ ଥିବା ନଦୀରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁମାନଙ୍କ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ଏହା ଓଡିଶା ଏବଂ ପଶ୍ଚିମବଙ୍ଗ ସୀମାନ୍ତବର୍ତୀ ଅଞ୍ଚଳ ହୋଇଥିବାରୁ ଓଡିଶା ସମେତ ପଶ୍ଚିମବଙ୍ଗ , ବିହାର ଏବଂ ଝାଡଖଣ୍ତ ଆଦି ରାଜ୍ଯ ରେ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସି ସୁବର୍ଣ୍ଣରେଖା ନଦୀରେ ବୁଡ ପକାଇବା ସହ ମେଳା ବୁଲିବାର ମଜା ନେଇଥାନ୍ତି ି।

ପ୍ରାୟ ଦେଢଶହ ବର୍ଷ ପୂର୍ବରୁ ପଡୋଶୀ ମୟୁରଭଞ୍ଜର ରାଜା ସୁବର୍ଣ୍ଣରେଖା ନଦୀର ଏହି ଘାଟରେ ସ୍ନାନ କରିଥିବାରୁ ଏହାକୁ ରାଜଘାଟ ନାମରେ ନାମିତ କରାଯାଇଛିି। ରାଜାଙ୍କ ସାଙ୍ଗରେ ଆସୁଥିବା ସାଧୁ ସନ୍ଥ ମାନେ ମଧ୍ଯ ଏହି ଘାଟରେ ବୁଡ ପକାଇବା ସହ ଏହିଠାରେ ବିଶ୍ରାମ ନେଇଥାନ୍ତିି। ସେହିଦିନ ଠାରୁ ଏଠାରେ ଲୋକମାନେ ବୁଡ ପକାଇବା ସହ ବାରୁଣୀ ମେଳା ମଧ୍ଯ ଅନୁଷ୍ଠିତ ହୋଇ ଆସୁଛି ି। ପ୍ରତିବର୍ଷ ଏଠାରେ 15 ଦିନ ମେଳା ବସୁଥିଲେ ମଧ୍ଯ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ 10 ଦିନ ପାଇଁ ଅନୁମତି ମିଳିଛି ।

କରୋନା କଟକଣା ହଟିବା ପରେ ବାରୁଣୀ ମେଳା ଅନୁଷ୍ଠିତ ହେଉଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ଯରେ ଆନନ୍ଦର ଲହରୀ ଖେଳିଯାଇଛି । ବାରୁଣି ମେଳା କମିଟି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ପାଇ ପାନୀୟ ଜଳ , ଶୌଚାଳୟ ର ବ୍ଯବସ୍ଥା କରାଯିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇ ପ୍ରଶାସନ ପକ୍ଷରୁ ପୋଲିସ ମୂତୟନ କରା ଯାଇଛି।

D Sonali

Recent Posts

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

2 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

6 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

25 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

1 hour ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago

ସାଇବର ଠକେଇର ଶିକାର ହେଲେ ଉଚ୍ଚ ଶିକ୍ଷିତା ମହିଳା ଅଧିକାରୀ, ହରାଇଲେ ୩ ଲକ୍ଷ ୩୯ହଜାର

ଭୁବନେଶ୍ୱର: ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌…

2 hours ago