ରାଜ୍ୟ

ଦିନ ଯେତିକି ଗଡୁଛି ରୋଗ ସେତିକି ବଢୁଛି : ଚିକିତ୍ସା ଅଭାବରେ ବିଛଣାରେ ପଡି ଛଟପଟ ହେଉଛନ୍ତି ସୁମିତ୍ରା, ସେବା କରୁଛି ୧୨ବର୍ଷର ପୁଅ

ମର୍ଶାଘାଇ: ଦୁଃଖ ଦରିଆରେ ଭାସୁଛି ଏ ଦୁଖିର ସଂସାର। ଅଭାବ ଅନାଟନ ବାଟ ଓଗାଳୁଛି। ଦିନ ଯେତିକି ଗଡୁଛି, ରୋଗ ସେତିକି ବଢୁଛି । କିଛି ଉପାୟ ନପାଇ ବିଛଣାରେ ପଡି ଛଟପଟ ହେଉଛନ୍ତି କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ହାତିଆ ଗାଁର ସୁମିତ୍ରା ଲେଙ୍କା।

ଦୁଇ ବର୍ଷ ତଳେ ଆରପାରିକୁ ଚାଲିଯାଇଛନ୍ତି ସ୍ୱାମୀ । ପୁଅର ମୁହଁକୁ ଚାହିଁ ସ୍ୱାମୀଙ୍କ ମୃତ୍ୟୁର ଦୁଃଖକୁ ଭୁଲିବାକୁ ଚେଷ୍ଟା କରୁଥିଲେ । ହେଲେ ଠିକ୍ ସେତିକି ବେଳକୁ ଜଣାପଡିଲା ସେ ବି ମୃତ୍ୟୁ ପଥର ଯାତ୍ରୀ। ଗର୍ଭ କର୍କଟ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଖଟ ଉପରେ ପଡି ଛଟପଟ ହେଉଛନ୍ତି ସୁମିତ୍ରା। ପରିବାରର କୌଣସି ରୋଜଗାର ନଥିବାରୁ ଚିକିତ୍ସା ହୋଇପାରୁନି । ଯାହାଫଳରେ ଦିନକୁ ଦିନ ରୋଗ ବଢିବା ସହିତ କଷ୍ଟ ଯନ୍ତ୍ରଣା ବଢିବାରେ ଲାଗିଛି ।

ସେପଟେ ରୋଗୀଣା ମାଆର ସେବା କରିବାରେ କଟୁଛି ୧୨ ବର୍ଷୀୟ ପୁଅର ଦିନ । ଯେଉଁ ବୟସରେ ପାଠଶାଠ ପଢି, ଖେଳକୁଦ କରି, ମା ହାତର ରୋଷେଇ ଖାଇବା କଥା ଏବେ ସେହି ବୟସରେ ନିଜ ହାତରେ ରୋଷେଇ କରି ମାକୁ ଖୁଆଉଛି । କଅଁଳ ବୟସରେ ବାପା ଚାଲିଯାଇଥିବା ବେଳେ ଏବେ ମାଆ ମାକୁ କେମିତି ଭଲ କରିବ ସେ କଥା ବସି ଭାବୁଛି ।

ଦିନେ ବାପା ମାଆଙ୍କୁ ଖୁସି ଦେବାକୁ ସ୍ୱପ୍ନ ଦେଖୁଥିବା ଆଖି ଆଜି ଲୁହରେ ଛଳ ଛଳ । ତେବେ ମାଆ ପୁଅଙ୍କ ଦୁଃଖ ଜାଣିବା ପରେ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ସରକାରଙ୍କ ସହାୟତାର ହାତ ପାଇ ଏହି ଗରିବ ପାରିବାର ହସି ଉଠୁ ଏହା ହିଁ ଆମର ଆଶା।

Sonalisa

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

8 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

20 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

30 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

33 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago