ଦିନ ଯେତିକି ଗଡୁଛି ରୋଗ ସେତିକି ବଢୁଛି : ଚିକିତ୍ସା ଅଭାବରେ ବିଛଣାରେ ପଡି ଛଟପଟ ହେଉଛନ୍ତି ସୁମିତ୍ରା, ସେବା କରୁଛି ୧୨ବର୍ଷର ପୁଅ

ମର୍ଶାଘାଇ: ଦୁଃଖ ଦରିଆରେ ଭାସୁଛି ଏ ଦୁଖିର ସଂସାର। ଅଭାବ ଅନାଟନ ବାଟ ଓଗାଳୁଛି। ଦିନ ଯେତିକି ଗଡୁଛି, ରୋଗ ସେତିକି ବଢୁଛି । କିଛି ଉପାୟ ନପାଇ ବିଛଣାରେ ପଡି ଛଟପଟ ହେଉଛନ୍ତି କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ହାତିଆ ଗାଁର ସୁମିତ୍ରା ଲେଙ୍କା।

ଦୁଇ ବର୍ଷ ତଳେ ଆରପାରିକୁ ଚାଲିଯାଇଛନ୍ତି ସ୍ୱାମୀ । ପୁଅର ମୁହଁକୁ ଚାହିଁ ସ୍ୱାମୀଙ୍କ ମୃତ୍ୟୁର ଦୁଃଖକୁ ଭୁଲିବାକୁ ଚେଷ୍ଟା କରୁଥିଲେ । ହେଲେ ଠିକ୍ ସେତିକି ବେଳକୁ ଜଣାପଡିଲା ସେ ବି ମୃତ୍ୟୁ ପଥର ଯାତ୍ରୀ। ଗର୍ଭ କର୍କଟ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଖଟ ଉପରେ ପଡି ଛଟପଟ ହେଉଛନ୍ତି ସୁମିତ୍ରା। ପରିବାରର କୌଣସି ରୋଜଗାର ନଥିବାରୁ ଚିକିତ୍ସା ହୋଇପାରୁନି । ଯାହାଫଳରେ ଦିନକୁ ଦିନ ରୋଗ ବଢିବା ସହିତ କଷ୍ଟ ଯନ୍ତ୍ରଣା ବଢିବାରେ ଲାଗିଛି ।

sonସେପଟେ ରୋଗୀଣା ମାଆର ସେବା କରିବାରେ କଟୁଛି ୧୨ ବର୍ଷୀୟ ପୁଅର ଦିନ । ଯେଉଁ ବୟସରେ ପାଠଶାଠ ପଢି, ଖେଳକୁଦ କରି, ମା ହାତର ରୋଷେଇ ଖାଇବା କଥା ଏବେ ସେହି ବୟସରେ ନିଜ ହାତରେ ରୋଷେଇ କରି ମାକୁ ଖୁଆଉଛି । କଅଁଳ ବୟସରେ ବାପା ଚାଲିଯାଇଥିବା ବେଳେ ଏବେ ମାଆ ମାକୁ କେମିତି ଭଲ କରିବ ସେ କଥା ବସି ଭାବୁଛି ।

govt ଦିନେ ବାପା ମାଆଙ୍କୁ ଖୁସି ଦେବାକୁ ସ୍ୱପ୍ନ ଦେଖୁଥିବା ଆଖି ଆଜି ଲୁହରେ ଛଳ ଛଳ । ତେବେ ମାଆ ପୁଅଙ୍କ ଦୁଃଖ ଜାଣିବା ପରେ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ସରକାରଙ୍କ ସହାୟତାର ହାତ ପାଇ ଏହି ଗରିବ ପାରିବାର ହସି ଉଠୁ ଏହା ହିଁ ଆମର ଆଶା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.