ଭୁବନେଶ୍ୱର ଲୋୟର ପିଏମଜି ଧାରଣାସ୍ଥଳରେ କିରୋସିନି ଢାଳି ଏଏନଏମଙ୍କ ଆତ୍ମାହୁତି ଉଦ୍ୟମ, ଆସନ୍ତା ୧୮ରେ ସମୂହ ଆତ୍ମାହୂତି ଦେବାକୁ ଚେତାବନୀ

ଭୁବନେଶ୍ବର: ଧାରଣାସ୍ଥଳରେ ଏଏନଏମଙ୍କ ଆତ୍ମାହୁତି ଉଦ୍ୟମ । ସ୍ଥାୟୀ ନିଯୁକ୍ତି ଦାବିରେ ୧୮ ଦିନ ହେଲା ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଏଏନଏମ । ୭ ଦିନ ହେଲା ସେମାନେ ଅନଶନ ଚଲାଇଛନ୍ତି । ବିଭିନ୍ନ ସମୟରେ ନେତାମାନେ ଧାରଣାସ୍ଥଳକୁ ଆସି ସେମାନଙ୍କ ସହ ଆଲୋଚନା କରିଛନ୍ତି । ହେଲେ ଏଯାଏ ଦାବି ପୂରଣ ହୋଇନାହିଁ ।

ଆଜି ଆନ୍ଦୋଳନକାରୀଙ୍କ ମଧ୍ୟରୁ ୨ ଏଏନଏମ ଦେହରେ କିରୋସିନି ଢାଳି ଆତ୍ମାହୁତି ପାଉଁ ଉଦ୍ୟମ କରିଥିଲେ । ହେଲେ ପୋଲିସ ସେମାନଙ୍କୁ ଆତ୍ମାହୁତିରୁ ନିବୃତ୍ତ କରିଥିଲା । ଆସନ୍ତା ୧୮ ତାରିଖରେ ସମୂହ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ଦାବି ପୂରଣ ନହେବା ଯାଏ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.