Categories: ରାଜ୍ୟ

ରସଗୋଲା କାହାର ? ବଙ୍ଗଳାର ନା ଓଡ଼ିଶାର, ଏପ୍ରିଲରେ ଆସିବ ଚୂଡାନ୍ତ ରାୟ

ଭୁବନେଶ୍ୱର : ଏପ୍ରିଲ ମାସରେ ଆସିପାରେ ରସଗୋଲା ରାୟ। ଜଣା ପଡିବ ଏହା ଓଡ଼ିଶାର ନା ପଶ୍ଚିମବଙ୍ଗର। କିଛି ଦିନ ତଳେ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ବୈଠକ ବସିଥିଲା। ଏଥିରେ ଓଡ଼ିଶାକୁ ପ୍ରମାଣ ଦେବାକୁ ୨ ମାସ ସମୟ ଦିଆଯାଇଛି। ନଭେମ୍ବର ୨୦୧୭ରେ ପଶ୍ଚିମବଙ୍ଗ ରସଗୋଲାକୁ ମିଳିଥିଲା GI ଟ୍ୟାଗ୍‌। ଏହାକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲା ଓଡ଼ିଶା। ଓଡ଼ିଶାର ଦାବି ଥିଲା ଏହାକୁ ଜଗନ୍ନାଥ ରସଗୋଲା ମାନ୍ୟତା ଦିଆଯାଉ। ବର୍ତ୍ତମାନ ଯଦି ଦୁଇ ମାସ ସମୟ ଭିତରେ ଓଡ଼ିଶା ଆବଶ୍ୟକ ପ୍ରମାଣ ଯୋଗାଇ ନ ପାରିବ ତେବେ ଆବେଦନ ଖାରଜ ହୋଇଯିବ।

ଦ ରିଜିଓନାଲ ଡେଭଲପମେଣ୍ଟ ଟ୍ରଷ୍ଟ ଏବଂ ଓଡିଶା ସ୍ମଲ ଇଣ୍ଡଷ୍ଟ୍ରି କର୍ପୋରେସନ ଗତ ବର୍ଷ ଜାନୁଆରୀ ମାସରେ ବାଂଲାର ରସଗୋଲାକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲା। ବର୍ତ୍ତମାନ ଏଓ ଅଧିକାରୀ ଜାଣିବାକୁ ଚାହୁଁଛନ୍ତି, ରସୋଗଲା ମିଠାର ମାନ କେମିତି ଧାର‌୍ୟ୍ୟ ହେଉଛି, ଯାଞ୍ଚ କେମିତି ହେଉଛି ଏବଂ ଜିଆଇ ଟ୍ୟାଗ ପାଇଁ କଣ କରାଯାଇ ପାରିବ। ଏହାସହ ରସଗୋଲାର ରାସାୟନିକ ସମିଶ୍ରଣ କଣ? ଏବଂ କଣ ରହିଛି ପୋଷକ ତତ୍ତ୍ୱ? ସେ ବିଷୟରେ ତଥ୍ୟ ମଗାଯାଇଛି। ରସଗୋଲା ରଖିବାକୁ କେତେ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି ଏବଂ ଓଡ଼ିଶା ରସଗୋଲାର ସ୍ୱତନ୍ତ୍ରତା କଣ ଜାଣିବାକୁ ଚାହିଛନ୍ତି ଜିଆଇ କର୍ତ୍ତୃପକ୍ଷ ।

KNews Bureau

Recent Posts

ବିଦ୍ୟୁତ ଆଘାତରେ ଦନ୍ତା ମୃତ, ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିଲା

ସମ୍ବଲପୁର : ବିଦ୍ୟୁତ ଆଘାତରେ ଦନ୍ତା ମୃତ। ସମ୍ବଲପୁର ସଦର ରେଞ୍ଜ ଫରେଷ୍ଟ ଡିଭଜନ ଯୁଯୁମୁରା ରେଞ୍ଜ ବସିଆପଡା ଗାଁରେ…

17 mins ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି…

54 mins ago

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

9 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

13 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

13 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

13 hours ago