ଯାଜପୁର ଟାଉନ (କେ ନ୍ୟୁଜ୍) : ପବିତ୍ର ମହାଶିବରାତ୍ରୀ ଅବସରରେ ଯାଜପୁର ଜିଲ୍ଲା ବିଂଝାରପୁର ବରୁଣେଶ୍ୱର ପୀଠରେ ଏକ ମ୍ୟୁଜିକ ସିଡି ମୁକ୍ତିଲାଭ କରିଛି । ବାବା ବରୁଣେଶ୍ୱରଙ୍କ ମହିମା ଉପରେ ଆଧାରିତ ଏହି ମ୍ୟୁଜିକ ଭଜନ ସିଡିଟି ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଉନ୍ମୋଚନ କରିଥିଲେ । ଦୀନେଶ ମଲ୍ଲିକ ନିର୍ଦ୍ଦେଶିତ ଏହି ମ୍ୟୁଜିକ ସିଡିର ଗୀତିକାର ହେଲେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଏହି ଉନ୍ମୋଚନ ଉତ୍ସବରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ବ୍ଲକ ଅଧ୍ୟକ୍ଷ ନନ୍ଦ କିଶୋର ସାମଲ, ସୂଚନା ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଂଝାରପୁର ଅଂଚଳର ବହୁ ବରିଷ୍ଠ ବ୍ୟକ୍ତି ତଥା ଶ୍ରଦ୍ଧାଳୁଙ୍କ ଉପସ୍ଥିତରେ କ୍ୟାସେଟ୍ର ୮ଟି ଗୀତ ଶୁଣିବାକୁ ମିଳିଥିଲା । ପ୍ରଥମ ଥର ପାଇଁ ଜିଲ୍ଲାପାଳ ଓ ବିଧାୟିକାଙ୍କ ପ୍ରୟାସରେ ବାବା ବରୁଣେଶ୍ୱର ମ୍ୟୁଜିକ ସିଡିଟି ବେଶ ଲୋକପ୍ରିୟ ହୋଇ ପାରିଥିଲା ବେଳେ ଖୁବ୍ ଶୀଘ୍ର ଏହାର ଭିଡିଓ ଆଲବମ କରାଯିବା ପାଇଁ ପ୍ରତିଶ୍ରୁତି ମିଳିଛି ।
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…