ଯାଜପୁର : ପ୍ରଭୁ ବରୁଣେଶ୍ୱରଙ୍କ ମହିମା ଉପରେ ଆଧାରିତ ମ୍ୟୁଜିକ୍‌ ସିଡି ଉନ୍ମୋଚିତ

ଯାଜପୁର ଟାଉନ (କେ ନ୍ୟୁଜ୍‌) : ପବିତ୍ର ମହାଶିବରାତ୍ରୀ ଅବସରରେ ଯାଜପୁର ଜିଲ୍ଲା ବିଂଝାରପୁର ବରୁଣେଶ୍ୱର ପୀଠରେ ଏକ ମ୍ୟୁଜିକ ସିଡି ମୁକ୍ତିଲାଭ କରିଛି । ବାବା ବରୁଣେଶ୍ୱରଙ୍କ ମହିମା ଉପରେ ଆଧାରିତ ଏହି ମ୍ୟୁଜିକ ଭଜନ ସିଡିଟି ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଉନ୍ମୋଚନ କରିଥିଲେ । ଦୀନେଶ ମଲ୍ଲିକ ନିର୍ଦ୍ଦେଶିତ ଏହି ମ୍ୟୁଜିକ ସିଡିର ଗୀତିକାର ହେଲେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଏହି ଉନ୍ମୋଚନ ଉତ୍ସବରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ବ୍ଲକ ଅଧ୍ୟକ୍ଷ ନନ୍ଦ କିଶୋର ସାମଲ, ସୂଚନା ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଂଝାରପୁର ଅଂଚଳର ବହୁ ବରିଷ୍ଠ ବ୍ୟକ୍ତି ତଥା ଶ୍ରଦ୍ଧାଳୁଙ୍କ ଉପସ୍ଥିତରେ କ୍ୟାସେଟ୍‌ର ୮ଟି ଗୀତ ଶୁଣିବାକୁ ମିଳିଥିଲା । ପ୍ରଥମ ଥର ପାଇଁ ଜିଲ୍ଲାପାଳ ଓ ବିଧାୟିକାଙ୍କ ପ୍ରୟାସରେ ବାବା ବରୁଣେଶ୍ୱର ମ୍ୟୁଜିକ ସିଡିଟି ବେଶ ଲୋକପ୍ରିୟ ହୋଇ ପାରିଥିଲା ବେଳେ ଖୁବ୍‌ ଶୀଘ୍ର ଏହାର ଭିଡିଓ ଆଲବମ କରାଯିବା ପାଇଁ ପ୍ରତିଶ୍ରୁତି ମିଳିଛି ।

 

 

Leave A Reply

Your email address will not be published.