Below header

ମହିଳା ପ୍ରଫେସରଙ୍କ ଅନନ୍ୟ ଦେଶଭକ୍ତି, ପ୍ରତିମାସ ନିଜ ପାରିଶ୍ରମିକର ୫ ପ୍ରତିଶତ କରିବେ ସେନାକୁ ଦାନ

ଦେଶର ସିମାକୁ ସୁରକ୍ଷା ଦେବା ପାଇଁ ନିଜ ଜୀବନକୁ ବାଜି ଲଗାଉଥିବା ଯବାନଙ୍କ ପାଇଁ ପନ୍ତନଗର ଜିବି ବିଶ୍ବବିଦ୍ୟାଳୟର କୁକୁଡା ଫାର୍ମ ଭଣ୍ଡାରକ ରଜନୀଶ୍ ପାଣ୍ଡ୍ୟା ଏବଂ ଆସୋସିଏଟ ପ୍ରଫେସର ଡା. ରୂଚିରା ତିୱାରି ଆର୍ଥିକ ସହଯୋଗ ପାଇଁ ପ୍ରସ୍ତାବ ଦେଇଛନ୍ତିା

ଡା. ରୂଚିରା ସବୁ ମାସ ନିଜ ଦରମାର ପାଞ୍ଚ ପ୍ରତିଶତ ରାଶି ଜିବି ବିଶ୍ବବିଦ୍ୟାଳୟ ମାଧ୍ୟମ ଦ୍ବାରା ଭାରତୀୟ ସେନାଙ୍କ ଖାତାକୁ ପଠାଇବୋ ସେହିଭଳି ରଜନୀଶ ମଧ୍ୟ ଦାରମାର ଏକ ପ୍ରତିଶତ ରାଶି ସେନାଙ୍କ ଖାତାକୁ ଦେବୋ ରଜନୀଙ୍କ ପ୍ରସ୍ତାବରେ ପ୍ରେରିତ ହୋଇ ଡା. ରୂଚିକା ଏହି ପଦକ୍ଷେପ ନେଇଛନ୍ତିା

ପ୍ରଫେସର ଡା. ରୂଚିରା କହିଲେ ଯେ ୧୯୯୪ରେ ଜିବି ବିଶ୍ବବିଦ୍ୟାଳୟରୁ ଏମଏସସି କରିଥିଲୋ ୧୯୯୬-୯୮ ପର୍ଯ୍ୟନ୍ତ ଇବାରାକି ବିଶ୍ବବିଦ୍ୟାଳୟ ଟୋକିଓ ଜାପାନରେ ରିସର୍ଚ୍ଚର ପଦରେ ରହିଥିଲେ ଏବଂ ଜାନୁୟାରୀ ୨୦୦୦ରେ ପନ୍ତନଗର ଜିବିରୁ କିଟ୍ ବିଜ୍ଞାନ ବିଭାଗରେ ପିଏଚଡି କଲେ ଏବଂ ପରେ ୨୦୦୬ରେ ଜିବି ବିଶ୍ବବିଦ୍ୟାଳୟରେ ଆସିଷ୍ଟାଣ୍ଡ ପ୍ରଫେସର ପଦରେ ନିଯୁକ୍ତି ପାଇଥିଲୋ

ଗତ ବର୍ଷ ତାଙ୍କର ଆସୋସିଏଟ ପ୍ରଫେସର ପଦରେ ପଦୋନ୍ନତି ହେଲାା ତାଙ୍କ ସ୍ବାମୀ ଡା. ମନିଷ ଶ୍ରୀବାସ୍ତବ ଭାରତୀୟ କ୍ରୁଷି ଅନୁସନ୍ଧାନ ସଂସ୍ଥାନ ନୂଆ ଦିଲ୍ଲୀରେ ପ୍ରିନିସିପାଲ ସାଇନଟିଷ୍ଟ ଅଛନ୍ତିା ସେ କୁହନ୍ତି ଯେ ସେନାଙ୍କ କାରଣରୁ ଆମେ ସୁରକ୍ଷିତ ଭାବେ ବଞ୍ଚି ପାରୁଛୁା ସେ ସବୁବେଳେ ଚାହୁଁଥିଲେ ଯବାନ ମାନଙ୍କୁ ସାହାଯ୍ୟ କରିବା ପାଇଁ କିନ୍ତୁ ସାହାଯ୍ୟ ପ୍ରକ୍ରୀୟାର ସୂଚନା ନଥିଲାା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.