ଆତଙ୍କବାଦୀ ଅଫଜଲ ଗୁରୁର ପୁଅ ମୁହଁରୁ ଦେଶ ଭକ୍ତିର ସ୍ଳୋଗାନ୍ , କହିଲେ ‘ମୁଁ ଭାରତୀୟ ନାଗରିକ ଭାବେ ଗର୍ବିତ’

କେନ୍ୟୁଜ୍ : ସସଂଦରେ ଆତଙ୍କି ଆକ୍ରମଣର ଦୋଷୀ ଅଫଜଲ ଗୁରୁର ପୁଅ ଏବେ ଡକ୍ଟର ହେବା ସହିତ ଦେଶରେ ସେବା କରିବାକୁ ଚାହୁଁଛନ୍ତି । ସେ ବର୍ତ୍ତମାନ ମେଡିକାଲ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି କରୁଥିବା ସହିତ ଅଧିକ ପାଠ ପାଇଁ ବିଦେଶ ଯିବାକୁ ଚାହୁଁଛନ୍ତି । ତେବେ ବର୍ତ୍ତମାନ ସେ ବହୁତ ଖୁସି ଅଛନ୍ତି କି ତାଙ୍କର ଆଧାର କାର୍ଡ ହୋଇଯାଇଛି । ଗାଲିବଙ୍କୁ ଆଶା ଅଛି କି ଆଧାର କାର୍ଡ ମିଳିବା ପରେ ତାଙ୍କର ଏବେ ପାସପୋର୍ଟ ମଧ୍ୟ ହୋଇଯିବ । ଯାହାଫଳରେ ସେ ନିଜ ପାଠପଢାପାଇଁ ବିଦେଶ ଯାତ୍ରା କରିପାରିବେ ।

ଚେହେରାରେ ଖୁସି ଏବଂ ଆଖିରେ ଆଶା ନେଇ ଏହି ୧୮ ବର୍ଷର ଗାଲିବ କହିଛନ୍ତି କି ପରିଚୟ ପତ୍ର ମିଳିବା ପରେ ସେ ବହୁତ ଖୁସି । ତାଙ୍କ ପାଖରେ ତାଙ୍କ ଆଧାର କାର୍ଡ ଅଛି । ଏହି ସମୟରେ ଗାଲିବ ନିଜ ଦାଦା ଏବଂ ମାଙ୍କ ସହିତ ରହୁଛନ୍ତି । ତାଙ୍କୁ ଆଶା ଅଛି କି ଆଧାର କାର୍ଡ ମିଳିବା ପରେ ସେ ବହୁତ ଶିଘ୍ର ନିଜର ପାସପୋର୍ଟ ବନେଇବେ ।

guru_sonଏହା ସହିତ ସବୁଠାରୁ ବଡ କଥା ହେଉଛି କି ସେ କହିଛନ୍ତି, ମୁଁ ଭାରତୀୟ ନାଗରିକ ଭାବେ ବହୁତ ଗର୍ବିତ, ଏହି ଗର୍ବ ସେତେବେଳେ ଆହୁରି ବଢିଯିବ ଯେବେ ମୋତେ ଭାରତ ସରକାର ବିଦେଶ ଯିବା ପାଇଁ ପାସପୋର୍ଟ ଦେଇଦେବେ । ପାସପୋର୍ଟ ମିଳିବା କ୍ଷଣି ମୋର ବିଦେଶରେ ପାଠପଢିବା ପାଇଁ ସବୁ ରାସ୍ତା ଖୋଲିଯିବ ।

ଏହା ସହିତ ସେ କହିଛନ୍ତି କି ମୁଁ ମୋ ବାପାଙ୍କ ସ୍ବପ୍ନ ପୁରା କରିବାକୁ ଚାହୁଁଛି । ମୁଁ ଚାହୁଁଛି ମୋ ବାପା ଡକ୍ଟର ହୋଇପାରିଲେନି କିନ୍ତୁ ମୁଁ ହେବି । ନିଜକୁ ବର୍ତ୍ତମାନ ପର‌୍ୟ୍ୟନ୍ତ ଆତଙ୍କବାଦୀ ଏବଂ ଆତଙ୍କି ସଙ୍ଗଠନଠାରୁ ଦୂରେଇ ରଖିବାରେ ମୋ ମାଙ୍କ ବିଶେଷ ହାତ  ରହିଛି ।

Leave A Reply

Your email address will not be published.