ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରୁ ଆଜିଠାରୁ ‘ମୋ ବସ୍’ ଚଳାଚଳ ପୁଣି ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ଭୁବନେଶ୍ୱର ଓ କଟକରୁ ୮ଟି ରୁଟ୍ରେ ‘ମୋ ବସ୍’ ଗଡ଼ିଛି । ଏହି ସବୁ ବସ୍ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଚାଲିବ । ଭୁବନେଶ୍ୱର ଓ କଟକରେ ଅତି ଗୁରୁତ୍ୱପୂର୍ଣ୍ଣ ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଓ ୩୩ ଆଦି ୮ଟି ନମ୍ବର ରୁଟ୍ରେ ଏହି ବସ୍ ଚଳାଚଳ କରିଥିବା ଜଣାଯାଇଛି।
ଏହି ବସ୍ ଗୁଡ଼ିକ ନନ୍-ଏସି । ଯାତ୍ରା ସମୟରେ ବସ୍ ଭିତରେ ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ତେବେ ଅଗଷ୍ଟ ମାସ ସାରା ସପ୍ତାହନ୍ତ ସଟ୍ଡାଉନ୍ କାରଣରୁ ଶନି ଓ ରବିବାର ମୋ ବସ୍ ସେବା ମଧ୍ୟ ବନ୍ଦ ରହିବ।
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…