ଆଜିଠାରୁ ଭୁବନେଶ୍ୱର ଓ କଟକରୁ ପୁଣି ଆରମ୍ଭ ହେଲା ‘ମୋ ବସ୍’ ଚଳାଚଳ, ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଚାଲିବ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରୁ ଆଜିଠାରୁ ‘ମୋ ବସ୍’ ଚଳାଚଳ ପୁଣି ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ଭୁବନେଶ୍ୱର ଓ କଟକରୁ ୮ଟି ରୁଟ୍‌ରେ ‘ମୋ ବସ୍’ ଗଡ଼ିଛି । ଏହି ସବୁ ବସ୍ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଚାଲିବ ।‌ ଭୁବନେଶ୍ୱର ଓ କଟକରେ ଅତି ଗୁରୁତ୍ୱପୂର୍ଣ୍ଣ ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଓ ୩୩ ଆଦି ୮ଟି ନମ୍ବର ରୁଟ୍‌ରେ ଏହି ବସ୍ ଚଳାଚଳ କରିଥିବା ଜଣାଯାଇଛି।

ଏହି ବସ୍‌ ଗୁଡ଼ିକ ନନ୍‌-ଏସି । ଯାତ୍ରା ସମୟରେ ବସ୍‌ ଭିତରେ ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ତେବେ ଅଗଷ୍ଟ ମାସ ସାରା ସପ୍ତାହନ୍ତ ସଟ୍‌ଡାଉନ୍‌ କାରଣରୁ ଶନି ଓ ରବିବାର ମୋ ବସ୍‌ ସେବା ମଧ୍ୟ ବନ୍ଦ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.