କରୋନାର ରାମବାଣ ଅସମ୍ଭବ: WHOର ସତର୍କବାଣୀ ଆଶା ମଧ୍ୟରେ ସୃଷ୍ଟି କଲା ନିରାଶା

ନୂଆଦିଲ୍ଲୀ :WHOର ସତର୍କବାଣୀ । କରୋନାର ରାମବାଣ ଅସମ୍ଭବ । ଲୋକଙ୍କ ମଧ୍ୟରେ ମାସ୍କକୁ ଏକତାର ପ୍ରତୀକ କରାଯାଉ । ଭାରତ ଲମ୍ବା ଲଢ଼େଇ ଲଢ଼ିବାକୁ ପ୍ରସ୍ତୁତ ରହିବାକୁ ହେବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ବିଶ୍ୱର ବିଭିନ୍ନ ଦେଶ କରୋନା ପ୍ରତିଷେଧକ ଟିକା ବିକଶିତ କରିବାରେ ଲାଗିଛନ୍ତି । କିଛି ଦେଶ ଟିକା ପରୀକ୍ଷା ମଧ୍ୟ କଲେଣି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆଶା ଓ ଆକାଂକ୍ଷା ବଢ଼ି ଚାଲିଛି । କିନ୍ତୁ ଏହି ସମୟରେ WHOର ସୂଚନା ଆଶା ମଧ୍ୟରେ ନିରାଶା ସୃଷ୍ଟି କରିଛି ।

ରାମବାଣ ଚିକିତ୍ସା ଏପର୍ଯ୍ୟନ୍ତ ବାହାରି ନାହିଁ କିମ୍ବା ଆଗକୁ ବୋଧ ହୁଏ ବାହାରିପାରିବ ନାହିଁ । ଭାରତରେ ସଂକ୍ରମଣ ହାର ଏବେ ଧିରେ ଧିରେ ବଢ଼ି ଚାଲିଛି । ତେଣୁ ଭାରତକୁ ଆଗକୁ ଲମ୍ବା ଲଢ଼େଇ ଲଢ଼ିବାକୁ ପ୍ରସ୍ତୁତ ହୋଇ ରହିବାକୁ ପଡିବ ବୋଲି କହିଛି WHO । WHOର ଏହି ସତର୍କବାଣୀ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.