ଆବାସ ଯୋଜାନାରେ ଆସିଲା ଘର ହେଲେ ପାଇ ପାରିଲେନି ହିତାଧିକାରୀ: ଫାଇଦା ନେଲେ ପଂଚାୟତର ପୂର୍ବତନ ଜିଆରଏସ୍

ସୋରଡା : ଆବାସ ଯୋଜାନାରେ ଆସିଲା ଘର। ମାତ୍ର ହିତାଧିକାରୀ ପାଇ ପାରିଲେନି ଏହାର ସୁଫଳ। ଏହାର ଫାଇଦା ନେଲେ ପଂଚାୟତର ପୂର୍ବତନ ଜିଆରଏସ। ଘର କାମ ପାଇଁ ସାମଗ୍ରୀ ଆଣିଲେ ଜିଆରଏସ। ଘରି ତିଆରିବି ଆରମ୍ଭ ହେଲା। ହିତାଧିକାରୀଙ୍କ ଖାତାକୁ ଘରି ତିଆରି ପାଇଁ ଟଙ୍କା ଆସିଲା। ଆଉ ଏହି ଟଙ୍କାକୁ କଣ୍ଟ୍ରାକ୍ଟରଙ୍କୁ ବଢାଇ ଦେଲେ ହିତାଧିକାରୀ। ଏହି ସବୁ ଟଙ୍କାକୁ ଧରି ଜିଆରଏସ ଛୁ ହୋଇଗଲେ। ଆଉ ଲୋକେ ରହୁଛନ୍ତି ପାଣି ଗଳୁଥିବା ଛାତ ତଳେ। ହିତାଧିକାରୀଙ୍କ କାନ୍ଥ ପ୍ଲାଷ୍ଟର ହେଲାନାହିଁ। ଫଳରେ ବର୍ଷା ହେଲେ ଘରେ ପାଣି ପଶୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଗାଜଲବାଡି ପଂଚାୟତର ନେପାପେତି ଗାଁରେ।

ଏବେ ଭଙ୍ଗା ଦଦରା ଘରେ ରହୁଛନ୍ତି ହିତାଧିକାରୀ। ଘରର କବାଟ ନାହିଁ। ଗୁହାରୀ କଲେ ଶୁଣିବାକୁ ମିଳୁଛି ଟଙ୍କା ସରିଗଲାଣି। ପୁଣି ଟଙ୍କା ଦେଲେ କାମ ଆରମ୍ଭ ହେବ। ନିୟମ ଅନୁଯାୟୀ ଘର ଶେଷ ହେଲେ ଜଣେ ହିତାଧିକାରୀଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ପାଇବା କଥା। ବର୍ତ୍ତମାନ ସୁଦ୍ଧା ହିତାଧିକାରୀ ଘର ତିଆରି ପାଇଁ ଦେଇ ସାରିଲେଣି ୧ ଲକ୍ଷ ଟଙ୍କା। ଗାଁର କିଛି ଲୋକଙ୍କର ଘରର କିଛି କାନ୍ଥ ଉଠାଇ ସବୁତକ ଟଙ୍କା ନେଇ ଜିଆରଏସ ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଘର ତିଆରି ପାଇଁ ହିତାଧିକାରୀମାନେ ସଂଗ୍ରହ କରିଥିବା ପଥରକୁ ମଧ୍ୟ ଜିଆରଏସ ଅନ୍ୟତ୍ର ବିକି ଦେଇଥିବା ଅଭିଯୋଗ ହୋଇଛି। ଟଙ୍କା ନେଇ ସାରିଥିଲେ ମଧ୍ୟ କିଛି ଲୋକଙ୍କର ଘର କାମ ଆରମ୍ଭ ହୋଇନାହିଁ। ଆଉ ସବୁଠାରୁ ବିଡମ୍ବନାର ବିଷୟଯେ, କେବଳ ଗାଁ ସରପଂଚଙ୍କୁ ଛାଡିଦେଲେ ଆଉ କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଖରେ ଏନେଇ ଖବର ନାହିଁ।

 

 

Leave A Reply

Your email address will not be published.