ରାଜ୍ୟ

ଫିକା ହେଲା ରଜ ସପିଂ, ସିଲ ହେଲା ଭୁବନେଶ୍ୱର ମାର୍କେଟ ବିଲଡିଂ ! ଅତ୍ୟଧିକ ଭିଡ ଯୋଗୁଁ ସିଲ୍‌ କଲା ବିଏମସି

ଦିନକ ପରେ ରଜ। ଆଉ ଆଜି ସିଲ ହେଲା ଭୁବନେଶ୍ୱର ମାର୍କେଟ ବିଲଡିଂ। ରଜ ସଜବାଜ ପାଇଁ ବଜାରକୁ ସୁଅ ଛୁଟୁଥିଲା ଲୋକଙ୍କର। ଆସନ୍ତା ଶନିବାର ଓ ରବିବାର ସଟଡାଉନ ଥିବାରୁ ବଜାରରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ। କରୋନା କଟକଣାକୁ ନମାନି ଲୋକେ ବଜାରରେ ଗହଳି ଜମାଉଛନ୍ତି।

ଲୋକଙ୍କୁ ଦେଖିଲେ ଲାଗିବନି ଯେ କେହି କରୋନାର କଟକଣାକୁ ପାଳନ କରୁଛନ୍ତି। ତେବେ ବିଏମସି ମାର୍କେଟ ବିଲଡିଂକୁ ସିଲ କରିଦେଇଛି। ସାମାଜିକ ଦୂରତାକୁ କେହି ମାନୁନଥିଲେ ଯାହା ଫଳରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ତେବେ ଗତକାଲି ଚିଫ୍‌ ସେକ୍ରେଟେରୀ ରଜ କିଣାକିଣି ପାଇଁ କର୍ଫ୍ୟୁକୁ କୋହଳ କରି ରାତି ୧୦ ଯାଏଁ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାପରେ ଲୋକମାନେ ଖୁସି ହୋଇଯାଇଥିଲେ। କିନ୍ତୁ ଏବେ ବିଏମସିର ଏହି ନିର୍ଦ୍ଦେଶ ପରେ ନିଶ୍ଚୟ ଭାବରେ ରଜ ସପିଂକୁ ସାମାନ୍ୟ ଫିକା ପକାଇବ।

କିନ୍ତୁ ବିଭିନ୍ନ ସପିଂ ମଲରେ ସାମାଜିକ ଦୂରତାର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଛି। ଭଦ୍ରକ ସହରରେ ବିଭିନ୍ନ ମଲରେ ଲୁଗାପଟା କିଣାକିଣି ପାଇଁ ଲାଗିଥିଲା ପ୍ରବଳ ଭିଡ଼। ସାମାଜିକ ଦୂରତାର ଉଲ୍ଲଙ୍ଘନ ଖବର ପାଇ ଭଦ୍ରକ ଜିଲ୍ଲାପାଳଙ୍କ ନେତୃତ୍ୱରେ ୫ଟି ଟିମ ବିଭିନ୍ନ ସ୍ଥାନରେ ଚଢଉ କରିିଥିଲା। ତେବେ ରିଲାଏନ୍‌ସ ମାର୍ଟ ଓ ଏମ.ବଜାରରେ ପ୍ରବଳ ଭିଡ଼ ଜମିବା ସହ ସେଠାରେ ଆଦୌ ସାମାଜିକ ଦୂରତା ରହୁନଥିବା ଦେଖାଯାଇଥିଲା। ଫଳରେ ଏହି ଦୁଇଟି ମଲକୁ ପୋଲିସ ସିଲ କରିଛି।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago