ଫିକା ହେଲା ରଜ ସପିଂ, ସିଲ ହେଲା ଭୁବନେଶ୍ୱର ମାର୍କେଟ ବିଲଡିଂ ! ଅତ୍ୟଧିକ ଭିଡ ଯୋଗୁଁ ସିଲ୍‌ କଲା ବିଏମସି

ଦିନକ ପରେ ରଜ। ଆଉ ଆଜି ସିଲ ହେଲା ଭୁବନେଶ୍ୱର ମାର୍କେଟ ବିଲଡିଂ। ରଜ ସଜବାଜ ପାଇଁ ବଜାରକୁ ସୁଅ ଛୁଟୁଥିଲା ଲୋକଙ୍କର। ଆସନ୍ତା ଶନିବାର ଓ ରବିବାର ସଟଡାଉନ ଥିବାରୁ ବଜାରରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ। କରୋନା କଟକଣାକୁ ନମାନି ଲୋକେ ବଜାରରେ ଗହଳି ଜମାଉଛନ୍ତି।

marketଲୋକଙ୍କୁ ଦେଖିଲେ ଲାଗିବନି ଯେ କେହି କରୋନାର କଟକଣାକୁ ପାଳନ କରୁଛନ୍ତି। ତେବେ ବିଏମସି ମାର୍କେଟ ବିଲଡିଂକୁ ସିଲ କରିଦେଇଛି। ସାମାଜିକ ଦୂରତାକୁ କେହି ମାନୁନଥିଲେ ଯାହା ଫଳରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ତେବେ ଗତକାଲି ଚିଫ୍‌ ସେକ୍ରେଟେରୀ ରଜ କିଣାକିଣି ପାଇଁ କର୍ଫ୍ୟୁକୁ କୋହଳ କରି ରାତି ୧୦ ଯାଏଁ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାପରେ ଲୋକମାନେ ଖୁସି ହୋଇଯାଇଥିଲେ। କିନ୍ତୁ ଏବେ ବିଏମସିର ଏହି ନିର୍ଦ୍ଦେଶ ପରେ ନିଶ୍ଚୟ ଭାବରେ ରଜ ସପିଂକୁ ସାମାନ୍ୟ ଫିକା ପକାଇବ।

marketକିନ୍ତୁ ବିଭିନ୍ନ ସପିଂ ମଲରେ ସାମାଜିକ ଦୂରତାର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଛି। ଭଦ୍ରକ ସହରରେ ବିଭିନ୍ନ ମଲରେ ଲୁଗାପଟା କିଣାକିଣି ପାଇଁ ଲାଗିଥିଲା ପ୍ରବଳ ଭିଡ଼। ସାମାଜିକ ଦୂରତାର ଉଲ୍ଲଙ୍ଘନ ଖବର ପାଇ ଭଦ୍ରକ ଜିଲ୍ଲାପାଳଙ୍କ ନେତୃତ୍ୱରେ ୫ଟି ଟିମ ବିଭିନ୍ନ ସ୍ଥାନରେ ଚଢଉ କରିିଥିଲା। ତେବେ ରିଲାଏନ୍‌ସ ମାର୍ଟ ଓ ଏମ.ବଜାରରେ ପ୍ରବଳ ଭିଡ଼ ଜମିବା ସହ ସେଠାରେ ଆଦୌ ସାମାଜିକ ଦୂରତା ରହୁନଥିବା ଦେଖାଯାଇଥିଲା। ଫଳରେ ଏହି ଦୁଇଟି ମଲକୁ ପୋଲିସ ସିଲ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.