ମାସ୍କ ପିନ୍ଧିବା ପାଇଁ ଆସିଲା ନୂଆ ନିର୍ଦ୍ଦେଶାବଳୀ, ଜାଣନ୍ତୁ କେବେ ଆଉ କେଉଁଠି ପିନ୍ଧିବେ ମାସ୍କ

ବର୍ତ୍ତମାନ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯେଉଁଥିପାଇଁ ଆରମ୍ଭରୁ ନେଇ ଆଜି ପର୍ଯ୍ୟନ୍ତ ସମସ୍ତଙ୍କୁ ସାମାଜିକ ଦୂରତା ଏବଂ ଫେସ୍ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି । ତେବେ ବୃଦ୍ଧି ପାଉଥିବା ବିପଦକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାସ୍କ ପିନ୍ଧିବାକୁ ନେଇ ଦ୍ଵିତୀୟଥର ନିର୍ଦ୍ଦେଶାବଳୀ ଜାରି କରିଛି ।

ସୂଚନା ଅନୁଯାୟୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାସ୍କର ଗୁଣବତ୍ତା ସମ୍ବନ୍ଧରେ ନୂତନ ନିର୍ଦ୍ଦେଶନାମା ଜାରି କରିଛି । ଏଥିରେ ଦର୍ଶାଯାଇଛି ଯେ ନୂତନ ଅନୁସନ୍ଧାନ ଅନୁଯାୟୀ ବଜାରରୁ ଫେସ୍ ମାସ୍କ ମଧ୍ୟ କ୍ରୟ କରାଯାଇପାରିବ ଏବଂ ଘରେ ମଧ୍ୟ ତିଆରି କରାଯାଇପାରିବ । କିନ୍ତୁ ମନେରଖନ୍ତୁ ଯେ ଘରେ କପଡ଼ାରେ ତିଆରି ମାସ୍କର ପ୍ରାୟ ତିନୋଟି ସ୍ତର ରହିବା ଜରୁରୀ । ଏଥିରେ ସୂତାର ଅସ୍ତ୍ର, ପଲିଷ୍ଟରର ବାହ୍ୟ ସ୍ତର ଏବଂ ମଝିରେ ପୋଲିପ୍ରୋପାୟଲିନରେ ନିର୍ମିତ ଏକ ଫିଲ୍ଟର ଭଳି ସ୍ତର ରଖିଲେ ଏହା ଆପଣଙ୍କୁ କରୋନା ସହ ଲଢ଼ିବାରେ ସାହାଯ୍ୟ କରିବ ।

ଏହିସବୁ ସ୍ଥାନରେ ନିହାତି ପିନ୍ଧନ୍ତୁ ମାସ୍କ

ଗାଇଡଲାଇନ ଅନୁଯାୟୀ ଜନଗହଳି ପୂର୍ଣ୍ଣ ସ୍ଥାନରେ ଲୋକଙ୍କୁ ବାରମ୍ବାର ମାସ୍କ ପିନ୍ଧିବା ପାଇଁ କୁହାଯିବା ଉଚିତ୍ । ବିଶେଷକରି ରେଳ ଷ୍ଟେସନ, ବସଷ୍ଟାଣ୍ଡ, ହସ୍ପିଟାଲ୍ ଏବଂ ଅନ୍ୟାନ୍ୟ ଯାତାୟାତ ଭଳି ସ୍ଥାନରେ ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀ ଯାହାଫଳରେ ଆପଣ ନିଜକୁ କୋଭିଡ -19ରୁ ରକ୍ଷା କରିପାରିବେ ।

 

ମାସ୍କ ଉପରେ ଅଧିକ ନିର୍ଭର କରନ୍ତୁ ନାହିଁ

WHOର ମହାନିର୍ଦ୍ଦେଶକ ଡାକ୍ତର ଟେଡ୍ରୋସ୍ ଆଡେନୋମ୍ କହିଛନ୍ତି ଯେ ଆପଣ କେବଳ ଫେସ୍ ମାସ୍କ ଉପରେ ଅଧିକ ନିର୍ଭର କରିବା ଉଚିତ୍ ନୁହେଁ । ସେ କହିଛନ୍ତି ଯେ ଏହି ରୋଗକୁ ଦୂର କରିବା ପାଇଁ ଫେସ୍ ମାସ୍କ ଏକମାତ୍ର ବିକଳ୍ପ ନୁହେଁ ତେଣୁ ଏହା ସହିତ ଆପଣ ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରିବା ମଧ୍ୟ ନିହାତି ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.