Below header

ଖାଇବା ଅର୍ଡର ପୂରଣ କରିପାରିଲେନି ରେଷ୍ଟୁରାଣ୍ଟ ମାଲିକ, ତେଣୁ ଭୋଗିବାକୁ ପଡିବ ୧୫୦୦ ବର୍ଷ ଜେଲ ଦଣ୍ଡାଦେଶ

ଥାଇଲାଣ୍ଡର ଏକ ରେଷ୍ଟୁରାଣ୍ଟରେ ଦୁଇ ମାଲିକଙ୍କୁ ପାଖାପାଖି ୧୫୦୦ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି। ଆପଣ ଶୁଣି ହୁଏତ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ପ୍ରକୃତରେ ଏପରି ହୋଇଛି। ଆପଣ ହୁଏତ ଜାଣିଥିବେ, ସାଧାରଣତଃ କେହି ଅପରାଧ କଲେ ଆଜୀବନ ଜେଲ ଦଣ୍ଡ କିମ୍ବା ଫାଶୀ ଦଣ୍ଡ ମିଳୁଥିବାର ଦେଖିଛେ। ଏପରିକି ଆଜୀବନ ଜେଲ ଦଣ୍ଡରେ ମଧ୍ୟ ୧୫-୨୦ ବର୍ଷର ସମୟ ସୀମା ରହିଥାଏ।

grilled-seafood

କିନ୍ତୁ ଇଂଲଣ୍ଡର ଏକ ରେଷ୍ଟୁରାଣ୍ଟର ଦୁଇ ମାଲିକଙ୍କୁ ମିଳିଛି ପ୍ରାୟ ୧୫୦୦ ବର୍ଷର ଜେଲ ଦଣ୍ଡାଦେଶ। କାରଣ ଏହି ଲୋକମାନେ ଯେତେ ଲୋକଙ୍କୁ ଖାଦ୍ୟ ଖୁଆଇବାର ଅର୍ଡର ନେଇଥିଲେ, ତାହା ପୂରଣ କରିପାରିନଥିଲେ। ଲୋକଙ୍କଠାରୁ ଆଡଭାନ୍ସରେ ଟଙ୍କା ନେଇ ସର୍ଭିସ ଦେଇନଥିବାରୁ ତାଙ୍କୁ ଏହି ଦଣ୍ଡ ମିଳିଛି। ଥାଇଲାଣ୍ଡରେ ଆଇନ ଅଛି ଯେ, କାହାକୁ ୨୦ ବର୍ଷରୁ ଅଧିକ ଜେଲ ମିଳିପାରିବ ନାହିଁ। କିନ୍ତୁ ଏହି ମାମଲାରେ କୋର୍ଟ କଡା ନିଷ୍ପତ୍ତି ନେବା ସହିତ ରେଷ୍ଟୁରାଣ୍ଟ ମାଲିକଙ୍କୁ ୧୫୦୦ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ff

ବ୍ୟାଙ୍କକ୍ ପୋଷ୍ଟରେ ପ୍ରକାଶିତ ଖବର ଅନୁସାରେ, ଅପିଚାର୍ତ ବୋଭୋର୍ନଭନଚରକ ଓ ପ୍ରେପାସର୍ନ ବୋଭୋର୍ନଭନଚର ଲେମଗେଟ୍ ରେଷ୍ଟୁରାଣ୍ଟର ମାଲିକ ଥିଲେ। ଏହି ଦୁହେଁ ଗତ ବର୍ଷ ଏକ ଅଫର ବାହାର କରିଥିଲେ ଯେ, ୧୦ ଡଲାର ଅର୍ଥାତ ୭୫୯ ଟଙ୍କାରେ ୧୦ ଜଣ ଲୋକ ସିଫୁଡ୍ ବଫେ ଖାଇପାରିବେ। ରେଷ୍ଟୁରାଣ୍ଟ ପକ୍ଷରୁ କୁହାଯାଇଥିଲା ଯେ, ଅର୍ଡର ଅନଲାଇନରେ ଦେବାକୁ ହେବ ଓ ଟଙ୍କା ରେଷ୍ଟୁରାଣ୍ଟର ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ପଡିବ। ପ୍ରାୟ ୨୦ ହଜାର ଲୋକଙ୍କ ଖାଦ୍ୟର ବୁକିଂ କରିବା ପରେ ଆଡଭାନ୍ସ ଟଙ୍କା ମଧ୍ୟ ରଖିଥିଲା ରେଷ୍ଟୁରାଣ୍ଟ।

food

କିନ୍ତୁ ଏତେ ଲୋକଙ୍କୁ ଖାଦ୍ୟ ଯୋଗାଇବାର ଅର୍ଡର ରେଷ୍ଟୁରାଣ୍ଟ ପୂରଣ କରିପାରିନଥିଲା। ଯେଉଁଥିପାଇଁ ୩୫୦ ଜଣ କଷ୍ଟମର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ଲୋକମାନେ ୨ ମିଲିୟନ ବହତ ଅର୍ଥାତ ୪୯. ୦୪ ଲକ୍ଷ ଟଙ୍କାର ଜରିମାନା ମାଗିଛନ୍ତି। ଅପିଚାର୍ତ ଓ ପ୍ରେପାସର୍ନକୁ ପୋଲିସ ଗିରଫ କରିନେଇଛି। ଏହାପରେ ଦୁଇ ଜଣଙ୍କୁ କ୍ରିମିନାଲ କୋର୍ଟରେ ହାଜର କରାଯାଇଛି। ଦୁହିଁଙ୍କ ଉପରେ ୭୨୩ଟି ଅଭିଯୋଗ ରହିଛି। ଦୁର୍ହିଙ୍କୁ ୧୪୪୬ ବର୍ଷ ଜେଲ ହୋଇଥିଲା, କିନ୍ତୁ ସେମାନେ ନିଜର ଭୁଲ ସ୍ୱୀକାର କରିଥିଲେ ବୋଲି କୋର୍ଟ ଦୁହିଁଙ୍କ ଦଣ୍ଡାଦେଶକୁ ଅଧା କରିଦେଇଥିଲେ। ଅର୍ଥାତ୍‌ ଦୁହେଁ ୭୨୩-୭୨୩ ବର୍ଷ ଜେଲ ଦଣ୍ଡ ଭୋଗିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.