ରାଜ୍ୟ

ଭୁବନେଶ୍ୱରରେ ବିଦେଶୀ କୁକୁର ପାଳନରେ ଲାଗିବ କଟକଣା:କେବଳ ୬ ପ୍ରଜାତିର କୁକୁର ପାଳିବାକୁ ମିଳିବ ଅନୁମତି

ଭବନେଶ୍ବର(କେନ୍ୟୁଜ୍): ବିଦେଶୀ କୁକୁର ପାଳନରେ ଲାଗିବ କଟକଣା। ରାଜଧାନୀରେ କେବଳ ୬ ପ୍ରଜାତିର ବିଦେଶି କୁକୁର ପାଳନ ପାଇଁ ଅନୁମତି ଦିଆଯିବ । ଅନ୍ୟ ରାଜ୍ୟ ଓ ଦେଶ ଗୁଡିକରେ ବ୍ୟାନ୍‌ ଥିବା କୁକୁର ପ୍ରଜାତିକୁ ରାଜଧାନୀରେ ପାଳନ ପାଇଁ ଅନୁମତି ଦିଆଯିବ ନାହିଁ । ନିକଟରେ ଇନଫୋସିଟି ଅଞ୍ଚଳରେ କୁକୁର କାମୁଡା ବିବାଦ ପରେ ତତ୍ପର ହୋଇଛି ବିଏମସି । ଯେଉଁ ବିଦେଶୀ କୁକୁର ସହରରେ ରହିବ, ତାର ସମସ୍ତ ତଥ୍ୟ ବିଏମସି ନିକଟରେ ଦାଖଲ କରିବାକୁ ପଡିବ।

କୁକୁର ପାଳିବାକୁ ଇଚ୍ଛୁକ ବ୍ୟକ୍ତି ପ୍ରଥମେ ବିଏମସି ନିକଟରେ ପଞ୍ଜିକରଣ କରିବେ । ପୋଷା ପଶୁଙ୍କ ପାଳନ ପାଇଁ ଖୁବଶୀଘ୍ର ରାଜଧାନୀବାସୀଙ୍କ ପାଇଁ ଜାରି ହେବ ମାର୍ଗଦର୍ଶିକା । ଆନିମଲ େଓ୍ଵଲ ଫେୟାର ବୋର୍ଡ ଅଫ୍‌ ଇଣ୍ଡିଆର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ, ବେଙ୍ଗାଲୁରୁ ଓ କୋଚି ଭଳି ଅନେକ ସହରରେ ପୋଷା ପଶୁ ମାର୍ଗଦର୍ଶିକା ରହିଛି । ଏହି ଆଧାରରେ ବିଏମସି ମଧ୍ୟ ମାର୍ଗଦର୍ଶିକା ଆଣିବାକୁ ଯୋଜନା ରଖିଛି । ନୂଆ ମାର୍ଗଦର୍ଶିକାରେ କୁକୁରଙ୍କ ପଞ୍ଜିକରଣ ବଧ୍ୟତାମୂଳକ କରାଯିବା ସହିତ କୁକୁରଙ୍କ ନିୟମିତ ଟିକାକରଣ ସୁନିଶ୍ଚିତ କରିବେ । ଏହାସହିତ ବିଏମସି ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ସମୟ ଘୋଷଣା ହେବ । କେବଳ ଏହି ସମୟରେ ଲୋକେ କୁକୁରଙ୍କୁ ନେଇ ବାହାରେ ବୁଲାଇ ପାରିବେ ବୋଲି ଜଣାପଡିଛି । ଯଦି କୌଣସି ଗୃହପାଳିତ ପଶୁ ଅନ୍ୟ କାହାର କ୍ଷତି କରେ, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

କୁକୁରଙ୍କ ପାଇଁ ଆସିବ ମାର୍ଗଦର୍ଶିକା

  • କେଉଁ ସମୟରେ କୁକୁରଙ୍କୁ ବାହାରେ ବୁଲାଇ ପାରିବେ?
  • କୁକୁରଙ୍କୁ ବୁଲାଇବାକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ ହେବ
  • କୁକୁରଙ୍କ ନିୟମିତ ଟିକାକରଣ ଉପରେ ଗୁରୁତ୍ୱ ରହିବ
  • କାହାର କିଛି କ୍ଷତି ଘଟାଇଲେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିବ
  • କେଉଁ ପ୍ରଜାତିର କୁକୁର ରଖି ହେବା ତାହା ଧାର୍ଯ୍ୟ ହେବ
  • କେଉଁ ସ୍ଥାନରେ କେଉଁ ପ୍ରଜାତିର ରଖି ହେବ ତାହା ଧାର୍ଯ୍ୟ ହେବ
KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago