ରାଜ୍ୟ

ଛତିଶଗଡ଼ରେ ମାଓ ଦମନ ପାଇଁ ବଡ଼ ବ୍ଲୁ ପ୍ରିଣ୍ଟ, ଖୁବଶୀଘ୍ର ଆରମ୍ଭ ହେବ ଅପରେସନ୍ “କଗାର୍”

ଭୁବନେଶ୍ୱର (କେନ୍ୟୁଜ): ନିପାତ ହେବ ଲାଲବାହିନୀ । ମାଓ ଦମନ ପାଇଁ ବଡ଼ ବ୍ଲୁ ପ୍ରିଣ୍ଟ । ଖୁବଶୀଘ୍ର ଆରମ୍ଭ ହେବ ଅପରେସନ୍ କଗାର୍ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନକ୍ସଲ ଦମନ ପାଇଁ ରଣନୀତି ହୋଇଛି । ଅପରେସନ୍ କଗାର୍ ଅର୍ଥ ଶେଷ ସୀମା । ଛତିଶଗଡ଼ର ସର୍ବାଧିକ ନକ୍ସଲ ଉପଦ୍ରୁତ ଅବୁଝମଦ ଜଙ୍ଗଲରେ ବଡ଼ ଧରଣର ହମଲା କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛି ।

ଏହି ଅପରେସନ ପାଇଁ ଓଡ଼ିଶାରେ ମୁତୟନ ଥିବା ସିଆରପିଏଫରୁ ୩ ହଜାର ଯବାନଙ୍କୁ ତୁରନ୍ତ ଛତିଶଗଡ଼ର ବସ୍ତର ଅଭିମୁଖେ ଯିବାକୁ କୁହାଯାଇଛି । ମାଲକାନଗିରିରେ ଥିବା ଏକ ବାଟାଲିୟନ୍ ଯବାନଙ୍କୁ ଛତିଶଗଡ଼ରେ ମୁତୟନ କରାଯିବ । ଏବେ ଓଡ଼ିଶାରେ ମୋଟ୍ ୮ ବାଟାଲିୟନ୍ ବିଏସଏଫ୍ ଯବାନ ଅଛନ୍ତି । ଛତିଶଗଡ଼ର ନାରାୟଣପୁର, ରାଜନନ୍ଦଗାଓଁ ଓ କୋଣ୍ଡାଗାଓଁ ଅଞ୍ଚଳରେ ଏବେ ଆଇଟିବିପିର ୮ଟି ବାଟାଲିୟନ୍ ମୁତୟନ ଅଛନ୍ତି । ବିଏସଏଫକୁ ନାରାୟଣପୁରରେ ୬ଟି ନୂତନ ଅପରେଟିଂ ବେସ୍ ଖୋଲିବାକୁ କୁହାଯାଇଛି ।

ଅପରେସନରେ ବିଏସଏଫ୍, ସିଆରପିଏଫ୍, ଆଇଟିବିପି ଯବାନଙ୍କ ସହ ରାଜ୍ୟ କମାଣ୍ଡୋ ସାମିଲ ହେବେ । ନାରାୟଣପୁର ଜିଲ୍ଲାରେ ରହିଛି ୪ ହଜାର ବର୍ଗ କିଲୋମିଟର ଅଞ୍ଚଳ । ସେଠାରେ କ୍ୟାଡର ମାଓବାଦୀ ରହୁଛନ୍ତି । ସେହିପରି ଅବୁଝମଦ ବା ମଧ୍ ଅଞ୍ଚଳରେ ପ୍ରାୟ ୨୩୭ଟି ଗାଁରେ ରହୁଛନ୍ତି ପ୍ରାୟ ୩୫ ହଜାର ଆଦିବାସୀ । ସେସବୁ ଅଞ୍ଚଳ ଉଭୟ ରାଜ୍ୟ କି କେନ୍ଦ୍ରୀୟ ଫୋର୍ସଠାରୁ ଅପହଞ୍ଚ ରହିଛି । ଫଳରେ ଅବୁଝମଦରେ ମାଓବାଦୀ ବେସ୍ କ୍ୟାମ୍ପ କରି ଟ୍ରେନିଂ ଓ ଅପରେସନ୍ ପ୍ଲାନ୍ କରୁଛନ୍ତି । ଛତିଶଗଡ଼, ଆନ୍ଧ୍ର ଏବଂ ଓଡ଼ିଶାରେ ସକ୍ରିୟ ଥିବା ନକ୍ସଲ କ୍ୟାଡରମାନେ ମୁଖ୍ୟତଃ ଛତିଶଗଡ଼ର ବସ୍ତର ଅଞ୍ଚଳରେ ତାଲିମ୍ ନେଇଥାଆନ୍ତି ।

ଏଠାରୁ ଛତିଶଗଡ଼-ଓଡ଼ିଶା ସୀମାନ୍ତ ଅଞ୍ଚଳରେ ହିଂସାକାଣ୍ଡ କରି ଥାଆନ୍ତି ଲାଲବାହିନୀ । ଓଡ଼ିଶାରେ ନକ୍ସଲ ଉପଦ୍ରବ କମିଛି । ଏବେ କେକେବିଏନ୍ ଡିଭିଜନର କ୍ୟାଡରମାନେ ସକ୍ରିୟ ଅଛନ୍ତି । ଗତ କିଛି ବର୍ଷରେ ଅନେକ ନକ୍ସଲ ନେତା ନିହତ ହୋଇଥିବା ବେଳେ ଅନେକ ହାର୍ଡକୋର ମାଓବାଦୀ ସଂଗଠନ ହାତ ଛାଡିଛନ୍ତି । ଏମିତି ସ୍ଥିତିରେ ଲାଲବାହିନୀକୁ ମୂଳପୋଛ କରିବାକୁ ବଡ଼ ଅପରେସନ୍ ପ୍ଲାନ୍ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।

 

Barsha

Recent Posts

ଜନତା ମୈଦାନରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଜନତା ମୈଦାନରେ ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଶପଥ ଗ୍ରହଣ ଉତ୍ସବ ପାଇଁ…

17 mins ago

ସରିଲା ନିର୍ବାଚନ, ବଢ଼ିଲା ପରିବା ଦର : ସବୁ ୫୦ ଉପରେ

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନ ସରିଲା, ଏବେ ପରିବା ଦରରେ ଲାଗିଲା ନିଆଁ ।  ଲଗାତାର ଭାବେ ବଢିଚାଲିଛି ପରିବା ଦର…

27 mins ago

ସର୍ଚ୍ଚ ଅପରେସନ ବେଳେ ମାଲକାନଗିରି ସୀମାନ୍ତ ଜଙ୍ଗଲରୁ ସ୍ପାଇକ ହୋଲ୍ ଠାବ

ମାଲକାନଗିରି (କେନ୍ୟୁଜ): ନକ୍ସଲ ରଚିଥିଲେ ଷଡ଼ଯନ୍ତ୍ର । ଲୁଚି ଲୁଚି ପ୍ରସ୍ତୁତ କରିଥିଲେ ରଣନୀତି । ବଡ ଅଘଟଣ ଘଟାଇବାକୁ…

35 mins ago

ହିତାଧିକାରୀମାନଙ୍କୁ ମିଳୁନି ଭତ୍ତା ଟଙ୍କା, ଏମାନଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି

ପାଟଣାଗଡ଼(କେନ୍ୟୁଜ): ସେ ବୃଦ୍ଧବୃଦ୍ଧା ହୁଅନ୍ତୁ କି ଭିନ୍ନକ୍ଷମ ବା ବିଧବା ସମସ୍ତେ ନିଃସହାୟ ବୋଲି ସରକାର କରିଛନ୍ତି ଭତ୍ତା ବ୍ୟବସ୍ଥା…

55 mins ago

ଅଜଣା ଗାଡ଼ି ଧକ୍କାରେ ୨ ବାଇକ ଆରୋହୀ ମୃତ, ୨ ଗୁରୁତର

କଣ୍ଟାବାଞ୍ଜି (କେନ୍ୟୁଜ): ଅଜଣା ଗାଡି ଧକ୍କାରେ ଦୁଇ ମୃତ । ବିଳମ୍ବିତ ରାତିରେ ସିନ୍ଧେକେଲା ଥାନା ଜାମଖୁଣ୍ଟା ଗାଁ ନିକଟରେ…

1 hour ago

ଭୁବନେଶ୍ବରରେ କମିଲା ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ଆଜିର ମୂଲ୍ୟ…

ଭୁବନେଶ୍ୱରରେ ବଢ଼ିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୭ ପଇସା ରହିଛି ।…

2 hours ago