Categories: ରାଜ୍ୟ

ପୂଜା ଛୁଟି ସରିବା ପରେ ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ, ଭୋଟରଙ୍କୁ ଆକର୍ଷିତ କରିବାରେ ତିନି ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର

ବିଜେପୁର : ପାଖଉଛି ବିଜେପୁର ଉପନିର୍ବାଚନ । ସେପଟେ ବଢୁଛି ପ୍ରଚାର ତାତି। ଦୂର୍ଗାପୂଜା ଛୁଟି ସରିବା ପରେ ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଭୋଟରଙ୍କୁ ଆକର୍ଷିତ କରିବାରେ ତିନି ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର। ଦଳୀୟ କର୍ମୀ ଓ ନେତାଙ୍କ ସହ ଲୋକଙ୍କ ପାଖକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ସହ ବିଜେଡିର ଲୋକାଭିମୁଖୀ ଯୋଜନା ସଂପର୍କରେ ଅବଗତ କରାଇ ଭୋଟ ଭିକ୍ଷା କରିଛନ୍ତି ରୀତା। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିବାକୁ ଦଳର ନେତାମାନେ ବିଜେପୁରରେ ଡେରା ଜମାଇଲେଣି। ଆସନ୍ତା ୧୭ ଓ ୧୮ ଦୁଇ ଦିନ ଧରି ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ।

ଆଜି ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ପାଇଁ ପ୍ରଚାର କରିବାକୁ ବିଜେପୁର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗାଇସଲେଟ ବ୍ଲକ ତାଲପାଲିଠାରେ ସାଧାରଣ ସଭାରେ ଯୋଗଦେବେ। ଏହାପରେ ବରପାଲି ବ୍ଲକରେ ରୋଡ ଶୋ କରି ସନତଙ୍କ ପାଇଁ ଭୋଟ ମାଗିବେ। ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରଚାରକୁ ଜୋରଦାର କରାଯାଇଛି। କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ମଧ୍ୟ ଦଳର ପୂର୍ବ ପ୍ରଦର୍ଶନକୁ ଭୁଲି ପୁଣି କ୍ଷମତାକୁ ଆସିବାକୁ ପ୍ରଚାର ଆରମ୍ଭ କରିଛନ୍ତି।

KNews Bureau

Recent Posts

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

2 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

8 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

11 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

46 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

57 mins ago

ଜୀବନର ଶେଷ ରିଲ୍‌…୩୦୦ ଫୁଟ୍‌ ଗଭୀର ଖାଇକୁ ଖସିଲା କାର୍‌, ଯୁବତୀ ମୃତ

ସୋସିଆଲ ମିଡିଆରେ ରିଲ୍ସ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଏତେ ଉତ୍ସାହ ରହୁଛି ଯେ ନିୟମ ସୁଦ୍ଧା ମାନିବାକୁ ସେମାନେ ପ୍ରସ୍ତୁତ…

1 hour ago