Below header

ପୂଜା ଛୁଟି ସରିବା ପରେ ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ, ଭୋଟରଙ୍କୁ ଆକର୍ଷିତ କରିବାରେ ତିନି ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର

ବିଜେପୁର : ପାଖଉଛି ବିଜେପୁର ଉପନିର୍ବାଚନ । ସେପଟେ ବଢୁଛି ପ୍ରଚାର ତାତି। ଦୂର୍ଗାପୂଜା ଛୁଟି ସରିବା ପରେ ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଭୋଟରଙ୍କୁ ଆକର୍ଷିତ କରିବାରେ ତିନି ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର। ଦଳୀୟ କର୍ମୀ ଓ ନେତାଙ୍କ ସହ ଲୋକଙ୍କ ପାଖକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ସହ ବିଜେଡିର ଲୋକାଭିମୁଖୀ ଯୋଜନା ସଂପର୍କରେ ଅବଗତ କରାଇ ଭୋଟ ଭିକ୍ଷା କରିଛନ୍ତି ରୀତା। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିବାକୁ ଦଳର ନେତାମାନେ ବିଜେପୁରରେ ଡେରା ଜମାଇଲେଣି। ଆସନ୍ତା ୧୭ ଓ ୧୮ ଦୁଇ ଦିନ ଧରି ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ।

Dharmendraଆଜି ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ପାଇଁ ପ୍ରଚାର କରିବାକୁ ବିଜେପୁର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗାଇସଲେଟ ବ୍ଲକ ତାଲପାଲିଠାରେ ସାଧାରଣ ସଭାରେ ଯୋଗଦେବେ। ଏହାପରେ ବରପାଲି ବ୍ଲକରେ ରୋଡ ଶୋ କରି ସନତଙ୍କ ପାଇଁ ଭୋଟ ମାଗିବେ। ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରଚାରକୁ ଜୋରଦାର କରାଯାଇଛି। କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ମଧ୍ୟ ଦଳର ପୂର୍ବ ପ୍ରଦର୍ଶନକୁ ଭୁଲି ପୁଣି କ୍ଷମତାକୁ ଆସିବାକୁ ପ୍ରଚାର ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.