କବିର ସିଂ ଉପରେ ଆସିଲା ଶାହିଦ କପୁରଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ କରିନାଙ୍କ ରିଆକ୍ସନ, କହିଲେ ଏପରି କଥା..

ଶାହିଦ କପୁରଙ୍କ ଫିଲ୍ମ ବକ୍ସ ଅଫିସରେ ସଫଳତାର ଶୀର୍ଷକୁ ସ୍ପର୍ଶ କରିସାରିଛି । ଏହି ଫିଲ୍ମକୁ ନେଇ କିଛି ଲୋକ ଶାହିଦଙ୍କୁ ସମାଲୋଚନା କରିଥିବା ବେଳେ ଆଉ କିଛି ଲୋକ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରିଥିଲେ । ଫିଲ୍ମ ରିଲିଜ ହେବାର ୪ ମାସ ପରେ ଶାହିଦଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ କରିନା କପୁର ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ।

ଏକ ଇଣ୍ଟରଭିୟୁ ସମୟରେ କରିନା କପୁର, କବିର ସିଂ ଫିଲ୍ମରେ କିଆରା ଆଡଭାନୀଙ୍କ ରୋଲ ଉପରେ ଆଲୋଚନା କରିଥିଲେ । କରିନାଙ୍କ କହିବା ଅନୁଯାୟୀ ସେ ପ୍ରୀତି ଭଳି ଚରିତ୍ର ଉପରେ ଆଦୌ ବିଶ୍ୱାସ କରନ୍ତି ନାହିଁ । କରିନାଙ୍କୁ ଏହି ଫିଲ୍ମ ଦେଖିଛନ୍ତି କି ନାହିଁ ଉପରେ ପ୍ରଶ୍ନ କରାଯିବା ପରେ ସେ କହିଥିଲେ ଯେ ଏପର୍ଯ୍ୟନ୍ତ ଏହି ଫିଲ୍ମ ଦେଖିନାହାନ୍ତି କିନ୍ତୁ ଏଥିରେ କିଛି ଫରକ ପଡେନାହିଁ କାରଣ ଏହି ଚଳଚ୍ଚିତ୍ର ୩୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଆୟ କରିସାରିଛି ।

Kabir Singh

ଏହାସହ ପଢନ୍ତୁ ଇଣ୍ଟରନେଟରେ ଛାଇଗଲେ ଟିକଟକର ‘ମଧୁବାଲା’, ଫିଲ୍ମ ସାଇନ କରାଇବା ପାଇଁ କରଣ ଜୋହରଙ୍କ ଅନୁରୋଧ କଲେ ଲୋକେ, ଦେଖନ୍ତୁ ଭିଡିଓ

ଏହାସହ କରିନା କହିଥିଲେ କି ସେ ପ୍ରୀତି ଭଳି ଚରିତ୍ର ଉପରେ ବିଶ୍ୱାସ କରନ୍ତି ନାହିଁ କାରଣ ସାଧାରଣରତଃ ପ୍ରକୃତରେ ମଣିଷମାନେ ଏପରି ହୋଇନଥାନ୍ତି । ଏହା ଭଲ କଥା ଯେ ଲୋକମାନେ ଫିଲ୍ମକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି । ସୂଚନା ଅନୁଯାୟୀ କବିର ସିଂ ବର୍ତ୍ତମାନ ପର୍ଯ୍ୟନ୍ତ ୩୭୨ କୋଟିରୁ ଅଧିକ ଆୟ କରିସାରିଛି ।

Kareena Kapoor Khan

ନିକଟରେ କରିନା ନିଜର ବଲିଉଡରେ ୨୦ ବର୍ଷ ପୁରଣ ହେବା କଥା କହିଥିଲେ । ସେ କହିଥିଲେ ଯେ ଏହି ୨୦ ବର୍ଷର ଯାତ୍ରା ମୋ ପାଇଁ ବହୁତ ଭଲ ରହିଲା । ମୋତେ ବହୁତ ଭଲ ଭଲ ଲୋକଙ୍କ ସହ କାମ କରିବାର ସୁଯୋଗ ମଧ୍ୟ ମିଳିଛି । ମୁଁ ଅଭିନୟ ପାଇଁ ହିଁ ଜନ୍ମ ନେଇଥିଲି ଏବଂ ଆଶା କରୁଛି ଯେ ମରିବା ପର୍ଯ୍ୟନ୍ତ ମୁଁ ଅଭିନୟ କରିବି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.