ରାଜ୍ୟ

ଭାରସାମ୍ୟ ହରାଇ ଗାର୍ଡ ୱାଲ୍ ଖୁଣ୍ଟ କୁ ପିଟି ହେଲା ବାଇକ୍, ୩ ଯୁବକ ଗୁରୁତର

ମୋହନା(କେନ୍ୟୁଜ) : ଗଜପତି ଜ଼ିଲ୍ଲା ଅଡବା ଥାନା ଗୁଣ୍ଡିମା ଛକ ରେ ବାଇକ୍ ଦୁର୍ଘଟଣା ରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି l ଆହତ ଯୁବକମାନେ ହେଲେ ମୋହନା ଜଗନ୍ନାଥ ମନ୍ଦିର ସାହି ର ତୋଫାନ ମାଝୀ, ସୁଶୀଲ ମହାନ୍ତି ଏବଂ ହରିଜନ ସାହିର ଶଙ୍କର ଚୌଧୁରୀ l

ସୂଚନା ପ୍ରକାରେ ଯୁବକ ମାନେ ଏକ ଭୋଜି କାର୍ଯ୍ୟ ରେ ଯୋଗ ଦେଇ ଅଡବା ଠାରୁ ମୋହନା ଅଭିମୁଖେ ଆସୁଥିବା ବେଳେ ଗୁଣ୍ଡିମା ବୁଲାଣି ରେ ଭରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ରେ ଥିବା ଗାର୍ଡ ୱାଲ୍ ଖୁଣ୍ଟ ରେ ପିଟି ହୋଇଯାଇଥିଲେ l

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସାତୋଟି ଗାର୍ଡ ୱାଲ୍ ଖୁଣ୍ଟ ସମ୍ପୂର୍ଣ ଭାଙ୍ଗି ଯାଇଥିଲା l ଆହତ ଯୁବକ ମାନଙ୍କୁ ପ୍ରଥମେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମ୍‌କେସିଜି ହସପିଟାଲ ସ୍ଥାନାନ୍ତର କରାଯାଇଛି l ଅଡବା ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍ ଜବତ କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛି l

Niharanjan

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

26 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

33 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

49 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

55 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago