ରାଜ୍ୟ

ଭୁବେନେଶ୍ବର ମାଷ୍ଟର କ୍ୟାଣ୍ଟିନ ପାର୍କିଂ ଷ୍ଟାଣ୍ଡରେ ବର୍ଷେ ହେବ ଅଲୋଡ଼ା ହୋଇ ପଡି ରହିଛି ବାଇକ, ଆସୁନାହାନ୍ତି କେହି ଦାବିଦାର

କେନ୍ୟୁଜ୍(ବ୍ୟୁରୋ):  କୁଆଡେ ଗଲେ ଗାଡ଼ିମାଲିକ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ରେଳଷ୍ଟେସନସ ନିକଟ ପାର୍କିଂରେ ରଖାଯାଇଥିବ କିଛି ବାଇକ ମାଲିକ ନିଖୋଜ ହୋଇଯାଇଛନ୍ତି । ଏକଥା ଆମେ ଏଥିପାଇଁ କହୁଛୁ ଯେ ଦୀର୍ଘ ବର୍ଷେ ହେବ ୮୦ରୁ ଅଧିକ ବାଇକ ଓ ସାଇକେଲର ଦାବିଦାର କେହି ଆସୁନାହାନ୍ତି। ଏଭଳି ସ୍ଥିତିରେ ବିଚରା ବାଇକ ପାର୍କିଂ ମାଲିକ ବାଇକର ଦାବିଦାରଙ୍କ ଅପେକ୍ଷା କରି ଦିନ ଗଣୁଛନ୍ତି । ଏହି ଭିତରେ ଅନେକ  ବାଇକ ଓ ସଇକେଲ ଗୁଡିକର ପାର୍କିଂ ଫି ତା ମୂଲ୍ୟଠାରୁ ମଧ୍ୟ ବଳିଗଲାଣି। ଏହି  ବାଇକ ମଧ୍ୟରେ ( OR-01D 4616, OD22A-3902, ORO2-S 2051,OR22-B6753,OR05AS-0482,CG04DS-6188, SG13UB-1281, OR02BE-3091, OR02AB-2464, OR02 ଏହି ଭଳି ଅନେକ ) ରହିଛି। କିନ୍ତୁ ଏତେ ଦାମିକା ଗାଡ଼ିକୁ ପାର୍କିଂର ଛାଡ଼ି କାହିଁକି ତାର ମାଲିକ ନେବାକୁ ଆସୁନାହାନ୍ତି ତାହା ଅନେକ ସନ୍ଦେହ ଘେରକୁ ନେଇ ଆସୁଛି। ଅନେକ ଲୋକ ଭାବିଛନ୍ତି ଏହା ହୁଏତ ଚୋରା ଗାଡ଼ି ହୋଇଥିବ କିମ୍ବା ବାଇକ ମାଲିକଙ୍କ କରୋନା ସମୟରେ କିଛି ଅଘଟଣ ଘଟିଛି।

 ବାଇକ୍‌ଗୁଡ଼ିକ ମଧ୍ୟରୁ ରାଜ୍ୟ ବାହାରର ଯଥା ଛତିଶଗଡ଼, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଝାରଖଣ୍ଡ ଏବଂ ମହାରାଷ୍ଟ୍ରର ନମ୍ବର ପ୍ଲେଟ୍‌ ରହିଛି।  ଏହା ସହିତ ଅନେକ ବାଇକରେ ଓଡ଼ିଶାର ନମ୍ବର ପ୍ଲେଟ୍‌ ଲାଗିଛି। ପାର୍କିଂରେ କେବଳ ବାଇକର ନମ୍ବର, ତାରିଖ ଓ ରଖାଯିବାର ସମୟ ଲେଖାଯାଏ। ଏହା ବ୍ୟତିତ ବାଇକ ମାଲିକଙ୍କ ଠିକଣା ଲେଖାଯାଏ ନାହିଁ ଯାହା ଦ୍ବାରା ମାଲିକ ମାନଙ୍କୁ ଖୋଜିବା ସମ୍ଭବପର ହେଉନାହିଁ ।

ପ୍ରତିଦିନ ଏହି  ପାର୍କିଂ ଷ୍ଟାଣ୍ଡରେ ପ୍ରାୟ ୨ ହଜାରରୁ ୨୨ ଶହ ବାଇକ୍‌, ସାଇକେଲ ସହିତ ହେଲମେଟ ବି ରଖାଯାଏ। ଅନେକ ଲୋକ ଭୁବନେଶ୍ବରରେ ରହି ଭୁବନେଶ୍ବର ଆଖପାଖ ଅଞ୍ଚଳକୁ ଚାକରି କିମ୍ବା ଅନେକ ଜଣ ମଜୁରିଆ କାମ କରିବାକୁ ଯାଆନ୍ତି। ଏଥିପାଇଁ ସେମାନେ ନିଜ ବାଇକ ଓ ସାଇକେଲକୁ ପାର୍କିଂ ଷ୍ଟାଣ୍ଡରେ ରଖି ଯାଆନ୍ତି  ଓ ସନ୍ଧ୍ୟା ହେଲେ ସେମାନେ ସେମାନଙ୍କ ବାଇକକୁ ନେଇଯାଆନ୍ତ ।

ଅନେକ ଲୋକ ଅଛନ୍ତି ଯେଉଁମାନେ ଦୁଇ ତିନି ଦିନ ଭିତରେ  କିମ୍ବା ସପ୍ତହା ଭିତରେ ନେଇ ଯାଆନ୍ତି ।  ଏମିତିକି  ଅନେକ ବାଇକ ମାଲିକ ଅଛନ୍ତି ଏକ ମାସ ଯାଏଁ ମଧ୍ୟ ଗାଡ଼ି ରଖିଦେଇ ଯାଆନ୍ତି। କିନ୍ତୁ ଏବେ ବର୍ଷେ ହେବ ଏହି ବାଇକଗୁଡିକର ମାଲିକ ଏମିତି  ନଆସିବା ଆଗରୁ କେବେ ଦେଖାଯାଇନଥିଲା ବୋଲି ପାର୍କିଂ ଜଗୁଥିବା ବ୍ୟକ୍ତି  କହିଛନ୍ତି। ତେବେ ଲକଡାନରେ ପୂର୍ବରୁ ଯେଉଁମାନେ ଗାଡ଼ି ରଖିଦେଇ ଯାଇଛନ୍ତି ସେମାନଙ୍କ ହୁଏତ କିଛି ଅଘଟଣ ଘଟିଥାଏ କିମ୍ବା  ସେମାନେ ବାହାର ରାଜ୍ୟରୁ ଫେରିନଥିବେ ବୋଲି ସନ୍ଦେହ କରାଯାଉଛି।

KNews Bureau

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

10 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

25 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

35 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

44 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

60 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago