ଭୁବେନେଶ୍ବର ମାଷ୍ଟର କ୍ୟାଣ୍ଟିନ ପାର୍କିଂ ଷ୍ଟାଣ୍ଡରେ ବର୍ଷେ ହେବ ଅଲୋଡ଼ା ହୋଇ ପଡି ରହିଛି ବାଇକ, ଆସୁନାହାନ୍ତି କେହି ଦାବିଦାର

କେନ୍ୟୁଜ୍(ବ୍ୟୁରୋ):  କୁଆଡେ ଗଲେ ଗାଡ଼ିମାଲିକ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ରେଳଷ୍ଟେସନସ ନିକଟ ପାର୍କିଂରେ ରଖାଯାଇଥିବ କିଛି ବାଇକ ମାଲିକ ନିଖୋଜ ହୋଇଯାଇଛନ୍ତି । ଏକଥା ଆମେ ଏଥିପାଇଁ କହୁଛୁ ଯେ ଦୀର୍ଘ ବର୍ଷେ ହେବ ୮୦ରୁ ଅଧିକ ବାଇକ ଓ ସାଇକେଲର ଦାବିଦାର କେହି ଆସୁନାହାନ୍ତି। ଏଭଳି ସ୍ଥିତିରେ ବିଚରା ବାଇକ ପାର୍କିଂ ମାଲିକ ବାଇକର ଦାବିଦାରଙ୍କ ଅପେକ୍ଷା କରି ଦିନ ଗଣୁଛନ୍ତି । ଏହି ଭିତରେ ଅନେକ  ବାଇକ ଓ ସଇକେଲ ଗୁଡିକର ପାର୍କିଂ ଫି ତା ମୂଲ୍ୟଠାରୁ ମଧ୍ୟ ବଳିଗଲାଣି। ଏହି  ବାଇକ ମଧ୍ୟରେ ( OR-01D 4616, OD22A-3902, ORO2-S 2051,OR22-B6753,OR05AS-0482,CG04DS-6188, SG13UB-1281, OR02BE-3091, OR02AB-2464, OR02 ଏହି ଭଳି ଅନେକ ) ରହିଛି। କିନ୍ତୁ ଏତେ ଦାମିକା ଗାଡ଼ିକୁ ପାର୍କିଂର ଛାଡ଼ି କାହିଁକି ତାର ମାଲିକ ନେବାକୁ ଆସୁନାହାନ୍ତି ତାହା ଅନେକ ସନ୍ଦେହ ଘେରକୁ ନେଇ ଆସୁଛି। ଅନେକ ଲୋକ ଭାବିଛନ୍ତି ଏହା ହୁଏତ ଚୋରା ଗାଡ଼ି ହୋଇଥିବ କିମ୍ବା ବାଇକ ମାଲିକଙ୍କ କରୋନା ସମୟରେ କିଛି ଅଘଟଣ ଘଟିଛି।

master canteen 3  ବାଇକ୍‌ଗୁଡ଼ିକ ମଧ୍ୟରୁ ରାଜ୍ୟ ବାହାରର ଯଥା ଛତିଶଗଡ଼, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଝାରଖଣ୍ଡ ଏବଂ ମହାରାଷ୍ଟ୍ରର ନମ୍ବର ପ୍ଲେଟ୍‌ ରହିଛି।  ଏହା ସହିତ ଅନେକ ବାଇକରେ ଓଡ଼ିଶାର ନମ୍ବର ପ୍ଲେଟ୍‌ ଲାଗିଛି। ପାର୍କିଂରେ କେବଳ ବାଇକର ନମ୍ବର, ତାରିଖ ଓ ରଖାଯିବାର ସମୟ ଲେଖାଯାଏ। ଏହା ବ୍ୟତିତ ବାଇକ ମାଲିକଙ୍କ ଠିକଣା ଲେଖାଯାଏ ନାହିଁ ଯାହା ଦ୍ବାରା ମାଲିକ ମାନଙ୍କୁ ଖୋଜିବା ସମ୍ଭବପର ହେଉନାହିଁ ।

master canteen

ପ୍ରତିଦିନ ଏହି  ପାର୍କିଂ ଷ୍ଟାଣ୍ଡରେ ପ୍ରାୟ ୨ ହଜାରରୁ ୨୨ ଶହ ବାଇକ୍‌, ସାଇକେଲ ସହିତ ହେଲମେଟ ବି ରଖାଯାଏ। ଅନେକ ଲୋକ ଭୁବନେଶ୍ବରରେ ରହି ଭୁବନେଶ୍ବର ଆଖପାଖ ଅଞ୍ଚଳକୁ ଚାକରି କିମ୍ବା ଅନେକ ଜଣ ମଜୁରିଆ କାମ କରିବାକୁ ଯାଆନ୍ତି। ଏଥିପାଇଁ ସେମାନେ ନିଜ ବାଇକ ଓ ସାଇକେଲକୁ ପାର୍କିଂ ଷ୍ଟାଣ୍ଡରେ ରଖି ଯାଆନ୍ତି  ଓ ସନ୍ଧ୍ୟା ହେଲେ ସେମାନେ ସେମାନଙ୍କ ବାଇକକୁ ନେଇଯାଆନ୍ତ ।

master canteen 2

ଅନେକ ଲୋକ ଅଛନ୍ତି ଯେଉଁମାନେ ଦୁଇ ତିନି ଦିନ ଭିତରେ  କିମ୍ବା ସପ୍ତହା ଭିତରେ ନେଇ ଯାଆନ୍ତି ।  ଏମିତିକି  ଅନେକ ବାଇକ ମାଲିକ ଅଛନ୍ତି ଏକ ମାସ ଯାଏଁ ମଧ୍ୟ ଗାଡ଼ି ରଖିଦେଇ ଯାଆନ୍ତି। କିନ୍ତୁ ଏବେ ବର୍ଷେ ହେବ ଏହି ବାଇକଗୁଡିକର ମାଲିକ ଏମିତି  ନଆସିବା ଆଗରୁ କେବେ ଦେଖାଯାଇନଥିଲା ବୋଲି ପାର୍କିଂ ଜଗୁଥିବା ବ୍ୟକ୍ତି  କହିଛନ୍ତି। ତେବେ ଲକଡାନରେ ପୂର୍ବରୁ ଯେଉଁମାନେ ଗାଡ଼ି ରଖିଦେଇ ଯାଇଛନ୍ତି ସେମାନଙ୍କ ହୁଏତ କିଛି ଅଘଟଣ ଘଟିଥାଏ କିମ୍ବା  ସେମାନେ ବାହାର ରାଜ୍ୟରୁ ଫେରିନଥିବେ ବୋଲି ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.