ବିନା ପେଟ୍ରୋଲ-ଡିଜେଲ ଓ ଲାଇସେନ୍ସରେ ଏଥର ଚାଲିବ ସ୍କୁଟର, ଜାଣନ୍ତୁ ଏହାର ଦାମ୍‌

ଲଗାତାର ଭାବେ ବଢୁଥିବା ପେଟ୍ରୋଲ-ଡିଜେଲ ଦର ଓ ବାୟୂ ପ୍ରଦୂଷଣକୁ ନେଇ ଅଟୋନିର୍ମାତା ଏକ ନୂଆ ବାଇକ ଲଞ୍ଚ କରିଛନ୍ତି। ଏଥିପାଇଁ ପର୍ଯ୍ୟାବରଣ ଅନୁକୂଳ ସହ ଫୁଏଲ୍‌ ଏଫିସିଏଣ୍ଟ ଯାନ ତିଆରି କରିବାକୁ ନିର୍ମାତାଙ୍କୁ ପ୍ରେରିତ କରାଯାଇଛି।  ଦିଲ୍ଲୀ ସ୍ଥିତ ଇଣ୍ଡିଆନ ଇନଷ୍ଟୁଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ଇନକ୍ୟୁବେଟ ଷ୍ଟାର୍ଟ ଅପ୍‌ Geliose Mobility ଦ୍ୱାରା ଇଲେକଟ୍ରିକ ସ୍କୁଟର ହୋପ୍‌ ଲଞ୍ଚ କରାଯାଇଛି। ଆଜି ଆମେ ଆପଣଙ୍କୁ ଏହି ସଂପର୍କରେ ଅଧିକ ତଥ୍ୟ ପ୍ରଦାନ କରିବାକୁ ଯାଉଛୁ। ଜାଣି ନିଅନ୍ତୁ ସେସବୁ ସଂପର୍କରେ..

hope00
pc; amarujala

ବୁକିଂ ଓ ଦାମ୍‌:
ଆକର୍ଷକ ଲୁକ ଓ ଦମଦାର ଇଲେକ୍ଟ୍ରିକ ମୋଟର ସହ ଏହି ଇଲେକ୍ଟ୍ରିକ ମୋପେଡ ତଥା ସ୍କୁଟର ଦିଲ୍ଲୀରେ ଏକ୍ସ ଶୋ’ରୁମରେ ଲଞ୍ଚ କରାଯାଇଛି।  ଏହାର ଦାମ୍‌ ୪୬,୯୯୯ ଟଙ୍କା ରଖାଯାଇଛି। ଦିଲ୍ଲୀ ଏବଂ ଏନସିଆର ଇଲାକାରେ ଏହି ସ୍କୁଟରର ବୁକିଂ ଆରମ୍ଭ ହୋଇସାରିଛି।

କମ୍ପାନୀ ସୂଚନା ଅୁନଯାୟୀ ଇଲେକ୍ଟ୍ରିକ ସ୍କୁଟର Geliose Hopeକୁ ଚଲାଇବା ଖୁବ୍‌ ସହଜ। ଏହାକୁ ଚଲାଇବାର ଖର୍ଚ୍ଚ ପ୍ରତି କିଲୋମିଟରକୁ ୨୦ ପଇସା। ଏହାକୁ ଚାର୍ଜ କରିବା ପାଇଁ ପୋର୍ଟେବଲ ଚାର୍ଜର ଏବଂ ପୋର୍ଟେବଲ ଲି-ଆୟନ ବ୍ୟାଟେରୀ ରହିଛି। ମାତ୍ର ୪ଘଣ୍ଟାରେ ଏହା ସଂପୂର୍ଣ୍ଣ ରୁପେ ଚାର୍ଜ ହୋଇଯାଇଥାଏ। ଘରେ ଚାର୍ଜ କରି ଏହାକୁ ପରେ ଆପଣ ବ୍ୟବହାର କରିପାରିବେ।

hope0099
pc: amarujala

ବ୍ୟାଟେରୀର କ୍ଷମତା ଅନୁଯାୟୀ ଏହା ୫୦ ରୁ ୭୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ।ଏହି ସ୍କୁଟରର ଟପ୍‌ ସ୍ପିଡରେ ଘଣ୍ଟାକୁ ୨୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ଏହା ଲୋ-ସ୍ପିଡ ରେଞ୍ଜ ମଧ୍ୟରେ ଆସିଥାଏ। ଏଥିପାଇଁ ଲାଇସେନ୍ସର କୌଣସି ଆବଶ୍ୟକତା ନାହିଁ। ମାତ୍ର ଏହାର ରେଜିଷ୍ଟ୍ରେସନ ଜରୁରୀ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.