ଦ୍ୱିତୀୟ ବିବାହକୁ ନେଇ ଧର୍ମେନ୍ଦ୍ରଙ୍କୁ ଏମିତି କହିଥିଲେ ତାଙ୍କ ପ୍ରଥମ ପତ୍ନୀ

ବଲିଉଡ ଅଭିନେତା ଧର୍ମେନ୍ଦ୍ର ଓ ଡ୍ରିମ ଗାର୍ଲ ହେମାମାଳିନୀ ବଲିଉଡର ସବୁଠୁ ଫେମସ ଯୋଡିଙ୍କ ମଧ୍ୟରୁ ଏକ। ଏହି ଦୁଇ ଯୋଡି ନିଜ ପ୍ରଫେସନାଲ କ୍ୟାରିୟରକୁ ନେଇ ଯେତେ ପ୍ରଂଶସା ସାଉଁଟିଥାନ୍ତି ତାଙ୍କ ପର୍ସନାଲ ଲାଇଫକୁ ନେଇ ମଧ୍ୟ ସେତେ ଚର୍ଚ୍ଚାରେ ରହିଥାନ୍ତି। ଧର୍ମେନ୍ଦ୍ରଙ୍କ ପର୍ସନାଲ ଲାଇଫ କୌଣସି ଫିଲ୍ମଠାରୁ ବି କମ୍‌ ନୁହେଁ। ସମସ୍ତେ ଜାଣିଛନ୍ତିି ଯେ ଧର୍ମେନ୍ଦ୍ର ୨ଟି ବିବାହ କରିଛନ୍ତି। ପ୍ରଥମ ପତ୍ନୀଙ୍କ ନାମ ପ୍ରକାଶ କୋର। ଧର୍ମେନ୍ଦ୍ର ପ୍ରକାଶ କୋର ଏବଂ ତାଙ୍କ ୪ଟି ପିଲାକୁ ଛାଡି ପରେ ଡ୍ରିମ ଗାର୍ଲ ହେମା ମାଳିନୀଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ।

ଏହି ଘଟଣାକୁ ନେଇ ଧର୍ମେନ୍ଦ୍ର ଅନେକ ଥର ଟ୍ରୋଲ ହୋଇଛନ୍ତି। ଧର୍ମେନ୍ଦ୍ରଙ୍କ ପ୍ରଥମ ବିବାହ ୧୯୫୪ରେ ପ୍ରକାଶ କୋରଙ୍କ ସହ ହୋଇଥିଲା। ବିବାହ ପରେ ଏମାନଙ୍କ ୪ଟି ପିଲା – ବବି ଦେବଲ, ସନୀ ଦେବଲ, ଅଜେତା ଦେବଲ ଓ ବିଜେତା ଦେବଲ ଜନ୍ମ ନେଇଥିଲେ।। ଅଜେତା ଓ ବିଜେତା ଲାଇମଲାଇଟରୁ ନିଜକୁ ଦୂରରେ ରଖି ଏବେ ବିଦେଶରେ ରହୁଛନ୍ତି। ଏହାଛଡା ପ୍ରକାଶ କୋର ଏବେ ୨ପୁଅ ବବି ଦେବଲ ଓ ସନୀ ଦେବଲଙ୍କ ସହ ରହୁଛନ୍ତି।

dharmendra
pc: amar ujala

ଏହାପରେ ୧୯୭୦ରେ ଧର୍ମେନ୍ଦ୍ରଙ୍କ ସହ ହେମାମାଳିନୀଙ୍କ ଫିଲ୍ମ ‘ତୁମ ହସିନ ମେ ଦିଓ୍ଵାନା’ ଜରିଆରେ ସାକ୍ଷାତ ହୋଇଥିଲା। ବିୟୁଟି କୁଇନଙ୍କ ବିୟୁଟିରେ ଧର୍ମେନ୍ଦ୍ର ନିଜକୁ ରୋକି ପାରିନଥିଲେ। ଶେଷରେ ଭଲ ପାଇ ବସିଥିଲେ। କିନ୍ତୁ ଧର୍ମ ପାଇଁ ସେ ନିଜ ପ୍ରଥମ ପତ୍ନୀଙ୍କୁ ଛାଡିବାକୁ ଚାହୁଁନଥିଲେ। ପରେ ସେ ଇସଲାମ୍‌ ଧର୍ମ ଗ୍ରହଣ କରି ହେମାଙ୍କୁ ବିବାହ କରିଥିଲେ। ଧର୍ମେନ୍ଦ୍ର ଦ୍ୱିିତୀୟ ବିବାହ ପାଇଁ ନିଜ ନାମ ପରିବର୍ତ୍ତନ କରି ଦିଲାବର ଖାନ ରଖିଥିଲେ। ପ୍ରକାଶଙ୍କୁ ଡିଭୋର୍ସ ନଦେଇ ଧର୍ମେନ୍ଦ୍ର ୧୯୭୯ରେ ହେମାମାଳିନୀଙ୍କୁ ବିବାହ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.