ରାଜ୍ୟ

ଆଜି ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ

ଭୁବନେଶ୍ୱର (କେନ୍ୟୁଜ): ଆଜି ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ । ଭାରତୀୟ ସମ୍ବିଧାନର ପ୍ରଣେତା ତଥା ଭାରତରତ୍ନ ଆମ୍ବେଦକରଙ୍କୁ ସାରା ଦେଶ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହାସହ ତାଙ୍କର ଅବଦନାକୁ ମନେ ପକାଉଛି ।

ସମ୍ବିଧାନର ପ୍ରତିଷ୍ଠାତାଙ୍କ ଜୟନ୍ତୀରେ ଆଜି ରାଜଧାନୀ ସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିଜେପି ରାଜ୍ୟ ସଭାପତି ମନ ମୋହନ ସାମଲ, କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ଆମ ଆଦମୀ ପାର୍ଟିର ସଭାପତି ନିଶିକାନ୍ତ ମିଶ୍ରଙ୍କ ସହ ଅନେକ ସଂଗଠନ ଓ ସାଧାରଣ ଲୋକେ। ବାବା ସାହେବଙ୍କ ଜୀବନ ସମସ୍ତଙ୍କ ପାଇଁ ଉଦାହରଣ। ଦଳିତ, ନିଷ୍ପେସିତ, ଅବହେଳିତ ଶ୍ରେଣୀର ଲୋକମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ସୁସ୍ଥ ସମାଜ ଗଠନରେ ତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ଅବସରରେ ରାଜ୍ୟପାଳ କହିଛନ୍ତି ବାବା ସାହେବଙ୍କ ସଂଘର୍ଷ ସମସ୍ତଙ୍କ ପାଇଁ ପ୍ରେରଣା।” ଜାତି ଖୋଜିଲେ ମୁକ୍ତି ନାହିଁ ” ବୋଲି ମତ ରଖିଲେ ଗଣେଶୀ ଲାଲ। ସେପଟେ ଆମ୍ବେଦକର କରିଥିବା କାର୍ଯ୍ୟ ଆଜି ବି ଲୋକେ ମନେ ପକାଉଛନ୍ତି, ତାଙ୍କୁ ସ୍ମରଣ କରି ଓଡ଼ିଶାବାସୀଙ୍କୁ ଶୁଭେଛା ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ମନ ମୋହନ ସାମଲ।

ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭୀମରାଓ ଆମ୍ବେଦକର ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ଜନ୍ମ ନେଇଥିଲେ । ୧୮୯୭ରେ ତାଙ୍କ ପରିବାର ମୁମ୍ବାଇ ଆସିଥିଲେ । ଏଲପିନଷ୍ଟୋନ୍ କଲେଜରୁ ସ୍ନାତକ ହାସଲ କରି ଆମ୍ବେଦକର ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥିଲେ । ଏହାପରେ ୧୯୧୭ରେ ଭାରତ ଫେରି ଅଧ୍ୟାପନା କରିଥିଲେ ତେବେ ପରେ ଅଧ୍ୟପନା ଛାଡି ଓକିଲାତି କରିଥିଲେ । ଏହି ସମ.ରେ ସେ ଦଲିତ ଅଦିକାର ପାଇଁ ଆନ୍ଦେଳନ ଆରମ୍ଭ କରିଥିଲେ । ସମ୍ବିଧାନର ଖସଡା ପ୍ରସ୍ତୁତି ଏବଂ ଅଛୁଆଁ ଭେଦଭାବକୁ ଦୂର କରିବାରେ ତାଙ୍କ ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ୧୯୯୦ ମସିହାରେ ତାଙ୍କୁ ମରଣୋତ୍ତର ଭାବରେ ଭାରତରତ୍ନ ପ୍ରଦାନ କରାଯାଇଥିଲା ।

Barsha

Recent Posts

୫୬ ଡିଗ୍ରୀରେ ରେକର୍ଡ ଭାଙ୍ଗିଲା ନାଗପୁର, କେତେ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରିବ ମଣିଷ ଶରୀର?

ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…

3 mins ago

ହାଇକୋର୍ଟରେ ୧୩୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଗୁଜରାଟ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି…

10 mins ago

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

28 mins ago

ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲା: ନାବାଳକ ଅଭିଯୁକ୍ତର ମା’ ଗିରଫ, ରକ୍ତ ନମୁନା ବଦଳାଇଥିବା ଅଭିଯୋଗ

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…

37 mins ago

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

1 hour ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

1 hour ago