ରାଜ୍ୟ

ମିଶନ ଭୁବନେଶ୍ୱର ପାଇଁ କସରତ, ଗଡ଼ ଦଖଲ କରିବା ପାଇଁ ବିଜେଡି ବିଧିବଦ୍ଧ ଭାବେ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରିଛି

କେନ୍ୟୁଜ୍(ବ୍ୟୁରୋ): ବିଜେଡିର ମିଶନ ଭୁବନେଶ୍ୱର। ଲୋକସଭା ଆସନ ଦଖଲ କରିବା ପାଇଁ ବିଜେଡି ବିଧିବଦ୍ଧ ଭାବେ ଆଜି ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରିଛି। ଶଙ୍ଖ ଭବନରେ ବସିଥିଲା ଖୋର୍ଦ୍ଧା-ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ। ଯୋଗ ଦେଇଥିଲେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା ଓ ଭୁବନେଶ୍ୱର ଲୋକସଭା ଆସନର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର। ଏହାସହ ଦୁଇ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ସମତେ ବିଧାୟକ, ସାଂସଦ ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

୨୦୨୪ରେ ଲୋକସଭା ଆସନକୁ ବିଜେପି ହାତରୁ ଛଡେଇ ଆଣିବା ପାଇଁ ଫୁଲଦମ୍‌ରେ ଦଳ ଆରମ୍ଭ କରିବ ଅଭିଯାନ। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଧାନସଭା ଆସନ ସହ ଭୁବନେଶ୍ୱର ଲୋକସଭା ଆସନ କିଭଳି ହାତେଇ ହେବ ତାହାକୁ ଦୃଷ୍ଟିରେ ରଖି ଆଜି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେଡି। ଫୋକସରେ ରହିଛି ବୁଥ୍‌। ଖୋର୍ଦ୍ଧା ଜିଲ୍ଲାରେ ସମୁଦାୟ ୧୯୧୨ ବୁଥ୍‌ ରହିଛି। ସେଥିରୁ ହଜାରେ ବୁଥକୁ ଟାର୍ଗେଟ କରିବ ଦଳ। ସେହି ସମାନ ପନ୍ଥା ମଧ୍ୟ ରାଜ୍ୟର ଅନ୍ୟ ଜିଲ୍ଲାରେ ଆପଣାଇବ ବିଜେଡି।

 

ଆଜିର ବୈଠକ ୫ଟି ଦିଗ ଉପରେ ବେଶ ଗୁରୁତ୍ୱ ଦେଇଛି ଦଳ। ସଙ୍ଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳୀୟ କର୍ମୀ ଓ ନେତା ଆଜି ଶପଥ ନେଇଛନ୍ତି। ନିର୍ବାଚନ ପରେ ନିର୍ବାଚନ ଜିତି ଆସୁଛି ବିଜେଡି। ଏହା ପଛରେ ରହିଛି ବିଜେଡିର ମହିଳା ଭୋଟ୍‌ ବ୍ୟାଙ୍କ। ତେଣୁ ତାହା ଉପରେ ଫୋକସ କରିବା ପାଇଁ ଦଳ ନିଷ୍ପତି ନେଇଛି। ସାରା ଦେଶରେ ଜଣେ ନିର୍ବାଦୀୟ ନେତା ଭାବରେ ନବୀନଙ୍କ ପରିଚିତ ରିହିଛି। ତେଣୁ ତାଙ୍କ ନିର୍ମଳ ଭାବମୂର୍ତ୍ତିକୁ ପ୍ରସଙ୍ଗ କରି ଲୋକଙ୍କ ପାଖରେ ପହଞ୍ଚିବା। ବିରୋଧୀ ଯେଉଁ ଅପ୍ରପ୍ରଚାର ଚଳାଉଛନ୍ତି, ସୋସିଆଲ ମିଡିଆ ଜରିଆରେ ତାର କଡ଼ା ଜବାବ ଦେବା। ଏହା ସହ ଶୃଙ୍ଖଳା ଉପରେ ଗୁରୁତ୍ୱ ଦେଇ, ୨୦୨୪ ପାଇଁ ଏକଜୁଟ୍‌ ହୋଇ ସମସ୍ତେ କାର୍ଯ୍ୟ କରିବାକୁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ଵାନ କରିଛି ବିଜେଡି।

୨୦୧୯ରେ ବିଜେଡି ହାତରୁ ଖସିଥିଲା ଭୁବନେଶ୍ୱର ଲୋକସଭା ଆସନ। ଏହା ଭିତରେ ଭୁବନେଶ୍ୱରରେ ଆଖିଦୃଶିଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟ ସରକାର। ନିକଟରେ ମୁଖ୍ୟମନ୍ତ୍ରୀ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ତ୍ରିଶୁଳିଆରୁ ଏୟାରପୋର୍ଟ ପର୍ଯ୍ୟନ୍ତ ମେଟ୍ରୋ ଯୋଜନା ହୋଇଛି। ଏହା କାର୍ଯ୍ୟକାରୀ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହାସହ ରାଜନୈତିକ ପାଣିପାଗ ମଧ୍ୟ ବଦଳିଛି। ୨୦୨୨ରେ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ବିଜେଡି ମେୟର ପଦ ଜିତିଥିଲା ଜିତିଥିଲା। ପ୍ରାୟ ୮୦ ପ୍ରତିଶତ ୱାର୍ଡରେ ବିଜେଡିର ବିଜୟ ହୋଇଛି। ଯାହା ଜଣାପଡ଼ୁଛି ୨୦୨୪ରେ ଅପରାଜିତାଙ୍କ ବିରୋଧରେ ଶ୍ରୀମୟୀ ମିଶ୍ର ଲଢିବା ସମ୍ଭାବନା ଅଧିକ। ତେଣୁ ଭୁବନେଶ୍ୱର ଦଖଲ ପାଇଁ ବିଜେଡି ବଡ଼ ପ୍ଲାନ ପ୍ରସ୍ତୁତ କରିଛି।

KNews Bureau

Recent Posts

ଓଲଟିଲା ଅମୃତଭଣ୍ଡା ଵୋଝେଇ ଟ୍ରକ, ଜଣେ ମୃତ

ସୋରୋ: ବାଲେଶ୍ଵର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ସିମୁଳିଆ ଠାରେ ଅମୃତଭଣ୍ଡାଵୋଝେଇ ଟ୍ରକ ଓଲଟି ଜଣଙ୍କର ମୃତ୍ୟୁ ଘଟିଛି…

15 mins ago

ମେଡିକାଲରୁ ଚୋରି ଶିଶୁ ଉଦ୍ଧାର, ଆଶାକର୍ମୀ ଅଟକ

ବାଲେଶ୍ବର: ମେଡିକାଲରୁ ଚୋରି ଶିଶୁ ଉଦ୍ଧାର । ବାଲେଶ୍ବର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର ହୋଇଛି ।…

53 mins ago

ଲୁଟେରାଙ୍କ ଆତଙ୍କ ନେଇ ଚିନ୍ତାରେ ଜନ ସାଧାରଣ, ୭ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ

ଝାରସୁଗୁଡ଼ା(କେନ୍ୟୁଜ): ଥମୁନି ଲୁଟେରାଙ୍କ ଆତଙ୍କ । ଦିନ ଦ୍ୱିପ୍ରହରରେ ଲୁଟିବା ପାଇଁ ଆପଣାଉଛନ୍ତି ଭିନ୍ନ ଭିନ୍ନ ଉପାୟ । ଯଦି…

1 hour ago

ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, ରେସ୍ ରେ ଆଗରେ ନାଁ

ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ରେସ୍ ରେ ଆଗରେ ଅଛି ସୁରେଶ ପୂଜାରୀଙ୍କ ନାଁ…

1 hour ago

ନ୍ୟୁୟର୍କରେ ଉଡିଲା ତ୍ରିରଙ୍ଗା, ୬ ରନରେ ପାକିସ୍ତାନକୁ ହରାଇଲା ଟିମ୍ ଇଣ୍ଡିଆ

ନ୍ୟୁୟର୍କରେ ଉଡିଲା ତ୍ରିରଙ୍ଗା । ରୋମାଞ୍ଚକ ମୁକାବିଲାରେ ପାକିସ୍ତାନକୁ ହରାଇଲା ଭାରତ । ମାତ୍ର ୬ ରନରେ ପାକିସ୍ତାନକୁ ହରାଇ…

1 hour ago

ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି

ଭୁବନେଶ୍ୱରରେ ବଢ଼ିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୫୦ ପଇସା ରହିଛି ।…

1 hour ago