Categories: ରାଜ୍ୟ

ସଂସଦରେ କ’ଣ ରହିବ ବିଜେଡିର ଆଭିମୁଖ୍ୟ? ଏନେଇ ଆଜି ଦିଲ୍ଲୀରେ ବସୁଛି ବିଜେଡି ସଂସଦୀୟ ଦଳ ବୈଠକ

କେନ୍ୟୁଜ୍ : ଆଜି ଦିଲ୍ଲୀରେ ବସୁଛି ବିଜେଡି ସଂସଦୀୟ ଦଳ ବୈଠକ । ବିଜେଡି କାର୍ଯ୍ୟାଳୟରେ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ବୈଠକ ଅନୁଷ୍ଠିତ ହେବ । ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ ହେବ । ଏହା ପରେ ଉପବାଚସ୍ପତି ନିର୍ବାଚନ ହେବ । ବାଚସ୍ପତି ପାଇଁ ରେସ୍‌ରେ ଆଗରେ ଅଛନ୍ତି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଜୁଏଲ ଆଗଧାଡିର ଟାଣୁଆ ଆଦିବାସୀ ନେତା । ୫ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଅଭିଜ୍ଞତା ଓ ବରିଷ୍ଠତା ଦୃଷ୍ଟିରୁ ଜୁଏଲଙ୍କୁ ଏହି ପଦବୀ ମିଳିବା ନେଇ ଚର୍ଚ୍ଚା ହେଉଛି । ସେହିପରି ଏସ୍‌. ଏସ୍‌ ଆହାଲୁଓ୍ଵାଲିଆ, ପୂର୍ବତନ ମନ୍ତ୍ରୀ ରାଧାମୋହନ ସିଂହ, ରମେଶ ଜିଗାଜିନାଗିଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି । ବାଚସ୍ପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇପାରେ ବିଜେଡି । ତେବେ ଉପବାଚସ୍ପତି ପଦ ଉପରେ ରହିଛି ଦଳର ନଜର । ଉପବାଚସ୍ପତି ପାଇଁ ବିଜେଡି ସାଂସଦ ଭର୍ତ୍ତୃହରିଙ୍କ ନାଁ ଚର୍ଚ୍ଚାରେ ରହିଛି ।

ସେହିପରି ଶିବ ସେନା ମଧ୍ୟ ଉପବାଚସ୍ପତି ପଦ ଦାବି କରିଛି । ଅନ୍ୟପଟେ ଜଗନମୋହନଙ୍କ ଓ୍ଵାଏସ୍‌ଆର କଂଗ୍ରେସକୁ ମଧ୍ୟ ଏହି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ଉପବାଚସ୍ପତି ନିର୍ବାଚନ ନେଇ କ’ଣ ରହିବ ବିଜେଡିର ଆଭିମୁଖ୍ୟ ତା’ ଉପରେ ଆଜିର ବୈଠକରେ ଆଲୋଚନା ହେବ । ଏହା ସହ ବଜେଟ୍‌ ଅଧିବେଶନ ବେଳେ ଗୃହର ରଣନୀତି ଓ ଗୃହ ପରିଚାଳନାକୁ ନେଇ ସାଂସଦମାନେ ଆଲୋଚନା କରିବେ । ସାଂସଦମାନେ ଉପସ୍ଥାପନ କରିବାକୁ ଥିବା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାର ମଧ୍ୟ ସମ୍ଭାବନା ରହିଛି । ଚଳିତ ଲୋକସଭାରେ ବିଜେଡିର ୧୨ ଜଣ ସାଂସଦ ଅଛନ୍ତି । ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ହୋଇଛନ୍ତି ପିନାକୀ ମିଶ୍ର।

KNews Bureau

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

51 seconds ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

55 seconds ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

19 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

19 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

23 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

46 mins ago