ସଂସଦରେ କ’ଣ ରହିବ ବିଜେଡିର ଆଭିମୁଖ୍ୟ? ଏନେଇ ଆଜି ଦିଲ୍ଲୀରେ ବସୁଛି ବିଜେଡି ସଂସଦୀୟ ଦଳ ବୈଠକ

କେନ୍ୟୁଜ୍ : ଆଜି ଦିଲ୍ଲୀରେ ବସୁଛି ବିଜେଡି ସଂସଦୀୟ ଦଳ ବୈଠକ । ବିଜେଡି କାର୍ଯ୍ୟାଳୟରେ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ବୈଠକ ଅନୁଷ୍ଠିତ ହେବ । ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ ହେବ । ଏହା ପରେ ଉପବାଚସ୍ପତି ନିର୍ବାଚନ ହେବ । ବାଚସ୍ପତି ପାଇଁ ରେସ୍‌ରେ ଆଗରେ ଅଛନ୍ତି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଜୁଏଲ ଆଗଧାଡିର ଟାଣୁଆ ଆଦିବାସୀ ନେତା । ୫ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଅଭିଜ୍ଞତା ଓ ବରିଷ୍ଠତା ଦୃଷ୍ଟିରୁ ଜୁଏଲଙ୍କୁ ଏହି ପଦବୀ ମିଳିବା ନେଇ ଚର୍ଚ୍ଚା ହେଉଛି । ସେହିପରି ଏସ୍‌. ଏସ୍‌ ଆହାଲୁଓ୍ଵାଲିଆ, ପୂର୍ବତନ ମନ୍ତ୍ରୀ ରାଧାମୋହନ ସିଂହ, ରମେଶ ଜିଗାଜିନାଗିଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି । ବାଚସ୍ପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇପାରେ ବିଜେଡି । ତେବେ ଉପବାଚସ୍ପତି ପଦ ଉପରେ ରହିଛି ଦଳର ନଜର । ଉପବାଚସ୍ପତି ପାଇଁ ବିଜେଡି ସାଂସଦ ଭର୍ତ୍ତୃହରିଙ୍କ ନାଁ ଚର୍ଚ୍ଚାରେ ରହିଛି ।

bhartuhariସେହିପରି ଶିବ ସେନା ମଧ୍ୟ ଉପବାଚସ୍ପତି ପଦ ଦାବି କରିଛି । ଅନ୍ୟପଟେ ଜଗନମୋହନଙ୍କ ଓ୍ଵାଏସ୍‌ଆର କଂଗ୍ରେସକୁ ମଧ୍ୟ ଏହି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ଉପବାଚସ୍ପତି ନିର୍ବାଚନ ନେଇ କ’ଣ ରହିବ ବିଜେଡିର ଆଭିମୁଖ୍ୟ ତା’ ଉପରେ ଆଜିର ବୈଠକରେ ଆଲୋଚନା ହେବ । ଏହା ସହ ବଜେଟ୍‌ ଅଧିବେଶନ ବେଳେ ଗୃହର ରଣନୀତି ଓ ଗୃହ ପରିଚାଳନାକୁ ନେଇ ସାଂସଦମାନେ ଆଲୋଚନା କରିବେ । ସାଂସଦମାନେ ଉପସ୍ଥାପନ କରିବାକୁ ଥିବା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାର ମଧ୍ୟ ସମ୍ଭାବନା ରହିଛି । ଚଳିତ ଲୋକସଭାରେ ବିଜେଡିର ୧୨ ଜଣ ସାଂସଦ ଅଛନ୍ତି । ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ହୋଇଛନ୍ତି ପିନାକୀ ମିଶ୍ର।

Pinaki

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.