ରାଜ୍ୟ

ଓଡ଼ିଶାରୁ ଚାଉଳ ସଂଗ୍ରହ କୋଟାର ୮୦ ଭାଗ କାଟିଲା କେନ୍ଦ୍ର, ଚାଷୀଙ୍କ ପ୍ରତି ଅବହେଳାକୁ ବରଦାସ୍ତ କରାଯିବନି କହିଲା ବିଜେଡି

ବରଗଡ଼(କେନ୍ୟୁଜ୍‌) : ଚାଷୀଙ୍କ ପ୍ରତି ଅବହେଳାକୁ ବରଦାସ୍ତ କରାଯିବନି। କେନ୍ଦ୍ରର ଅବହେଳା ନେଇ ପ୍ରେସ୍‌ମିଟରେ ବର୍ଷିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ। ଓଡ଼ିଶା ଏକ କୃଷକ ବହୁଳ ରାଜ୍ୟ। କିନ୍ତୁ ଧାନ ସଂଗ୍ରହ ବାବଦକୁ କେନ୍ଦ୍ର ବଜେଟ୍‌ରେ କଟିଲା ୨୦ ହଜାର କୋଟି ଟଙ୍କା। ଓଡ଼ିଶାରୁ ଚାଉଳ ସଂଗ୍ରହ କୋଟାର ୮୦ ଭାଗ କାଟିଲା କେନ୍ଦ୍ର।

ବଜେଟ୍‌ରେ ବ୍ୟୟବରାଦ ହ୍ରାସରୁ ଚାଷୀ ବିରୋଧୀ ନୀତି ପ୍ରମାଣିତ ହେଉଛି ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ଓଡ଼ିଶାରୁ କେନ୍ଦ୍ର କିଣୁଥିବା ଚାଉଳ ୮୦ ଭାଗ କମାଇଦେଇଛି। ଓଡ଼ିଶାର ଚାଷୀକୁଳକୁ କେନ୍ଦ୍ର ମରଣଯନ୍ତାକୁ ଠେଲି ଦେଇଥିବା ଅଭିଯୋଗ କରିଛି ବିଜେଡି। ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହ ଗୁରୁତର ଭାବେ ବାଧାପ୍ରାପ୍ତ ହେବ।

ଓଡ଼ିଶାର ବଳକା ଚାଉଳକୁ କେନ୍ଦ୍ର ସରକାର ଗ୍ରହଣ କରନ୍ତୁ। ପଶ୍ଚିମ ଓଡ଼ିଶାର ବିଜେପି ସାଂସଦମାନେ ଏନେଇ ନୀରବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରନ୍ତୁ ବୋଲି ଦାବି କରିଛନ୍ତି।

Niharanjan

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

2 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

17 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

23 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

37 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago