ଟେକ୍

ଗୁଗଲର ନୂଆ ଫିଚର, ୧୫ ମିନିଟ ପୂର୍ବରୁ ସର୍ଚ୍ଚ କରିଥିବା ଜିନିଷ କରିପାରିବେ ଡିଲିଟ

ଗୁଗଲ ନିଜର ପପୁଲାର ବ୍ରାଉଜର କ୍ରୋମ ପାଇଁ ଏକ ବଢ଼ିଆ ଫଙ୍କସନ୍‌ ଉପରେ କାମ କରୁଛି । ଆଜିକାଲି ସମୟରେ ସୋସିଆଲ ମିଡିଆର ଚାହିଦା ଦୃତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଖାସ କରି ଗୁଗୁଲ କ୍ରୋମର ବ୍ୟବହାର ଦିନକୁ ଦିନ ବଢି ଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଗୁଲ୍ ଏହାର ଲୋକପ୍ରିୟ ବ୍ରାଉଜର୍ କ୍ରୋମ୍ ପାଇଁ ଏକ ନୂଆ ଫିଚର ଆଣିବାକୁ ଯାଉଛି । ଯାହାର ନାଁ ହେଉଛି ‘କୁଇକ୍ ଡିଲିଟ୍’ ।

ତେବେ ଗୁଗୁଲୁ ବର୍ତ୍ତମାନ ଏହି ଫଙ୍କସନ୍ ଉପରେ କାମ କରୁଛି, ଯାହା ୟୁଜର୍ସମାନଙ୍କୁ ୧୫ ମିନିଟ୍ ପୂର୍ବରୁ ସର୍ଚ୍ଚ କରିଥିବା ବ୍ରାଉଜର୍ ହିଷ୍ଟ୍ରୀ ଡିଲିଟ କରିବାକୁ ଅନୁମତି ଦେବ । ଏହି ଫିଚର ପ୍ରଥମେ ୱେବସାଇଟ୍ କ୍ରୋମଷ୍ଟୋରୀ ସ୍ପଟ୍‌ କରିଥିଲା ଏବଂ କହିଥିଲା ଯେ ଦୁଇଟି ଟ୍ୟାପରେ, ୟୁଜର୍ସମାନଙ୍କ ୱେବରେ ଗତ ୧୫ ମିନିଟର କାର୍ଯ୍ୟକଳାପ ଡିଲିଟ୍ ହୋଇପାରିବ । ଆଣ୍ଡ୍ରଏଡ୍ ପାଇଁ କ୍ରୋମିୟମ୍ ଗେରିଟରେ ଏହି କାର୍ଯ୍ୟଟି ମିଳିଥିଲ । ଯାହା ସୂଚିତ କରେ ଯେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରାଉଜରର ମୋବାଇଲ୍ ଭର୍ସନ ପାଇଁ ଏକ୍ସକ୍ଲୁସିଭ ହୋଇପାରେ ।

ଆଣ୍ଡ୍ରଏଡ୍ ଏବଂ ଡେସ୍କଟପ୍ ପାଇଁ କ୍ରୋମ୍ ପୂର୍ବରୁ ହିଁ ୟୁଜର୍ସଙ୍କୁ ହିଷ୍ଟ୍ରୀ ଟ୍ୟାବରେ ବ୍ରାଉଜିଂ ଅଧିବେଶନ ଦେଖିବା ପାଇଁ ଅନୁମତି ଦେଇଥାଏ । ଯଦି ଆପଣ ଚାହାଁନ୍ତି ତାହାଲେ ଆପଣଙ୍କର ବ୍ରାଉଜିଂ ଡାଟାକୁ ପୂର୍ବ ଏକ ଘଣ୍ଟା ଯାଏଁ କ୍ଲିୟର କରି ପାରିବେ ।

୧୫ ମିନିଟ୍ ଫିଚର ସହିତ ଆଣ୍ଡ୍ରଏଡ୍ ଉପଭୋକ୍ତାମାନେ ସେମାନଙ୍କର ୱେବ୍ ହିଷ୍ଟ୍ରୀ ଉପରେ ଅଧିକ ନିୟନ୍ତ୍ରଣ ଏବଂ ସୁବିଧା ପାଇବେ । ଏହି ପ୍ରକ୍ରିୟା ଡେସ୍କଟପ୍ ଭର୍ସନରେ ‘incognito mode’ ସହିତ ସମାନ ହୋଇଥାଏ । କିନ୍ତୁ ଆଡିସନାଲ କଣ୍ଟ୍ରୋଲ ସହିତ, ଯେହେତୁ ଏହା ଉପଭୋକ୍ତାମାନଙ୍କୁ ସେମାନଙ୍କର ହିଷ୍ଟ୍ରୀ ଏବଂ କୁକିଜ୍‌ ଗୁଡ଼ିକୁ ପୃଥକ ଭାବରେ ହଟାଇବାକୁ ଅନୁମତି ଦିଏ । ଏହା କେବଳ ପ୍ରାଇଭେସୀର ବିଷୟ ନୁହେଁ, ବରଂ ସୁରକ୍ଷା ପ୍ରସଙ୍ଗ ମଧ୍ୟ ଅଟେ । ଗୁଗୁଲ୍ କ୍ରୋମ୍ ସେଠାରେ ସବୁଠାରୁ ଲୋକପ୍ରିୟ ୱେବ୍ ବ୍ରାଉଜର୍ ଅଟେ, ଶୀଘ୍ର ଏବଂ ସହଜରେ ଡାଟା ଡିଲିଟ୍ କରିବାର କ୍ଷମତା ଅନେକ ଉପଭୋକ୍ତାଙ୍କୁ ଫାଇଦା ଦେବ ।

Pritiparna

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

7 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

15 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

30 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

36 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

50 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago