ମନୋରଂଜନ

ରାଜକୀୟ ଷ୍ଟାଇଲରେ ବାହାରିବ ସିଦ୍ଧାର୍ଥଙ୍କ ବରଯାତ୍ରୀ; ସାମ୍ନାକୁ ଆସିଲା ପ୍ରସ୍ତୁତିର ଭିଡିଓ

ବଲିଉଡ୍‌ ପ୍ରେମୀଙ୍କ ପାଇଁ ଆଜି ଏକ ଖାସ୍‌ ଦିନ। କାରଣ, ଆଜି ହେଉଛି ବଲିଉଡ୍‌ ଷ୍ଟାର୍ସ ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡ୍‌ଭାଣୀଙ୍କ ବିବାହ। ଦୁହିଁଙ୍କ ଫ୍ୟାନ୍‌ମାନେ ସକାଳୁ ବରକନ୍ୟାଙ୍କ ପ୍ରଥମ ଝଲକ ପାଇବାକୁ ଅପେକ୍ଷା କରିଛନ୍ତି। ଜୈସଲମେରର ସୂର୍ଯ୍ୟଗଡ଼ ପ୍ୟାଲେସରେ ସକାଳୁ ବଲିଉଡ୍‌ରୁ ନେଇ ଦେଶର ବଡ଼ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ଗହଳି ଲାଗିଛି। ଏହି ରୟାଲ େଓ୍ଵଡିଂରେ ଅତିଥିମାନେ ମଧ୍ୟ ବହୁତ ଖାସ୍‌ ରହିଛନ୍ତି। ଏହାରି ଭିତରେ ଏବେ ସିଦ୍ଧାର୍ଥଙ୍କ ବରଯାତ୍ରୀ ପ୍ରସ୍ତୁତିର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।

ଆଜି ବି-ଟାଉନ୍‌ର ଦୁଇଜଣ ଷ୍ଟାର୍‌ ପରସ୍ପରର ଜୀବନସାଥୀ ହେବାକୁ ଯାଉଛନ୍ତି। ଲଗାତାର ବିବାହ ପ୍ରସ୍ତୁତିର ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଛାଇ ରହିଛି। ଏଠାରେ ଆମେ ଆପଣଙ୍କୁ ସୂର୍ଯ୍ୟଗଡ଼ ପ୍ୟାଲେସରୁ ସାମ୍ନାକୁ ଆସିଥିବା ଏମିତି ହିଁ କିଛି ଝଲକ୍‌ ଦେଖାଇବାକୁ ଯାଉଛୁ।

କେଉଁଆଡ଼େ ଅଛନ୍ତି ଅତିଥି

ଜୈସଲମେରରେ ପତ୍ନୀ ମୀରା ରାଜପୁତଙ୍କ ସହ ଶାହିଦ କପୁର, ଆନନ୍ଦ ପୀରାମଲ ଓ ଈଶା ଅମ୍ବାନୀ, କରଣ ଜୋହର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଛନ୍ତି। କରଣ ଜୋହର ୨୦୧୨ର ଫିଲ୍ମ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର’ରେ ସିଦ୍ଧାର୍ଥଙ୍କୁ ଲଞ୍ଚ୍‌ କରିଥିଲେ। କିୟାରା ଓ ସିଦ୍ଧାର୍ଥ ପରସ୍ପର ସହିତ ଅନେକ ଫିଲ୍ମରେ କାମ କରିଛନ୍ତି।

କିୟାରା ଓ ସିଦ୍ଧାର୍ଥଙ୍କ ବିବାହରେ ଖାଦ୍ୟର ମେନୁକୁ ମଧ୍ୟ ବହୁତ ଖାସ୍‌ ରଖାଯାଇଛି। ବିବାହରେ ଅତିଥିମାନଙ୍କୁ ୧୦ ଦେଶର ୧୦୦ରୁ ଅଧିକ ବ୍ୟଞ୍ଜନ ପରସାଯିବ। ମେନୁରେ ରହିଛି ଇଟାଲିୟନ୍‌, ଚାଇନିଜ୍‌, ଆମେରିକାନ୍‌, ସାଉଥ୍‌ ଇଣ୍ଡିଆନ, ମ୍ୟାକ୍ସିକାନ, ରାଜସ୍ଥାନୀ, ପଞ୍ଜାବୀ ଏବଂ ଗୁଜରାଟି ବ୍ୟଞ୍ଜନ। ମିଠାରେ ଜୈସଲମେରର ଘୋଟଓ୍ଵନ ଲଡ଼ୁକୁ ମଧ୍ୟ ସାମିଲ କରାଯାଇଛି।

Roshni

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

10 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

18 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

33 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

39 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

53 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago