ଟେକ୍

ଆସିଗଲା ChatGPT ର ପ୍ରତିଦ୍ୱନ୍ଦୀ Bard, ଘୋଷଣା କଲେ ଗୁଗଲ ସିଇଓ ସୁନ୍ଦର ପିଚାଇ

ଗତ କିଛି ମାସ ଧରି ChatGPT କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି । ଏହି ପ୍ଲାଟଫର୍ମକୁ ଲୋକମାନେ Googleର ଅଲଟରନେଟିଭ୍‌ ରୂପେ ଦେଖାଯାଉଥିଲା । ଯଦିଓ Google ମଧ୍ୟ ନିଜର AI ଚାଟବଟ୍‌ Bard କୁ ରିଲିଜ୍‌ କରିଦେଇଛି । ତେବେ ପ୍ରଶ୍ନ ଉଠୁଛି କଣ ଗୁଗଲ ଏହି ଚାଟବଟ ChatGPTକୁ ଟକ୍କର ଦେଇପାରିବ । ଯଦିଓ ଗୁଗଲ ଏହି ସର୍ଭିସକୁ ବର୍ତ୍ତମାନ ଟେଷ୍ଟର୍ସ ପାଇଁ ରିଲିଜ୍‌ କରିଛି ।

ସର୍ଚ୍ଚ ଇଞ୍ଜିନ୍‌ ମାର୍କେଟରେ ଗୁଗଲ ସବୁଠାରୁ ବଡ ମାର୍କେଟ ଲିଡର । କମ୍ପାନୀ ଗତ ଅନେକ ବର୍ଷ ଧରି ଏହି ସେଗମେଣ୍ଟରେ ନିଜର ପ୍ରଭୁତ୍ୱ ବଜାୟ ରଖିଛି । ଲକ୍ଷେ ଚେଷ୍ଟା ପରେ ବି ଅନ୍ୟ ପ୍ରତିଯୋଗୀ ମାନେ ମଧ୍ୟ ଗୁଗଲକୁ ଟକ୍କର ଦେଇପାରିନାହାଁନ୍ତି । କିନ୍ତୁ ଚାଟଜିପିଟିର ଏଣ୍ଟ୍ରି ପରେ Google ସାମାନ୍ୟ ବିପଦ ମନେ କରୁଛି । ଯେମିତିକି ଟେକ୍ନୋଲୋଜିରେ ପଛରେ ପଡିଯିବା, ଏହି ରେସରେ ପଛରେ ରହିଯିବା ଏପରି ଅନେକ କିଛି ଗୁଗଲ ଅନୁଭବ କରୁଛି ମାଇକ୍ରୋସଫ୍ଟ ଚାଟଜିପିଟି ଲଞ୍ଚ୍‌ ହେବା ପରେ ।

ସର୍ଚ୍ଚ ଇଞ୍ଜିନର ରେସ୍‌ ହେଉ କିମ୍ବା AI ଚାଟବଟ, ଗୁଗଲ ତାର କୌଣସି ବି ପ୍ରତିଯୋଗୀଙ୍କ ଠାରୁ ପଛକୁ ଯିବାକୁ ଚାହେଁନାହିଁ । ଏହି କାରଣରୁ କମ୍ପାନୀ ସୋମବାର ନିଜର ଚାଟବଟକୁ ଘୋଷଣା କରିଛି । Alphabet ର ସିଇଓ ସୁନ୍ଦର ପିଚାଇ ଏହା ଘୋଷଣା କରିଛନ୍ତି ଯେ କମ୍ପାନୀ ଏକ କନରସେସନାଲ୍‌ ସର୍ଭିସକୁ ଆରମ୍ଭ କରୁଛି, ଯାହାର ନାମ ରହିବ ବର୍ଡ ।

ତେବେ କେଉଁ ଲୋକମାନଙ୍କୁ ଏହି ସର୍ଭିସ ମିଳିବ ଆସନ୍ତୁ ତାଉପରେ ଥରେ ନଜର ପକାଇବା ।

ଏହି ସର୍ଭିସ୍‌ ବର୍ତ୍ତମାନ ଟେଷ୍ଟ ୟୁଜର୍ସଙ୍କ ପାଇଁ ଜାରି କରାଯାଇଛି, ଯେଉଁମାନେ ଏହାକୁ ନେଇ ନିଜର ଫିଡବ୍ୟାକ ଦେବେ । ଟେଷ୍ଟ ୟୁଜର୍ସଙ୍କ ଫିଡବ୍ୟାକ୍‌ ପରେ କମ୍ପାନୀ ଏହି ପ୍ଲାଟଫର୍ମକୁ ପବ୍ଲିକଙ୍କ ପାଇଁ ରିଲିଜ୍‌ କରିବ ।

କମ୍ପାନୀ ଚାଟଜିପିଟିକୁ ଟକ୍କର ଦେବା ପାଇଁ ନିଜର AI ଚାଟବଟର ଘୋଷଣା କରିଛି, କିନ୍ତୁ ଏହାକୁ ସାଧାରଣ ଲୋକଙ୍କ ପହଁଚାବାକୁ କମ୍ପାନୀକୁ ସାମାନ୍ୟ ସମୟ ଲାଗିବ । ସୁନ୍ଦର ପିଚାଇ ନିଜର ବ୍ଲଗପୋଷ୍ଟରେ ଜଣାଇଛନ୍ତି ଯେ କନଭରସେସନାଲ୍‌ AI ସର୍ଭିସ Bard LaMDA ପାଓ୍ଵାର୍ଡ ଅଟେ । ଅର୍ଥାତ୍‌ LaMDA ରେ ବେସଡ୍‌ ଥିବା ଏକ AI ଚାଟବଟ୍‌ ।

ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ନିହାତି ଯେ ମାଇକ୍ରୋସଫ୍ଟ ଚାଟଜିିପିଟିକୁ ଟକ୍କର ଦେବାକୁ ରେଡି ଥିବା ଗୁଗଲର ବର୍ଡ କିପରି ଖାସ୍‌ । ତାହେଲେ ଆସନ୍ତୁ ଆଉ ବିଳମ୍ବ ନକରି ଜାଣିବା ବର୍ଡରେ କଣ ରହିଛି ଖାସିୟତ୍‌, ଯାହା ଲୋକଙ୍କ ପ୍ରଥମ ପସନ୍ଦ ହୋଇପାରିବ ।
LaMDA ବା ଲାଙ୍ଗୁଲଜ୍‌ ମଡେଲ ଫର୍‌ ଡାଇଲଗ୍‌ ଆପ୍ଲିକେସନରେ ଗୁଗଲ ଗତ କିଛି ବର୍ଷ ଧରି କାମ କରୁଛି । କମ୍ପାନୀ ଏହାକୁ ଦୁଇ ବର୍ଷ ପ୍ରର୍ବରୁ ଇଣ୍ଟ୍ରଡ୍ୟୁସ କରିଥିଲା । ସୁନ୍ଦର ପିଚାଇ ନିଜର ବ୍ଲଗରେ ଗୁଗଲ ଚାଟବଟର କ୍ଷମତା ବିଷୟରେ ମଧ୍ୟ କହିଛନ୍ତି ।

ସେ କହିଛନ୍ତି Bardରେ ୟୁଜର୍ସଙ୍କୁ ପାଓ୍ଵାର, ଇଣ୍ଟେଲିଜେନ୍ସ ଏବଂ କ୍ରିଏଟିଭିଟୀର କମ୍ବିନେସନ୍‌ ଦେଖିବାକୁ ମିଳିବ । Bard ୟୁଜର୍ସଙ୍କ ଠାରୁ ମିଳୁଥିବା ରେସପନ୍ସ ଏବଂ େଓ୍ଵବରେ ମହଜୁଦ୍‌ ବିବରଣୀ ସାହାଯ୍ୟରେ ନଲେଜ୍‌ ଏକାଠି କରିବ ।

ଯଦିଓ କମ୍ପାନୀ ଏହି AI ଚାଟବଟକୁ ଟେଷ୍ଟର୍ସଙ୍କ ପାଇଁ ରିଲିଜ୍‌ କରୁଛି, ଯାହା LaMDAର ଲାଇଟେଓ୍ଵଟ ଭର୍ସନ । ଯେଉଁଭଳି ଭାବେ ମାଇକ୍ରୋସଫ୍ଟ ଚାଟଜିପିଟିକୁ ନିଜର ସର୍ଚ୍ଚ ଇଞ୍ଜିନ Bing ସହ ଯୋଡୁଛି । ଠିକ ଗତ କିଛି ଦିନରେ ଏହି ପ୍ଲାଟଫର୍ମ ୟୁଜର୍ସଙ୍କର ଚର୍ଚ୍ଚାର ବିଷୟ ପାଲଟିଛି ।

ଗୁଗଲ କେବଳ Bardରେ ହିଁ ଅଟକିବନାହିଁ, ବରଂ କମ୍ପାନୀ ଅନେକ ଗୁଡିଏ AI ପ୍ଲାଟଫର୍ମ୍ସରେ କାମ କରୁଛି । ନିକଟରେ କମ୍ପାନୀ ଟେକ୍ସଟକୁ ମ୍ୟୁଜିକରେ ଚେଞ୍ଜ କରୁଥିବା ଏକ AI ଟୁଲ୍‌ ଇଣ୍ଟ୍ରଡ୍ୟୁସ୍‌ କରିଛି । ଏମିତି ଆଉ ଏକ ଅପ୍ସନ ମଧ୍ୟ ଗୁଗଲ ଆଗାମୀ ସମୟରେ ପ୍ରଦାନ କରିପାରେ ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

6 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

10 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

10 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

10 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

10 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

10 hours ago