ରାଜ୍ୟ

ନବରଙ୍ଗପୁରର ଐତିହାସିକ ମାଘ ମେଳଣ

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ରେ ରହିଛି ଐତିହାସିକ ପୋଡ଼ାଗଡ ପୀଠ।ମାଘ ମଣ୍ଡେଇ ପାଇଁ ଚଳଚଞ୍ଚଳ ପ୍ରସିଦ୍ଧ ପୋଡ଼ାଗଡ ପୀଠ । ଚାଲିଛି ମାଘ ମଣ୍ଡେଇ । ଚଳିତ ବର୍ଷ ଏଠାରେ ଖୁବ ଧୂମଧାମରେ ପାଳିତ ହୋଇଯାଇଛି ମାଘ ମେଳଣ ଯାହାକୁ ଏଠାକାର ଲୋକେ ମାଘ ମୁଣ୍ଡେଇ ବୋଲି ମଧ୍ୟ କୁହନ୍ତି। ସ୍ଥାନୀୟ ଭାଷାରେ ମଣ୍ଡେଇ ର ଅର୍ଥ ହେଲା ମେଳଣ। ଏହି ମଣ୍ଡେଇ ରେ ଦେବାଦେବୀଙ୍କ ମେଳଣ ହୋଇଥାଏ ଏହି ସମୟରେ ବହୁ ଦୂର ଦୂରନ୍ତାରୁ ଆସିଥିବା ଶ୍ରଦ୍ଧାଳୁ ନିଜ ସମ୍ପର୍କୀୟଙ୍କୁ ଭେଟିବାର ସୁଯୋଗ ପାଇଥାନ୍ତି।

ଏହି ଅବସରରେ ମୋଟ ୯୩ ମୌଜାର ସମସ୍ତ ଦେବାଦେବୀ ଙ୍କ ପ୍ରତୀକ ଲାଠି କୁର୍ଚି ଓ ବିମାନ ସହ ପଡୋଶୀ ରାଜ୍ୟ ଛତିଶଗଡ ର କଲାବାଲି, କର୍ପାଉଣ୍ଡ, ଭୟବେଲି,ଅମରାବତୀ ଓ ୧୩ ଗୋଟି ଗ୍ରାମର ଦେବା ଦେବୀଙ୍କ ଲାଠି, କୁର୍ଚି ଉପସ୍ଥିତ ଥିଲେ। ସମସ୍ତଙ୍କୁ େ ନଇ ଦେବାଦେବୀଙ୍କ ରୀତିନୀତି ପ୍ରକାରେ ମଣ୍ଡେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ମେଳଣ ପରେ ସମସ୍ତ ଦେବାଦେବୀଙ୍କ ପ୍ରତୀକ ନିଜ ନିଜ ଗ୍ରାମକୁ ଫେରିଯିବେ।

ଇତିହାସକୁ ଦେଖିଲେ ନଳ ବଂଶର ରାଜତ୍ୱ ସମୟରେ ଏହି ଅଞ୍ଚଳକୁ ପୁଷ୍କର ବୋଲି କୁହାଯାଉଥିଲା ।ଏହି ଠାରୁ ଅଭିବକ୍ତ କୋରାପୁଟ କଳାହାଣ୍ଡି, ଛତିଶଗଡ ଏବଂ ମହାରାଷ୍ଟ୍ର ପର୍ଯ୍ୟନ୍ତ ନଳ ବଂଶ ରାଜତ୍ୱ କରୁଥିଲେ। ସେହି ସମୟ ରୁ ପ୍ରତି ବର୍ଷ ମାଘ ମାସରେ ଦେବଦେବୀ ଙ୍କ ମିଳନ ବା ମଣ୍ଡେଇ ପାଳନ ହୁଏ।ସେହି ପରମ୍ପରା ଓ ସଂସ୍କୃତି କୁ ସ୍ଥାନୀୟ ଆଦିବାସୀ ଆଜି ପର୍ଯ୍ୟନ୍ତ ବଜାଇ ରଖିଛନ୍ତି।

ଏହି ଦେବାଦେବୀ ମିଳନ ବା ମଣ୍ଡେଇ କୁ ଦେଖିବାକୁ ଓଡିଶା ତଥା ଛତିଶଗଡ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଆସିଥାନ୍ତି।ଏହି ସମୟରେ ନଳ ବଂଶ ରାଜତ୍ୱ ସମୟର ଧ୍ୱଂସାବିଶେଷ କୁ ଦେଖିବାକୁ ସୁଯୋଗ ପାଇଥାନ୍ତି। ପ୍ରତିବର୍ଷ ରାଜାଙ୍କ ଇଷ୍ଟ ଦେବୀ ଉପରଗଡରେ ଥିବା ଗଦୀମା ମନ୍ଦିର ଭୈରବ ଓ ଚାଉଁରୀୟା, ଦନ୍ତେଶ୍ୱରୀ, ବିର ନାରାୟଣ ଙ୍କ ନାମରେ ଏହି ମଣ୍ଡେଇ ପାଳିତ ହୋଇଥାଏ।ଗୋଟିଏ ପକ୍ଷ ରେ ଏହି ମଣ୍ଡେଇ ରେ ଦେବାଦେବୀ ଙ୍କ ମେଳଣ ହେବାସହ ବହୁ ଦୂରଦୂରନ୍ତାରୁ ଆସିଥିବା ଶ୍ରଦ୍ଧାଳୁ ନିଜ ସମ୍ପର୍କୀୟ ଙ୍କୁ ଭେଟିବାର ସୁଯୋଗ ପାଇଥାନ୍ତି।

D Sonali

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

7 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

7 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

25 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

25 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

29 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

52 mins ago