ରାଜ୍ୟ

ରାଜ୍ୟରେ ଚିନ୍ତା ବଢ଼ାଇଛନ୍ତି ପେସେଣ୍ଟ ନମ୍ବର ଫାଇଭ୍‌: ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳ ସିଲ୍‌, ବିଶୋଦ୍ଧିକରଣ କରୁଛି ପ୍ରଶାସନ

ଭୁବନେଶ୍ବର: ଚିନ୍ତା ବଢ଼ାଇଲେ ପେସେଣ୍ଟ ନମ୍ବର ଫାଇଭ । ସେ ବିଦେଶ କି ରାଜ୍ୟ ବାହାରକୁ ଯାଇ ନଥିଲେ । କିନ୍ତୁ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ୨୧ ଜଣ । ଗୋଷ୍ଠୀ ସଂକ୍ରମଣ କି ନୁହେଁ ସେନେଇ ଅନୁଧ୍ୟାନ ଚାଲିଛି । ପଞ୍ଚମ କରୋନା ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ପ୍ରଦୀପ୍ତ କୁମାର ଦଳବେହେରା । ଘର ଭୁବନେଶ୍ୱର ସୂର୍ଯ୍ୟନଗରସ୍ଥିତ ପ୍ଲଟ ନମ୍ବର-୩୭ରେ । ବ୍ୟକ୍ତି ଗୋପନୀୟତା ଅପେକ୍ଷା ଜନସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦିଆଯାଇ ସରକାର ତାଙ୍କ ନାଁ ପ୍ରକାଶ କରିଥିବା କହିଛନ୍ତି ।

ଏବେ ପ୍ରଶ୍ନ ଉଠୁଛି ସେ ସଂକ୍ରମିତ ହେଲେ କେମିତି ? କାହାଠାରୁ ଭୂତାଣୁ ତାଙ୍କ ପାଖକୁ ଆସିଲା ? ପଞ୍ଚମ ବ୍ୟକ୍ତିକୁ ସଂକ୍ରମିତ କରିଥିବା ଲୋକ କିଏ ? ସିଏ କେଉଁଠି ଅଛନ୍ତି ? ସେହି ପ୍ରଶ୍ନର ଉତ୍ତର ଖୋଜୁଛି ପ୍ରଶାସନ । ସେପଟେ ପଞ୍ଚମ ସଂକ୍ରମିତ ରହୁଥିବା ସୂର୍ଯ୍ୟନଗର ଓ ଏହାକୁ ସଂଲଗ୍ନ କରୁଥିବା ଅଞ୍ଚଳକୁ ସିଲ୍‌ କରିଛି ପ୍ରଶାସନ । ଗୋପବନ୍ଧୁ ଛକରୁ ଏଲଆଇସି ଛକ, ଏଲଆଇସି ଛକରୁ ଗଙ୍ଗନଗର ଛକ, ଗଙ୍ଗନଗରରୁ ଶିରିପୁର ଓ ଶିରିପୁରରୁ ଗୋପବନ୍ଧୁ ଛକ ଅଞ୍ଚଳରେ ପ୍ରବେଶ କଟକଣା ଜାରି ହୋଇଛି ।

ଏହାସହ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ନିଆଯାଇଛି ବ୍ୟାପକ ପଦକ୍ଷେପ । ବିଶୋଧନ, ସ୍ୱାସ୍ଥ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଜଣେ ଜଣେ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ମାର୍ଚ୍ଚ ୧ ତାରିଖ ପରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ଜଣାଇବା ପାଇଁ ଅନୁରୋଧ କରିଛନ୍ତି ସରକାର ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago