ରାଜ୍ୟରେ ଚିନ୍ତା ବଢ଼ାଇଛନ୍ତି ପେସେଣ୍ଟ ନମ୍ବର ଫାଇଭ୍‌: ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳ ସିଲ୍‌, ବିଶୋଦ୍ଧିକରଣ କରୁଛି ପ୍ରଶାସନ

ଭୁବନେଶ୍ବର: ଚିନ୍ତା ବଢ଼ାଇଲେ ପେସେଣ୍ଟ ନମ୍ବର ଫାଇଭ । ସେ ବିଦେଶ କି ରାଜ୍ୟ ବାହାରକୁ ଯାଇ ନଥିଲେ । କିନ୍ତୁ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ୨୧ ଜଣ । ଗୋଷ୍ଠୀ ସଂକ୍ରମଣ କି ନୁହେଁ ସେନେଇ ଅନୁଧ୍ୟାନ ଚାଲିଛି । ପଞ୍ଚମ କରୋନା ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ପ୍ରଦୀପ୍ତ କୁମାର ଦଳବେହେରା । ଘର ଭୁବନେଶ୍ୱର ସୂର୍ଯ୍ୟନଗରସ୍ଥିତ ପ୍ଲଟ ନମ୍ବର-୩୭ରେ । ବ୍ୟକ୍ତି ଗୋପନୀୟତା ଅପେକ୍ଷା ଜନସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦିଆଯାଇ ସରକାର ତାଙ୍କ ନାଁ ପ୍ରକାଶ କରିଥିବା କହିଛନ୍ତି ।

sealedଏବେ ପ୍ରଶ୍ନ ଉଠୁଛି ସେ ସଂକ୍ରମିତ ହେଲେ କେମିତି ? କାହାଠାରୁ ଭୂତାଣୁ ତାଙ୍କ ପାଖକୁ ଆସିଲା ? ପଞ୍ଚମ ବ୍ୟକ୍ତିକୁ ସଂକ୍ରମିତ କରିଥିବା ଲୋକ କିଏ ? ସିଏ କେଉଁଠି ଅଛନ୍ତି ? ସେହି ପ୍ରଶ୍ନର ଉତ୍ତର ଖୋଜୁଛି ପ୍ରଶାସନ । ସେପଟେ ପଞ୍ଚମ ସଂକ୍ରମିତ ରହୁଥିବା ସୂର୍ଯ୍ୟନଗର ଓ ଏହାକୁ ସଂଲଗ୍ନ କରୁଥିବା ଅଞ୍ଚଳକୁ ସିଲ୍‌ କରିଛି ପ୍ରଶାସନ । ଗୋପବନ୍ଧୁ ଛକରୁ ଏଲଆଇସି ଛକ, ଏଲଆଇସି ଛକରୁ ଗଙ୍ଗନଗର ଛକ, ଗଙ୍ଗନଗରରୁ ଶିରିପୁର ଓ ଶିରିପୁରରୁ ଗୋପବନ୍ଧୁ ଛକ ଅଞ୍ଚଳରେ ପ୍ରବେଶ କଟକଣା ଜାରି ହୋଇଛି ।

cleanଏହାସହ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ନିଆଯାଇଛି ବ୍ୟାପକ ପଦକ୍ଷେପ । ବିଶୋଧନ, ସ୍ୱାସ୍ଥ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଜଣେ ଜଣେ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ମାର୍ଚ୍ଚ ୧ ତାରିଖ ପରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ଜଣାଇବା ପାଇଁ ଅନୁରୋଧ କରିଛନ୍ତି ସରକାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.