ଅଶ୍ଳୀଳତାର ସୀମା ଟପିଲେ ତବଲିଗି ଜମାତର କରୋନା ସନ୍ଦିଗ୍ଧ, ବିନା ପୋଷାକ ପିନ୍ଧି ନର୍ସଙ୍କୁ କରୁଛନ୍ତି ଅଶ୍ଳୀଳ ଇଙ୍ଗିତ

ଗାଜିଆବାଦ ସରକାରୀ ହସ୍ପିଟାଲରେ ଆଇସୋଲେସନ ୱାର୍ଡରେ ଭର୍ତ୍ତି ହୋଇଥିବା ତବଲିଗି ଜମାତର କରୋନା ସନ୍ଦିଗ୍ଧ ଏବେ ହସ୍ପିଟାଲର କର୍ମଚାରୀ ଏବଂ ନର୍ସଙ୍କ ସହିତ ଅଭଦ୍ର ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଏହାପରେ ହସ୍ପିଟାଲର ସିଏମଓ ପୋଲିସକୁ ଏହା ବିଷୟରେ ସୂଚନା ଦେଇଛନ୍ତି। ସୂଚନା ମିଳିବା ପରେ ଗାଜିଆବାଦ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜମାତର 6 ଅଭିଯୁକ୍ତଙ୍କ ବିରୋଧରେ ଏବେ ମାମଲା ରୁଜୁ କରାଯାଇଛି। କୁହାଯାଉଛି ଯେ ଜମାତର ଲୋକେ ବିନା ପ୍ୟାଣ୍ଟ ପିନ୍ଧି ବୁଲୁଛନ୍ତି। ଏବଂ ନର୍ସଙ୍କୁ ଅଶ୍ଳୀଳ ଇଙ୍ଗିତ ମଧ୍ୟ କରୁଛନ୍ତି।

ବିଡି-ସିଗାରେଟ ପାଇଁ କରୁଛନ୍ତି ଦାବି

jamatହସ୍ପିଟାଲ ପ୍ରଶାସନ କହିଛନ୍ତି ଯେ ଜମାତର କରୋନା ସନ୍ଦିଗ୍ଧ ଡାକ୍ତର ଏବଂ ନର୍ସଙ୍କୁ ବିଡି ସିଗାରେଟ ମାଗୁଛନ୍ତି। ଏହାସହିତ ଅଶ୍ଳୀଳ ଇଙ୍ଗିତ ମଧ୍ୟ କରୁଛନ୍ତି। ଏହାସହିତ ଖରାପ ଏବଂ ଅଶ୍ଳୀଳ ଗୀତକୁ ଉଚ୍ଚ ଶବ୍ଦରେ ଗାଉଛନ୍ତି। ଏହାଦ୍ୱାରା ଅନ୍ୟ ରୋଗୀ ମାନଙ୍କୁ ମଧ୍ୟ ସମସ୍ୟା ହେଉଛି। ପୋଲିସ ଘଟଣାରେ ନର୍ସ ଏବଂ ହସ୍ପିଟାଲ କର୍ମଚାରୀଙ୍କର ବୟାନ ନେଇଛି।

ଏହାପୂର୍ବରୁ ଅନ୍ୟ ଆଇସୋଲେସନ ସେଣ୍ଟରରେ ଖବର ଆସିଥିଲା ଯେ ଜମାତର କିଛି ଲୋକ ଡାକ୍ତର ଏବଂ ହସ୍ପିଟାଲର ଅନ୍ୟ କର୍ମଚାରୀଙ୍କ ସହିତ ଅଭଦ୍ର ବ୍ୟବହାର କରାଯାଇଛି। ଉତ୍ତର ରେଲୱେର ସିପିଆରଓ ଦୀପକ କୁମାର କହିଥିଲେ ଯେ ଏହି ସମସ୍ତ ଲୋକ ଅଲଗା ଅଲଗା କେନ୍ଦ୍ରରେ ବିଭିନ୍ନ ସ୍ଥାନରେ ଛେପ ପକାଉଛନ୍ତି। ଏହାସହିତ ଡାକ୍ତର ଏବଂ କର୍ମଚାରୀଙ୍କ ଉପରେ ମଧ୍ୟ ଛେପ ପକାଉଛନ୍ତି। କାରୋନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.