Below header

ସୁସ୍ଥ ହୋଇ ଫେରିଲେ ରାଜ୍ୟର ପ୍ରଥମ କରୋନା ପଜେଟିଭ୍‌, କ୍ୟାପିଟାଲ ହସପିଟାଲରୁ କରାଗଲା ଡିସଚାର୍ଜ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପ୍ରଥମ ଆକ୍ରାନ୍ତ ଭାବେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଏହି ୩୨ ବର୍ଷର ଯୁବକ ଜଣକର ନମୂନା ନେଗେଟିଭ୍‌ ଆସିବା ପରେ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଇଟାଲୀ ଫେରନ୍ତା ଏହି ଯୁବକ ଜଣକ ପ୍ରାୟ ୧୫ ଦିନରୁ ଅଧିକ ହେବ ଚିକିତ୍ସାଧୀନ ଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା କିଛି ସମୟ ତଳେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍‌ କରି ଜଣାଇ ଦିଆଯାଇଛି । ଗତ ମାସ ୧୬ ତାରିଖରେ ପ୍ରଥମ ପଜେଟିଭ୍‌ଙ୍କୁ ଚିହ୍ନଟ କରାଯାଇଥିଲ।

ଏହି ପ୍ରଥମ ପଜେଟିଭ୍‌ ଜଣକ ଇଟାଲୀରୁ ଫେରିବା ପରେ ଦିଲ୍ଲୀ ବିମାନ ବନ୍ଦରରେ ସ୍କ୍ରିନିଂ ବେଳେ ତାଙ୍କ ଠାରେ ଲକ୍ଷଣ ଥିବା ଦେଖା ଯାଇଥିଲା । ତେଣୁ ତାଙ୍କୁ ଦିଲ୍ଲୀରେ କ୍ୱାରେଣ୍ଟାଇନ୍‌ରେ ରଖା ଯାଇଥିଲା । ହେଲେ ସେ ମାଚ୍‌ର୍ ୧୨ ତାରିଖରେ ଟ୍ରେନ୍‌ ଯୋଗେ ଭୁବନେଶ୍ୱର ପଳାଇ ଆସିଥିଲେ । ୧୩ ତାରିଖରେ ଏକ ପ୍ରାଇଭେଟ୍‌ କ୍ଲିନିକରେ ଡାକ୍ତରଙ୍କ ପରାମର୍ଶ ନେଇ ଫ୍ଲୁ ପାଇଁ ଔଷଧ ଖାଇଥିଲେ । ତେବେ ସୁସ୍ଥ ନହେବାରୁ ମାର୍ଚ୍ଚ ୧୪ ତାରିଖରେ କ୍ୟାପିଟାଲ ହସପିଟାଲକୁ ଆସିବା ପରେ ତାଙ୍କୁ ସେଠାରେ ଆଇସୋଲେସନ୍‌ରେ ରଖା ଯାଇଥିଲା । ପରେ ନମୂନା ପରୀକ୍ଷାରୁ ତାଙ୍କ ଠାରେ କୋଭିଡ୍‌-୧୯ ଭାଇରସ୍‌ ଥିବା ଜଣାପଡ଼ିଥିଲା ।
ଦୁଇ ଦିନ ପୂର୍ବରୁ ଦ୍ୱିତୀୟ କରୋନା ପଜେଟିଭ୍‌ ସୁସ୍ଥ ହୋଇ ଏମ୍‌ସରୁ ଡିସଚାର୍ଜ ହୋଇଥିଲେ । ଏବେ ଆମ ରାଜ୍ୟରେ ଆଉ ତିନି ଜଣ ପଜେଟିଭ୍‌ ଚିକିତ୍ସିତ ହେଉଛନ୍ତି ।

କରୋନାରୁ ସୁସ୍ଥ ହୋଇଥିବା ଦେବାଶିଷଙ୍କ ସହ ଫୋନ୍‌ରେ ପ୍ରାଚୀଙ୍କ ସାକ୍ଷାତକାର…

https://www.facebook.com/knewsodisha/videos/680794402675792/UzpfSTEwMDAwMDc1OTIxNTU1MToyODk2NTgwMjcwMzc3MjUy/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.