Below header

ଆମେରିକାରେ ମୃତ୍ୟୁର ତାଣ୍ଡବ ରଚୁଛି ପ୍ରାଣଘାତୀ ଭାଇରସ୍‌, ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ନର୍ସିଂ ହୋମ୍‌ଗୁଡ଼ିକୁ ଜାରି ହେଲା ନୂଆ ଗାଇଡ୍‌ ଲାଇନ୍‌

ଆମେରିକା: କରୋନା ତାଡନାରେ ତ୍ରାହି ତ୍ରାହି ଡାକୁଛି ଆମେରିକା । ମୃତ୍ୟୁର ତାଣ୍ଡବ ରଚୁଛି ପ୍ରାଣଘାତୀ ଭାଇରସ୍‌ । ପ୍ରତିଦିନ ଶହ ଶହ ମୁଣ୍ଡ ନେଉଛି । ଏପର୍ଯ୍ୟନ୍ତ ଆମେରିକାରେ କରୋନାରେ ୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ସେହିପରି ୨ ଲକ୍ଷ ୪୫ ହଜାରରୁ ଅଧିକ ଆକ୍ରାନ୍ତ ହେଲେଣି ।

america ସଂକ୍ରମଣକୁ ରୋକିବା ଦିଗରେ ବ୍ୟାପକ ପଦକ୍ଷେପ ନେଇଛି ସରକାର । ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ କହିଛନ୍ତି, ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ନର୍ସିଂ ହୋମ୍‌ଗୁଡ଼ିକୁ ନୂଆ ଗାଇଡ୍‌ ଲାଇନ୍‌ ଜାରି ହୋଇଛି । ପ୍ରତିଦିନ ଆମେରିକାରେ ଲକ୍ଷେ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଉଛି । ଏଦିଗରେ ପ୍ରଗତି ପରିଲକ୍ଷିତ ହେଉଥିବା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.