Below header

ଲକଡାଉନରେ ଏହି ଅଭିନେତ୍ରୀ କରୁଛନ୍ତି କ୍ଲାସିକାଲ ଡ୍ୟାନ୍ସ, ଭିଡିଓରେ ଦେଖିବାକୁ ମିଳିଲା ଜବରଦସ୍ତ ମୁଭସ

ବଲିଉଡର ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ସବୁବେଳେ ନିଜର ପ୍ରଶଂସକଙ୍କୁ ଭିନ୍ନ ଭିନ୍ନ ଉପାୟରେ ଆକୃଷ୍ଟ କରିଥାନ୍ତି । ଫିଲ୍ମ “କେଦାରନାଥ, ଶିମ୍ବା, ଲଭ ଆଜକଲ’ ଭଳି ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ ସାରା ଏବେ ଲକଡାଉନ ସମୟରେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହୁଛନ୍ତି । ନିକଟରେ ସାରାଙ୍କର ଏକ କ୍ଲାସିକାଲ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସାରା କ୍ଲାସିକାଲ ଡ୍ୟାନ୍ସ ପ୍ରାକ୍ଟିସ କରୁଥିବା ନଜର ଆସିଥିଲେ ।

 

View this post on Instagram

 

A post shared by Sara Ali Khan (@saraalikhan95) on


ଇନଷ୍ଟାଗ୍ରାମ ଆକାଉଂଟରେ ଏକ ଭିଡିଓ ସେୟାର କରିଥିଲେ ସାରା । ଯେଉଁଥିରେ ଭାରତୀୟ ପରିଧାନରେ ଅନ୍ୟ ଯୁବତୀଙ୍କ ସହିତ କ୍ଲାସିକାଲ ଡ୍ୟାନ୍ସ
କରୁଥିବା ନଜର ଆସିଥିଲେ । ଏହାଛଡା ଲେଖିଥିଲେ “ ବଟ୍ଟୁ…ହାପି ଉତ୍କଳ ଦିବସ’ । ଏବେ ସମଗ୍ର ଭାରତରେ କରୋନା ଭାଇରସ ଭୟକୁ ନେଇ ୨୧ଦିନ ପର୍ଯ୍ୟନ୍ତ ଲକଡାଉନ ଚାଲିଛି । ଏହି ସମୟରେ ନିଜ ଘରେ ରହି ଅଭିନେତ୍ରୀମାନେ ଏପରି କିଛି ଆକ୍ଟିଭିଟି କରୁଛନ୍ତି । ନିକଟରେ ଶିଳ୍ପା ଯୋଗ ଭିଡିଓ ସେୟାର କରିଥିବା ବେଳେ ମଲାଇକା ଲଡୁ ତିଆରି କରୁଥିବା ଏବଂ କାଟ୍ରିନା ବାସନ ମାଜୁଥିବାର ଭିଡିଓ ସେୟାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.