Below header

ଗଞ୍ଜାମ: କରୋନା ମୁକାବିଲା ନେଇ ବରଗାଁର ଘରେ ଘରେ ଲାଗିଛି ଶପଥ ପତ୍ର, ସାମାଜିକ ଦୂରତ୍ବ ରକ୍ଷା କରିବା ପାଇଁ ଚାରିଆଡେ ଚିତ୍ରଣ ହୋଇଛି ସର୍କଲ

ଭଞ୍ଜନଗର : ଘରେ ଘରେ ପଡିଛି ଲକ୍ଷ୍ମଣ ରେଖା । ପ୍ରତି ଘର ଆଗରେ ଲାଗିଛି ଶପଥ ପତ୍ର । ଶପଥ ପତ୍ରରେ ଘରୁ ନ ବାହାରିବା ପାଇଁ ଶପଥ କରିଛନ୍ତି ଘର ଲୋକେ । କୌଣସି ଗୋଟିଏ ବି ଘର ଏଥିରୁ ବାଦ୍ ପଡିନାହାନ୍ତି । ପ୍ରତି ସାହିରେ କରୋନା ମୁକାବିଲା ପାଇଁ ହାତ ଧୋଇବା ନେଇ ବ୍ଯବସ୍ଥା କରାଯାଇଛି । ଏହାସହିତ ଗାଁ ସାରା ସାମାଜିକ ଦୂରତ୍ବ ରକ୍ଷା କରିବା ପାଇଁ ସର୍କଲ କରାଯିବା ସହିତ ସଭିଁଏ ଏହାକୁ ମାନୁଛନ୍ତି । ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ୍ ଅନ୍ତର୍ଗତ ବରଗାଁର ଏହି ଘଟଣା । ଯାହା ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛି । ସମ୍ପୂର୍ଣ୍ଣ ଗାଁକୁ କରୋନା ପ୍ରତିକାର ଓ ସଚେତନତା କୁ ନେଇ ରାଜ୍ଯରେ ଚର୍ଚ୍ଚିତ ହୋଇଛି ଏହି ଗାଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.