ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଯୋରଦାର ଚେକିଂ, ଜରୁରୀ କାମ ତଥା ପାସ ମିଳିଥିବା ବ୍ୟକ୍ତି ବିଶେଷଙ୍କୁ କେବଳ ଛଡାଯାଉଛି

ସୁନ୍ଦରଗଡ଼: ଓଡ଼ିଶା – ଛତିଶଗଡ଼ ସୀମାନ୍ତରେ ଯୋରଦାର ଚେକିଂ । ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତରେ ଛତିଶଗଡ଼ ପୋଲିସ ଓ ଓଡ଼ିଶା ପୋଲିସ ମିଳିତ ଭାବେ ଯାଞ୍ଚ କରୁଛି । ଅତି ଜରୁରୀ କାମରେ ଯାଉଥିବା ଲୋକେ ତଥା ପାସ ମିଳିଥିବା ବ୍ୟକ୍ତି ବିଶେଷଙ୍କୁ କେବଳ ଛଡାଯାଉଛି । ଗୋଟିଏ ରାଜ୍ୟରୁ କେହି ଯେମିତି ଅନ୍ୟ ରାଜ୍ୟକୁ ନ ଆସନ୍ତି ସେଥିପାଇଁ ସୀମାନ୍ତରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ଛତିଶଗଡ଼ ପ୍ରଶାସନ ପକ୍ଷରୁ ଆଇସୋଲେସନ ସେଣ୍ଟର ଖୋଲାଯାଇଛି । ଯେଉଁମାନେ ଓ଼ଡିଶା ପଟୁ ଯାଉଛନ୍ତି ସେମାନଙ୍କୁ ସେଠାରେ ରଖାଯାଉଛି । ଛତିଶଗଡ଼ ଲୋକେ ବହୁତ ସଚେତନ ଥିବା ପୋଲିସ କହିଛି । ସୁନ୍ଦରଗଡ଼ର ଲୋକେ ଗଲେ ତାଙ୍କୁ ଯାଞ୍ଚ କରାଯିବା ସହ ଲୋକଙ୍କୁ ସଚେତନ କରାଯାଉଥିବା ଓଡ଼ିଶା ପୋଲିସ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.