Below header

ମଣିଷର ହାଡକୁ ଭାଙ୍ଗି ପକାଏ ଏହି କଙ୍କଡା, ଯାହା ପାଖରେ ରହିଛି ୩୩୦୦ ନ୍ୟୁଟନ ବଳ

କୁହାଯାଏ, ମଣିଷର ଅସ୍ଥି ଏତେ ଶକ୍ତିଶାଳୀ ଯେ ଏହା ଅତି ସହଜରେ ଭାଙ୍ଗେ ନାହିଁ । ଏହାକୁ ଭାଙ୍ଗିବା ପାଇଁ ଅଧିକ ଶକ୍ତି ଆବଶ୍ୟକତା ପଡିଥାଏ । କିନ୍ତୁ ଦୁନିଆରେ ଏପରି ଏକ କଙ୍କଡା ରହିଛି, ଯାହା ଅତି ସହଜରେ ମଣିଷର ହାଡକୁ ଭାଙ୍ଗିଦେଇପାରେ । ଏହାକୁ ଦୁନିଆର ଶକ୍ତିଶାଳୀ କଙ୍କଡା କୁହାଯାଉଛି ।

coconut-crab

ଏହି କଙ୍କଡା ଦକ୍ଷିଣ ପଶ୍ଚିମ ପ୍ରଶାନ୍ତ ମହାସାଗରେ ଏବଂ ହିନ୍ଦ ମହାସାଗରରେ ଦେଖିବାକୁ ମିଳିଥାଏ, ଯାହାକୁ ଲୋକ “ଦୈତ କଙ୍କଡା’ ବୋଲି ମଧ୍ୟ କହନ୍ତି । ଏହି କଙ୍କଡାର ଆକାର ସାମାନ୍ୟ କଙ୍କଡାର ଆକାର ଠାରୁ ବହୁତ ବଡ । ଏହି କଙ୍କଡାର ଲମ୍ବା ଏକ ମିଟର ରହିଥିବା ବେଳେ ଓଜନ ପାଖାପାଖି ୪.୫ କିଲୋ ପାଖାପାଖି ରହିଥାଏ ।

robber

ଏହି କଙ୍କଡାର ଗୋଡ ବହୁତ ମଜବୁତ ହୋଇଥାଏ । ଏହା ନଡିଆର ଖୋଳ ପରି ହୋଇଥାଏ, ଯାହା ବହୁତ ଟାଣୁଆ । ଏହି କଙ୍କଡା ନଡିଆକୁ ମଧ୍ୟ ଗଛରୁ ତୋଳିପାରେ । ଏଥିପାଇଁ ଏହାକୁ ମଧ୍ୟ କ୍ରୋକନୋଟ କ୍ରାବ ମଧ୍ୟ କୁହାଯାଏ । ଏହି କଙ୍କଡା ଭିତରେ ୩୩୦୦ ନ୍ୟୁଟନ ଶକ୍ତି ରହିଥାଏ । ଏହି କଙ୍କଡା ସମୟ ସହିତ ରଙ୍ଗ ବଦଳାଇ ମଧ୍ୟ ଥାଏ । ଯୁବାବସ୍ଥାରେ କଙ୍କଡାର ରଙ୍ଗ ମାଟିଆ ହୋଇଥିବା ବେଳେ ବୟସ୍କ ହୋଇଗଲେ ବାଇଗଣୀ ରଙ୍ଗ ହୋଇଥାଏ ।

CHRISTMAS ISLAND COCONUT CRAB

ଏହି କଙ୍କଡା ପଚାସଢା ଜିନିଷ ଖାଇ ବଂଚିଥାଏ । ସଢା ପତ୍ର, ସଢାଫଳ ଛଡା ଆଉ ଅଲଗା କଙ୍କଡାର ଖୋଳ ମଧ୍ୟ ଖାଇଯାଏ । ଏହି କଙ୍କଡାର ଶୁଙ୍ଘିବାର କ୍ଷମତା ଏତେ ମଜବୁତ ଯେ, ଏହା ରାତି ଅନ୍ଧାରରେ ନିଜର ଖାଦ୍ୟ ସନ୍ଧାନରେ ବାହାରିଥାଏ । ଏହାକୁ ଚୋର କଙ୍କଡା ବୋଲି ମଧ୍ୟ ଅନେକ କୁହନ୍ତି । ଏହା ବାସନକୁସନ ହେଉ ଅବା ଅନ୍ୟ ସାମଗ୍ରୀ ଚୋରାଇନିଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.