ରାଜ୍ୟ

ନବମ ଓ ଦଶମ ଶ୍ରେଣୀର ପ୍ରଥମ ସମେଟିଭ୍ ଆସେସ୍‌ମେଣ୍ଟ ପାଇଁ ବୋର୍ଡର ଗାଇଡ୍‌ଲାଇନ୍ ପ୍ରକାଶ

କଟକ(କେନ୍ଯୁଜ୍) : ପ୍ରକାଶ ପାଇଛି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନବମ ଓ ଦଶମ ଶ୍ରେଣୀର ପ୍ରଥମ ସମେଟିଭ୍ ଆସେସ୍‌ମେଣ୍ଟ(ଏସ୍‌ଏ-୧) ପାଇଁ କାର୍ଯ୍ୟସୂଚୀ ସମେତ ପରୀକ୍ଷା ସଂକ୍ରାନ୍ତୀୟ ସମସ୍ତ ଗାଇଡ୍‌ଲାଇନ୍ ବୋର୍ଡ ୱେବ୍‌ସାଇଟ୍‌ରେ । ନବମ ‌ଶ୍ରେଣୀ ଏସ୍‌ଏ-୧ ପରୀକ୍ଷା ନଭେମ୍ବର ୨୬ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇ ୨୯ତାରିଖ ସୋମବାର ଦିନ ଶେଷ ହେବ।

ବୋର୍ଡ ଜାରି କରିଥିବା ଗାଇଡ୍‌ଲାଇନ୍‌ ଅନୁସାରେ, ସକାଳ ୮ଟାରେ ପିଲାମାନେ ‌ବିଦ୍ୟାଳୟ ହତାକୁ ପ୍ରବେଶ କରିବେ, ୮ଟା ୩୦ରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ପ୍ରଶ୍ନପତ୍ର ବାହାର କରାଯିବ, ୮ଟା ୪୦ରେ ପ୍ରଶ୍ନପତ୍ର ବିଭିନ୍ନ ଶ୍ରେଣୀଗୃହକୁ ପଠାଯିବ, ୮ଟା ୫୦ ମିନିଟ୍‌ରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ବଣ୍ଟନ କରାଯିବ ଓ ୯ଟାରେ ପରୀକ୍ଷା ଆରମ୍ଭ ହୋଇ ୧୦ଟାରେ ଖାତା ସଂଗ୍ରହ କରାଯିବ। ସକାଳ ୧୦ଟା ୨୦ରେ ପ୍ରଥମ ସିଟିଂର ଉତ୍ତରଖାତା ପ୍ୟାକେଟ୍‌ ଦ୍ବାରା ବନ୍ଦ କରାଯିବ। ସେହିପରି ଦିନ ୧୨ଟା ୨୦ରେ ଦ୍ବିତୀୟ ସିଟିଂ ଉତ୍ତରଖାତା ପ୍ୟାକେଟ୍‌ରେ ବନ୍ଦ କରାଯିବ। ଅପରାହ୍ନ ୧ଟା ୩୦ରେ ଉଭୟ ଉତ୍ତରଖାତାକୁ ନ୍ୟୁଟ୍ରାଲ୍ ସ୍କୁଲକୁ ପଠାଯିବ। ନଭେମ୍ବର ୨୯ତାରିଖରୁ ନବମ ଏସ୍‌ଏ-୧ର ମୂଲ୍ୟାୟନ ଆରମ୍ଭ ହୋଇ ଡିସେମ୍ବର ୬ତାରିଖରେ ମୂଲ୍ୟାୟନ ସଂପୂର୍ଣ୍ଣ କରି ସମସ୍ତ ଉତ୍ତର ଖାତାକୁ ବିଦ୍ୟାଳୟକୁ ପଠାଯିବ। ଡିସେମ୍ବର ୮ତାରିଖ ମଧ୍ୟରେ ତ୍ରୁଟି ସଂଶୋଧନ କରାଯାଇ ଡିସେମ୍ବର ୨୦ତାରିଖ ମଧ୍ୟରେ ପିଲାଙ୍କ ନମ୍ବର ଅନ୍‌ଲାଇନ୍‌ରେ ଅପ୍‌ଲୋଡ କରାଯିବ।

ନବମ ଛାତ୍ରଛାତ୍ରୀ ଏହ‌ି ପରୀକ୍ଷା ନିଜ ନିଜ ସ୍କୁଲରେ ଦୁଇଟି ସିଟିଂରେ ଦେବେ। ପ୍ରଥମ ସିଟିଂ ସକାଳ ୯ଟାରୁ ୧୦ଟା ଓ ଦ୍ବିତୀୟ ସିଟିଂ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତି ବିଷୟରେ ମୋଟ ୪୦ନମ୍ବର ସଂକ୍ଷିପ୍ତ ପଡ଼ିବ ଓ ଏହାର ଉତ୍ତର ଓଏମ୍ଆର୍‌ ଫର୍ଦ୍ଦରେ ପୂରଣ କରିବାକୁ ହେବ।

ସେହିପରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଏସ୍‌ଏ-୧ ପରୀକ୍ଷା ଡିସେମ୍ବର ୨୭ରୁ ଆରମ୍ଭ ହୋଇ ଡିସେମ୍ବର ୩୦ତାରିଖରେ ଶେଷ ହେବ। ପିଲାମାନେ ନିଜ ବିଦ୍ୟାଳୟରେ ଦୁଇଟି ସିଟିଂରେ ଏହି ପରୀକ୍ଷା ଦେବେ। ପ୍ରତି ବିଷୟରେ ମୋଟ ୪୦ନମ୍ବର ଅବ୍‌ଜେକ୍ଟିଭ୍ ପ୍ରଶ୍ନ(୧ନମ୍ବର ବିଶି‌ଷ୍ଟ) ଆସିବ ଓ ଏହାର ଉତ୍ତର ଓଏମ୍ଆର୍‌ ଫର୍ଦ୍ଦରେ ଦେବାକୁ ବୋର୍ଡ ପକ୍ଷରୁ ସୂଚନା ‌ଦିଆଯାଇଛି।

ପ୍ରଥମ ସିଟିଂ ପରୀକ୍ଷା ସକାଳ ୧୦ଟାରୁ ୧୧ଟା ଓ ଦ୍ବିତୀୟ ସିଟିଂ ୧୨ଟାରୁ ୧ଟା ପର୍ଯ୍ୟନ୍ତ(କେବଳ ଗଣିତ ପାଇଁ ୧୫ମିନିଟ୍ ଅତିରିକ୍ତ ସମୟ) ଚାଲିବ। ଏହା ମଧ୍ୟରେ ଦଶମ ‌ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ପ୍ରକ୍ରିୟା ଅନ୍‌ଲାଇନ୍‌ରେ ଚଳିତମାସ ୧୮ତାରିଖରୁ ଆରମ୍ଭ ହୋଇଛି ଓ ଏହାର ସମୟସୀମା ନଭେମ୍ବର ୨୫ତାରିଖ ପର୍ଯ୍ୟନ୍ତ ରହିଛି। ଫର୍ମପୂରଣ ସଂକ୍ରାନ୍ତୀୟ ସମସ୍ତ ସୂଚନା ବୋର୍ଡର ୱେବସାଇଟ୍ www.bseodisha.ac.in ରେ ଉପଲବ୍ଧ।

 

Sonalisa

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

5 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

8 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

8 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

8 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

10 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

11 hours ago