ରାଜ୍ୟ

ଗୋଟିଏ ଗାଁରେ ଲାଗିଛି ଦୁଇଟି ଜିଲ୍ଲାର ବୋର୍ଡ, ସମସ୍ୟାରେ ପଡ଼ିଛନ୍ତି କୁଲାବେଡ଼ା ଗାଁର ଅଧିବାସୀ

ମାଲକାନଗିରି (କେନ୍ୟୁଜ୍‌) :ଗାଁ ଗୋଟିଏ କିନ୍ତୁ ଜିଲ୍ଲା ଦୁଇଟି । କଥାଟା ବିଶ୍ୱାସ ହେଉନଥିଲେ ବି ସମ୍ପୂର୍ଣ୍ଣ ସତ । ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କୁଟନିପାଲି ଗ୍ରାମପଞ୍ଚାୟତରେ ରହିଛି କୁଲାବେଡ଼ା ଗାଁ । ଏହି ଗାଁ ମଝିରେ ଲାଗିଛି ଦୁଇଟି ଜିଲ୍ଲାର ବୋର୍ଡ । ମାଲକାନଗିରି ଜିଲ୍ଲାରେ ମିଶିବା ପାଇଁ ଗାଁ ଲୋକ ଦୀର୍ଘ ଦିନ ଧରି ଦାବି କରି ଆସୁଛନ୍ତି । ହେଲେ ପ୍ରଶାସନ ଏମାନଙ୍କ ପାଇଁ କିଛି କରିନାହିଁ ବୋଲି ଗାଁ ଲୋକେ ଅଭିଯୋଗ ଆଣିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ କହିଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଠାରେ ପାଖାପାଖି ଶହେ ପରିବାର ବସବାସ କରନ୍ତି । କିନ୍ତୁ ୬୦ ପରିବାର ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କୁଟନିପାଲି ଗ୍ରାମପଞ୍ଚାୟତ ଅଧିନରେ ରହିଥିବା ବେଳେ ଅନ୍ୟ ୪୦ ପରିବାର କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକର ଦଣ୍ଡାବାଡ଼ି ଗ୍ରାମପଞ୍ଚାୟତ ରେ ସାମିଲ୍ ରହିଛନ୍ତି । ଏପରିକି ଗାଁ ମଝିରେ ଦୁଇଟି ଜିଲ୍ଲାର ବୋର୍ଡ ଲାଗିଛି । ପାରମ୍ପରିକ ପର୍ବପର୍ବାଣୀ ଆସିଲେ ଏକାଠି ପୁଜା କରନ୍ତି ସମସ୍ତେ କିନ୍ତୁ ଗାଁରେ ଗୋଟିଏ ବିଦ୍ୟାଳୟ ମାଲକାନଗିରି ଜିଲ୍ଲା ପକ୍ଷରୁ ରହିଥିବା ବେଳେ ଗାଁ ମଝିରେ ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି । ଗୋଟିଏ ମାଲକାନଗିରି ଜିଲ୍ଲା ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଅନ୍ୟଟି କୋରାପୁଟ ଜିଲ୍ଲା ଅଙ୍ଗନବାଡ଼ି କେନ୍ଦ୍ର । ଆବାସ ଯୋଜନା ଘର ମଧ୍ୟ ଠିକ୍ ସେହିପରି, କିଛି କୋରାପୁଟ ଜିଲ୍ଲାରେ ଏବଂ କିଛି ମାଲକାନଗିରି ଜିଲ୍ଲାରେ ରହିଛି ।

କୋରାପୁଟ ଜିଲ୍ଲା ଅପେକ୍ଷା ମାଲକାନଗିରି ଜିଲ୍ଲା ଅଧିନରେ ରହିଥିବା ଲୋକଙ୍କୁ ଅଧିକ ସୁବିଧା ମିଳୁଥିବା ଗ୍ରାମବାସୀ କହିଛନ୍ତି। କାରଣ ମାଲକାନଗିରି ବାସୀଙ୍କ ପାଇଁ ଗ୍ରାମପଞ୍ଚାୟତ, ବ୍ଲକ କାର୍ଯ୍ୟାଳୟ, ଏବଂ ଜିଲ୍ଲା ମୁଖ୍ୟାଳୟ ନିକଟରେ ଥିବା ବେଳେ କୋରାପୁଟ ଜିଲ୍ଲା ବାସୀଙ୍କ ଗ୍ରାମ ପଞ୍ଚାୟତ ବ୍ଲକ କାର୍ଯ୍ୟାଳୟ ବହୁ ଦୂରରେ ରହିଛି । ଜିଲ୍ଲା ମୁଖ୍ୟାଳୟ କୋରାପୁଟକୁ ଜରୁରୀ କାର୍ଯ୍ୟ ପାଇଁ ଯିବାକୁ ହେଲେ ଲୋକଙ୍କୁ ଅଧିକ ସମୟ ଲାଗିଥାଏ । କିନ୍ତୁ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଏହା ସହଜ ହୋଇଥାଏ । ମାଲକାନଗିରି ଜିଲ୍ଲାର ଆଧାର କାର୍ଡ ଏବଂ ଭୋଟର କାର୍ଡ ରହିଥିବା ବେଳେ କୁଲାବେଡ଼ା ଗ୍ରାମବାସୀଙ୍କର ଜମିପଟ୍ଟା କୋରାପୁଟ ଜିଲ୍ଲା ଅଧିନରେ ରହିଛି । ଏଭଳି ସମସ୍ୟା ୧୯୯୨ ମସିହାରୁ ଆରମ୍ଭ ହେଲାଣି । କୋରାପୁଟ ଜିଲ୍ଲା ବିଭକ୍ତ ହୋଇ ମାଲକାନଗିରି ଜିଲ୍ଲା ହେବା ପରଠାରୁ ଏଠାକାର ଅଧିବାସୀଙ୍କର ସମସ୍ୟା ବଢ଼ିଯାଇଛି । ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ଦୀର୍ଘ ୩୨ ବର୍ଷ ଧରି ଉଭୟ ମାଲକାନଗିରି ଜିଲ୍ଲାପାଳ ଏବଂ କୋରାପୁଟ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରୁନାହିଁ।

ଏ ବିଷୟରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ଘଟଣା ଉପରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରକୃତରେ କୁଲାବେଡ଼ା ଗାଁ କାହାର ? କୋରାପୁଟ ଜିଲ୍ଲାର ନାଁ ମାଲକାନଗିରି ଜିଲ୍ଲାର ? ଗ୍ରାମର ଅଧିକାଂଶ ଲୋକେ ମାଲକାନଗିରି ଜିଲ୍ଲା ସହିତ ଯୋଡ଼ି ରହିବାକୁ ଚାହୁଁଛନ୍ତି କିନ୍ତୁ ଜମିପଟ୍ଟା କୋରାପୁଟର ରହିଥିବା ବେଳେ କିଛି ଲୋକଙ୍କ ଜମି ହାତଛଡ଼ା ହୋଇଯିବା ଭୟରେ କୋରାପୁଟ ମୁହାଁ ହେଉଛନ୍ତି । ତେବେ କୁଲାବେଡ଼ା ଗାଁକୁ କୌଣସି ଗୋଟିଏ ଜିଲ୍ଲାରେ ରଖିଲେ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିବ ବୋଲି ଗ୍ରାମବାସୀମାନେ ଆଶା ବାନ୍ଧିଛନ୍ତି।

ଦୁଇ ଜିଲ୍ଲା ପ୍ରଶାସନ ଖୁବଶୀଘ୍ର ଏହି ସମସ୍ୟାକୁ ସମାଧାନ କରନ୍ତୁ ତାହା ହିଁ ଗାଁ ଲୋକଙ୍କ ଇଚ୍ଛା । ତେବେ ଏମାନଙ୍କ ସମସ୍ୟାକୁ ଯଦି ଦୃଷ୍ଟି ଦିଆଯାଏ ତେବେ ସମସ୍ୟା ସୁନିଶ୍ଚିତ ସୁଦ୍ଧାରି ଯିବ ।

Subhalaxmi Das

Recent Posts

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଥିଲେ, ହେଲେ ଛାଡିଲେନି ଗାଁର ମହିଳା । ସିଧା ଘରକୁ ଗଲେ ଆଉ ପକାଇଲେ…

3 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

21 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

23 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

58 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago