ମନୋରଂଜନ

ତବୁ, କରୀନା କପୁର, କ୍ରିତି ସାନନଙ୍କ ଫିଲ୍ମ ‘ଦି କ୍ରୁ’ ର ଟିଜର ଆସିଲା ସାମ୍ନାକୁ, ଖୁବ୍‌ ଶୀଘ୍ର ସିନେମା ହଲ୍‌ରେ ହେବ ରିଲିଜ୍‌

ଗ୍ଲାମର ଇଣ୍ଡଷ୍ଟ୍ରୀର ତିନିଜଣ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ସୁନ୍ଦରୀ ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ତେବେ ଆମେ ତବୁ, କରୀନା କପୁର ଖାନ ଏବଂ କ୍ରିତି ସାନନଙ୍କ କଥା କହୁଛୁ । ଏହି ତିନି ଜଣଙ୍କ ଅପ୍‌କମିଂ ଫିଲ୍ମ ‘ ଦି କ୍ରୁ’ର ଦମ୍‌ଦାର ଟିଜର ରିଲିଜ୍‌ ହୋଇଛି । ତେବେ ଫ୍ୟାନମାନେ ଏହି ଫିଲ୍ମ ଦେଖିବାକୁ ଉତ୍ସାହାର ସହ ଅପେକ୍ଷା କରିଛନ୍ତି । ଏହି ପରି ଭାବେ ପ୍ରଥମ ପୋଷ୍ଟରରେ ପାୱାରହାଉସ୍ ଅଭିନେତା ତବୁ, କରୀନା କପୁର ଖାନ୍ ଏବଂ କ୍ରିତି ସାନନ୍‌ଙ୍କ ଝଲକ୍‌ ଦର୍ଶକଙ୍କ ସାମ୍ନାକୁ ଆସିଛି । ଏହା ବ୍ୟତୀତ ଫିଲ୍ମର ଟିଜରଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ତାହେଲେ ଆସନ୍ତୁ ଜାଣିବା ଯେ ଏହି ଫିଲ୍ମଟି ସିନେମା ହଲ୍‌ରେ କେବେ ରିଲିଜ୍‌ ହେବ ।

ଫିଲ୍ମ ‘ ଦି କ୍ରୁ’ର ଏହି ଟିଜରରେ ତିନୋଟି ଏୟାର ହୋଷ୍ଟେସ୍‌ଙ୍କ କାହାଣୀ ଦର୍ଶାଯାଇଛି । ଯେଉଁଥିରେ ‘ରିସ୍କ ଇଟ୍’, ‘ଷ୍ଟିଲ୍‌ ଇଟ୍‌’, ‘ଫେକ୍‌ ଇଟ୍‌’,ଙ୍କର ସୁନ୍ଦର ଝଲକ ଦେଖିବାକୁ ମିଳିବ । ଏହା ବ୍ୟତୀତ ଏହି ଫିଲ୍ମରେ ଆହୁରି ଅନେକ ମଜାଦାର ଜିନିଷ ମଧ୍ୟ ରହିଛି । ଏହା ସହିତ ଫିଲ୍ମ ‘ଦି କ୍ରୁ’ରେ ଦିଲଜିତ ଦୋସାଞ୍ଜ ଏବଂ କପିଲ ଶର୍ମା ମଧ୍ୟ ନଜର ଆସିବେ । ଏହି ଟିଜରଟି ଇଷ୍ଟାଗ୍ରାମ୍‌ ଆକାଉଣ୍ଟ balajimotionpicturesରେ ସେୟାର କରାଯାଇଛି ।

ଟିଜରରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ଫିଲ୍ମଟି ମିଡିଲ୍‌ କ୍ଲାସ୍‌ ଦର୍ଶକଙ୍କ ସହ ଅଧିକ ସଂଯୋଗ ହେବ, କାରଣ ଏହି ଷ୍ଟୋରିରୁ ଜଣାପଡୁଛି ଯେ ସେମାନେ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ କଣ କରନ୍ତି, ଯାହା ଦେଶର ଅଧିକାଂଶ ମିଡିଲ୍‌ କ୍ଲାସ୍‌ ଲୋକଙ୍କ କାହାଣୀ ହୋଇଥାଏ । ଏହି ଷ୍ଟୋରିଟି ତିନୋଟି ସୁନ୍ଦରୀଙ୍କର, ଯେଉଁମାନେ ବିଭିନ୍ନ ସ୍ଥାନରୁ ଆସଛନ୍ତି ଏବଂ କ୍ୟାବିନ କ୍ରୁ ଭାବରେ କାମ କରନ୍ତି । ଟିଜର ରିଲିଜ୍ କରିବାବେଳେ ନିର୍ମାତାମାନେ କ୍ୟାପସନ୍ ଲେଖିଛନ୍ତି, ‘‘ଆପଣଙ୍କର ସିଟ୍ ବେଲ୍ଟକୁ ବାନ୍ଧନ୍ତୁ, କାରଣ ଏଠାରେ ତାପମାତ୍ରା ଆପଣଙ୍କ ପାଇଁ ଅତ୍ୟଧିକ ଗରମ ହେବାକୁ ଯାଉଛି’’।

ରାଜେଶ କୃଷ୍ଣନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ‘ଦି କ୍ରୁ’ର ସୁଟିଂ ଭାରତର ବିଭିନ୍ନ ସ୍ଥାନରେ ହୋଇଥିବା ବେଳେ ଅଧିକାଂଶ ସୁଟିଂ ମୁମ୍ବାଇରେ ହୋଇଥିଲା । ତେବେ ବାଲାଜୀ ଟେଲିଫିଲ୍ସ ଏବଂ ଅନିଲ କପୁର ଫିଲ୍ମ ଆଣ୍ଡ କମ୍ୟୁନିକେସନ୍ ନେଟୱାର୍କ ପାଇଁ ‘ଦି କ୍ରୁ’ ଏକ ବଡ଼ ରିଲିଜ୍ ହେବାକୁ ଯାଉଛି । ଯାହା ଚଳିତ ବର୍ଷ ମାର୍ଚ୍ଚ ୨୯ ରେ ବଡ ପରଦାରେ ଆସିବ । ଏବେ ଦେଖିବାରେ ଅଛି ଏହି ଫିଲ୍ମଟି ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ।

KNews Bureau

Recent Posts

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

53 seconds ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

7 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

12 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

21 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

45 mins ago

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

1 hour ago