ସ୍ପେଶାଲ

ବିସ୍ମୟ ବାଳକ ସାଇ ସୁଧାଂଶୁ: ବୟସ ମାତ୍ର ୩ ବର୍ଷରେ ଇଣ୍ଡିଆ ବୁକ୍ ଅଫ ରେକର୍ଡ

ନୟାଗଡ(କେନ୍ୟୁଜ୍): ଏ ହେଉଛି ସେହି ବିସ୍ମୟ ବାଳକ ସାଇ ସୁଧାଂଶୁ । ଯାହାକୁ ନେଇ ନୟାଗଡ଼ ଜିଲ୍ଲାରେ ବେଶ ଚର୍ଚ୍ଚା । ମାତ୍ର ତିନି ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିଛି । ନୟାଗଡ଼ ସଦର ବ୍ଲକ ବାରବାଟି ଗାଁର ଏହି ବିସ୍ମୟ ବାଳକ ସାଇ ସୁଧାଂଶୁ ବେହେରା । ବୟସ ମାତ୍ର ୩ ବର୍ଷ ହେଲେ ସେ ଅନେକ ପ୍ରତିଭାର ଅଧିକାରୀ ।

ମୁଖରେ ମୁଖସ୍ଥ ହୋଇ ରହିଛି ଶରୀରର ୨୪ ଅଙ୍ଗ, ୧୬ ପ୍ରକାରର ରଙ୍ଗର ନାମ , ୨୨ ପ୍ରକାର ଫଳ ନାମ କହିବା ସହ ୧୨ ପ୍ରକାର ପଶୁପକ୍ଷୀ ସହ ୩୨ ପ୍ରକାର ପନିପରିବା ଚିହ୍ନଟ କରିପାରୁଛି । ଏହା ସହିତ ଇଂରାଜୀ ବର୍ଣ୍ଣମାଳା, ଇଂରାଜୀ ଏବଂ ଓଡିଆ ରାଇମ୍, ଇଂରାଜୀରେ ୧୨ ମାସର ନାମ, ଏହା ସହ ଫଟାଫଟ ଇଂରାଜୀରେ ୬୮ ଟି ଓଡିଆ ଶବ୍ଦର ଅର୍ଥ ମନେ ପକାଇବା ସହ ୫୪ କୁଇଜ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିଛି । ଏଥିପାଇଁ ତାଙ୍କୁ ମିଳିଛି ଇନ୍ଦିରା ବୁକ ଅଫ ରେକର୍ଡର ମେଡାଲ । ପିଲାଟି ବେଳୁ ପୁଅର ଏଭଳି ପ୍ରତିଭା ଦେଖି ବାପା ,ମାଆ ଏବଂ ପରିବାର ବର୍ଗ ବେଶ ଖୁସି ପ୍ରକାଶ କରିଛନ୍ତି ।

ସାଇ ସୁଧାଂଶୁର ଏଭଳି ପ୍ରତିଭା ନେଇ ସ୍ଥାନୀୟ ଅଞ୍ଚଳରେ ବି ଚର୍ଚ୍ଚା ହେଉଛି । ଯେଉଁ ବୟସରେ ସେ ଖେଳକୁଦ କରି ସମୟ କଟାଇବା କଥା ସେହି ବୟସରେ ଚକିତ କଲା ଭଳି ପ୍ରତିଭା ତା ପାଖରେ ଦେଖିବାକୁ ମିଳିଛି। ମାତ୍ର ୩ ବର୍ଷ ବୟସରେ ସାଇ ମୁଖରେ ବେଦପାଠ ,ଶ୍ଳୋକ, ରାଷ୍ଟ୍ରପତିଙ୍କ ନାମ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବଡ଼ ଠାକୁର ଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ବଡ଼ ନଦୀରନାମ,ଇଂରାଜୀରେ ଓଡ଼ିଆରେ କହିବା ଏବଂ ଲେଖିବା ସହ ୫୪ଟି ଜିକେ ପ୍ରଶ୍ନ ଉତ୍ତର ଫଟାପଟ ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିଛି ଏହି ବିସ୍ମୟ ବାଳକ ଜଣକ । ସାଇର ଏଭଳି ସଫଳତା ପାଇଁ ଏବେ ସବୁଠୁ ଛୁଟୁଛି ପ୍ରସଂଶାର ସୁଅ ।

ମାତ୍ର ତିନି ବର୍ଷ ବୟସରେ ମୋବାଇଲରେ ଗୁଗୁଲ ସର୍ଚ୍ଚ କରି ଜ୍ଞାନ ଅର୍ଜନ କରୁଥିବା ବାରବାଟି ଗାଁର କୁନି ପ୍ରତିଭା ସାଇ ସୁଧାଂଶୁଙ୍କୁ ନେଇ ପରିବାର ଲୋକେ ବହୁତ ଗର୍ବିତ । ସେପଟେ ସେ ସାଧାରଣ ଜ୍ଞାନ ମନେ ରଖି ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ବେଶ ଉତ୍ସାହିତ ।

 

Sonalisa

Recent Posts

କୁଏତ ନିଆଁରେ ମୃତ୍ୟୁବରଣ କରିଥିବା ୪୫ ମୃତଦେହ ଭାରତରେ ପହଞ୍ଚିଲା, ପରିଚୟ ପାଇଁ ହେବ ଡିଏନଏ ଟେଷ୍ଟ

କୁଏତରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ୪୯ ମୃତକଙ୍କ ମଧ୍ୟରୁ ୪୫ ଭାରତୀୟ ବୋଲି ଜଣାପଡିଛି । ତେବେ ଏହି…

25 mins ago

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜୁନ ୨୦ରେ ହେବ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର (କେନ୍ୟୁଜ): କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟପାଳ…

26 mins ago

ଆଗକୁ ବଢୁନି ମୌସୁମୀ, ଗରମ ଗୁଳିଗୁଳିରେ କଟିବ ରଜ

ଭୁବନେଶ୍ୱର (କେନ୍ୟୁଜ); ଆଗକୁ ବଢୁନି ମୌସୁମୀ । ଗରମ ଗୁଳିଗୁଳିରେ କଟିବ ରଜ, କାଁ ଭାଁ କାଳବୈଶାଖୀ ।  ତଥାପି…

46 mins ago

ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ହତ୍ୟା, ୩ ଅଟକ

କାମାକ୍ଷାନଗର (କେନ୍ୟୁଜ): ଯୁବକଙ୍କୁ ପିଟି ପିଟି ହତ୍ୟା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ପୁରୁଣାଡିହ ସାହିରେ…

53 mins ago

ଘରେ ଭିତରେ ପଶି ମା’ ଝିଅଙ୍କୁ ଛୁରୀରେ ଆକ୍ରମଣ କଲେ ପଡୋଶୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ସମ୍ବଲପୁର (କେନ୍ୟୁଜ): ପହିଲି ରଜରେ ଅଘଟଣ ।  ମା' ଝିଅଙ୍କୁ ଛୁରୀରେ ଆକ୍ରମଣ । ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଅଭାବନୀୟ…

1 hour ago

ଟି୨୦ ବିଶ୍ୱକପ ୨୦୨୪: ପପୁଆ-ନ୍ୟୁ ଗିନିକୁ ହରାଇ ସୁପର-୮ରେ ପହଞ୍ଚିଲା ଆଫଗାନିସ୍ତାନ, ଭାଙ୍ଗିଲା ନ୍ୟୁଜିଲାଣ୍ଡ ସ୍ୱପ୍ନ

ଆଫଗାନିସ୍ତାନ ପପୁଆ-ନ୍ୟୁ ଗିନି ବିପକ୍ଷ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଛି । ଷ୍ଟାର ଅଲରାଉଣ୍ଡର ରାଶିଦ ଖାନଙ୍କ ନେତୃତ୍ୱରେ…

1 hour ago