ଭୁବନେଶ୍ୱର(କେନ୍ୟୁଜ୍): ବାଲିମେଳା ଜଳଭଣ୍ଡାରରେ ଭାରସାମ୍ୟ ହରାଇ ବୁଡିଗଲା ଡଙ୍ଗା, ମହିଳା ମୃତ। ଅଳ୍ପକେ ବର୍ତ୍ତିଗଲେ ସ୍ୱାମୀ।ଏଭଳି ଘଟଣା ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାର ବାଲିମେଳା ଜଳଭଣ୍ଡାରରେ। ମୃତ ମହିଳା ଜଣଙ୍କ ହେଲେ ମୋତି ଗୋଲାରୀ।
ସୂଚନା ମୁତାବକ, ଗତକାଲି ଅର୍ଜୁନ ଗୋଲାରୀ ଓ ତାଙ୍କ ପତ୍ନୀ ମୋତି ଦେଶୀ ଡଙ୍ଗା ସାହାଯ୍ୟରେ ଧାକଡ଼ପଦରରୁ ଯନ୍ତରୀ ଗାଁକୁ ଫେରୁଥିଲେ। ଅର୍ଜୁନ ନିଜେ ଡଙ୍ଗା ଚଲାଉଥିଲେ। ହଠାତ୍ ବାଲିମେଳା ଭଣ୍ଡାରରେ ଡଙ୍ଗାଟି ଯାଉଥିବା ବେଳେ ଝଡ଼ତୋଫାନ ମାଡ଼ି ଆସିଥିଲା। ଡଙ୍ଗା ଭିତରେ ପାଣି ପଶିଯାଇଥିଲା।
ଶେଷରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା। ମୋତି ନିଖୋଜ ହୋଇଯାଇଥିଲା ବେଳେ ଅର୍ଜୁନ ପହଁରି ପହଁରି ଆସି କୂଳରେ ଲାଗିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଛନ୍ତି।
ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…
ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ। ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…
ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…
ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…